/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705382094.jpg)
Locals express resentment over irregularities in renovation of VSS stadium in Sambalpur
ରାଜ୍ୟରେ କ୍ରୀଡ଼ାର ବିକାଶ ଲାଗି କେତେ କଣ କରୁଛନ୍ତି ସରକାର । ମାତ୍ର ସମ୍ବଲପୁରରେ ଷ୍ଟାଡିୟମର ବିକାଶ ଲାଗି ଖୋଦ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଏଯାଏଁ କାର୍ଯ୍ୟକାରୀ ହୋଇପାରିନି । ଏହାରି ଭିତରେ ବିତିଗଲାଣି ୫ ବର୍ଷ । ଅନ୍ୟପଟେ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀ କଣ ଘୋଷଣା କରିଥିଲେ ତାର ଅନୁଧ୍ୟାନ କରାଯିବ ।
ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଥିଲେ । ଷ୍ଟାଡିୟମର ବିକାଶ ଲାଗି ଗତ ୨୦୧୯ ମସିହା ଫେବ୍ରୁଆରୀ ୧ ତାରିଖରେ ୩ କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାରି ଭିତରେ ୫ ବର୍ଷ ବିତିବାକୁ ବସିଥିଲେ ବି ଷ୍ଟାଡିୟମ ବିକାଶ ହୋଇପାରିନଥିବା ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଘୋଷଣାରେ ରହିଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କ୍ରୀଡ଼ାବିତ୍ ।
୨୦୧୯ ଫେବୃୟାରୀ ୧ ତାରିଖରେ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ବିଜୁ ଯୁବ ବାହିନୀର କାର୍ଯ୍ୟକ୍ରମ । ଏଥିଲାଗି ଷ୍ଟାଡିୟମର ପାଚେରୀକୁ ଭାଙ୍ଗି ଦିଆଯାଇଥିଲା । ହଜାର ହଜାର ଲୋକଙ୍କ ସମାଗମ ଓ ଟେଣ୍ଟ ପାଇଁ ପଡିଆକୁ ଖୋଳାଖୋଳି ମଧ୍ୟ କରାଯାଇଥିଲା । ତେବେ ପିଚ୍ ଖରାପ ହେବା ଆଶଙ୍କାରେ ସେତେବେଳେ ଏହାକୁ ଜୋରଦାର ବିରୋଧ କରାଯାଇଥିଲା ।
ମାତ୍ର ପ୍ରଶାସନ କୌଣସି ମତେ ଷ୍ଟାଡିୟମ ପରିସରରେ କାର୍ଯ୍ୟକ୍ରମ କରାଇଥିଲା । ପରେ ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ଷ୍ଟାଡିୟମର ବିକାଶ ଲାଗି ୩ କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମ ପରେ କିଛି ତାଳିପକା ମରାମତି ହୋଇଥିଲେ ବି ବିକାଶ ପାଇଁ କୌଣସି କାର୍ଯ୍ୟ ହୋଇନଥିବା ଅଭିଯୋଗ ହୋଇଛି ।
ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ କେବଳ ସମ୍ବଲପୁର ନୁହେଁ, ପଶ୍ଚିମ ଓଡିଶାର କ୍ରୀଡା ବିକାଶର ପ୍ରାଣକେନ୍ଦ୍ର । ରଣଜୀ ଟ୍ରଫି ଠାରୁ ନେଇ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହୋଇଥାଏ ଷ୍ଟାଡିୟମରେ । ମାତ୍ର ଷ୍ଟାଡିୟମ ଆଜି ବି ଅବହେଳିତ ଅବସ୍ଥାରେ ପଡ଼ିରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)