Advertisment

ହୀରାକୁଦ କେନାଲ ପ୍ରତି ବଡ଼ ବିପଦ ! ବନ୍ଧର କଂକ୍ରିଟ ଆଡ଼ିବନ୍ଧ ଦବିବାରୁ ଭାଙ୍ଗିଯିବା ଭୟ...

ଚାଷ ନଷ୍ଟ ହେବା ଆଶଙ୍କାରେ ଚାଷୀଙ୍କ ଆନ୍ଦୋଳନ । ସ୍ଥାୟୀ ମରାମତି ପ୍ରତିଶ୍ରୁତି ଦେଲେ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ ।

author-image
Satyendu Shekher Mishra
undefined

Hirakud Dam

ହୀରାକୁଦ କେନାଲ ପ୍ରତି ଦେଖାଦେଇଛି ବିପଦ। ବନ୍ଧର କଂକ୍ରିଟ ଆଡିବନ୍ଧ ଦବି ଯିବାରୁ ତାହା କୌଣସି ମୁହୂର୍ତ୍ତରେ ଭାଙ୍ଗିଯିବାର ଆଶଙ୍କା ଦେଖା ଦେଇଛି। ଫଳରେ ହଜାର ହଜାର ଏକର ଧାନ ଫସଲକୁ ଜଳ ଯୋଗାଣ ବନ୍ଦ ହେଲେ ଚାଷ ନଷ୍ଟ ହେବ ବୋଲି ଆଶଙ୍କା କରି ଘଟଣା ସ୍ଥଳରେ ପ୍ରତିବାଦ କରିଥିଲେ ଚାଷୀ। ଶେଷରେ ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ ଚାଷୀଙ୍କ ସହ ଆଲୋଚନା କରି ସ୍ଥାୟୀ ମରାମତିର ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା।

Advertisment

ହୀରାକୁଦ କେନାଲ କୂଳରେ ଏକାଠି ହୋଇଛନ୍ତି ଚାଷୀ ଓ କୃଷକ ନେତା। ଚାଲିଛି ପ୍ରତିବାଦ । ହୀରାକୁଦ ଡ୍ୟାମକୁ ଲାଗିଥିବା ହୀରାକୁଦ କେନାଲର ଆଡ଼ି ବନ୍ଧ ର କିଛି ଅଂଶ ଦବିଯିବା ପରେ ସେଠାରେ ଏଭଳି ବାଲିବସ୍ତା ପକାଇଛି ଜଳ ସେଚନ ବିଭାଗ। ଫଳରେ ବନ୍ଧ ପ୍ରତି ବଡ ଧରଣର ବିପଦ ଦେଖାଦେଇଛି। ଦୀର୍ଘଦିନଧରି ଏଭଳି ସମସ୍ୟା ଲାଗିରହିଥିବା ବେଳେ ଜଳସେଚନ ବିଭାଗ କେବଳ ତାଳିପକା କାମକୁ ଘୋର ବିରୋଧ କରିଛନ୍ତି ଚାଷୀ।

ଖବର ପାଇ ଘଟଣା ସ୍ଥଳକୁ ଆସିଥିବା ଜଳସେଚନ ବିଭାଗର ଏସ.ଡି.ଓ.ଙ୍କୁ ଘେରାଉ କରିଥିଲେ ଶହ ଶହ ସଂଖ୍ୟାରେ ଉପସ୍ଥିତ ଚାଷୀ। ସେମାନେ ଅଭିଯୋଗ କରିଥିଲେ ଦୀର୍ଘ ଦିନରୁ ବନ୍ଧ ଦବି ଯାଇଥିବା ଜାଣି ମଧ୍ୟ କାହିଁକି ଏହାର ସ୍ଥାୟୀ ମରାମତି କରାଯାଉନି।

Advertisment

ମାତ୍ର ଶହେ ମିଟର ଦୂରରେ ରହିଛି ହୀରାକୁଦ ଡ୍ୟାମ୍। ଡ୍ୟାମରୁ ନିର୍ଗତ ପାଣି ହୀରାକୁଦ କେନାଲ ଓ ସମ୍ବଲପୁର କେନାଲ ଯୋଗେ ପ୍ରବାହିତ ହେବା ଫଳରେ ଖରାଦିନେ ହଜାର ହଜାର ହେକ୍ଟର ଜମିରେ ଧାନ ଫସଲ ହେଉଥିଲା। ହୀରାକୁଦରେ ଥିବା ହିଣ୍ଡାଲକୋ କାରଖାନା ବି ଏଠାରୁ ପାଣି ନେଉଛି। ଯଦି କୌଣସି ମୁହୁର୍ତ୍ତ ରେ ବନ୍ଧରେ ଘାଇ ସୃଷ୍ଟି ହୋଇ ଭାଙ୍ଗିଯାଏ ତେବେ ଉଭୟ ଚାଷ ଏବଂ ଶିଳ୍ପ ପ୍ରଭାବିତ ହେବ ।

ଜଳ ସମ୍ପଦ ବିଭାଗ ଜଳ ଯୋଗାଣ ବନ୍ଦ କରି ମରାମତି କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଯାହାକୁ ମାନି ନଥିଲେ ଚାଷୀ। ଶେଷରେ ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ ଘଟଣା ସ୍ଥଳରେ ପହଁଚି ଆସନ୍ତାକାଲିଠାରୁ ଜଣେ ଅଧିକାରୀଙ୍କ ଉପସ୍ଥିତିରେ ମରାମତି କରାଯିବ ବୋଲି କହିଛନ୍ତି। ଆଉ ଧାନ ଅମଳ ପରେ ସ୍ଥାୟୀ ସିମେଣ୍ଟ କାନ୍ଥ ନିର୍ମାଣର ପ୍ରତିଶୃତି ଦେବାପରେ ଆନ୍ଦୋଳନ ହଟିଥିଲା ।

Hirakud
Advertisment
Advertisment