• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସମ୍ବଲପୁର ରେମେଡ୍‌ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଭାରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଜୟ ଜଗନ୍ନାଥ ଓ ଜୟ ମା’ ସମଲେଇ କହି ଅଭିଭାଷଣ ଆରମ୍ଭ କରିଛନ୍ତି । ନିଜର ଅଭିଭାଷଣରେ ମୋଦି ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ୪ ଜଣ ପଦ୍ମ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବିଜେପି ସରକାର ଓଡ଼ିଶାର ବିକାଶ ପାଇଁ କିଛି ବି ଛାଡ଼ିବନି । ଗରିବଙ୍କୁ ସଶକ୍ତ କରିବାର ଗ୍ୟାରେଣ୍ଟି ଆଣିଛି ନୂଆ ବଜେଟ । କ୍ଷୁଦ୍ର ଚାଷୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ବିକାଶ ପାଇଁ ଏହା ହେଉଛି ଗ୍ୟାରେଣ୍ଟି ।

ଆଜି ବିଜେପିର ପ୍ରତି କର୍ମକର୍ତ୍ତାଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ଆଜି ଆଡଭାନିଜୀଙ୍କୁ ଭାରତରତ୍ନ ଦେବାକୁ ଘୋଷଣା ହୋଇଛି । ଏ ସମ୍ମାନ ରାଷ୍ଟ୍ରସେବାକୁ ସମ୍ମାନ ହିସାବରେ ଆମ ସମସ୍ତଙ୍କୁ ସମ୍ମାନ ଜଣାଉଛୁ । ୨ ସାଂସଦରୁ ବିଶ୍ୱର ସର୍ବୋଚ୍ଚ ପାର୍ଟି ହେବାର ଏ ସମ୍ମାନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଓଡ଼ିଶାର ୨୫ ଲକ୍ଷ ଲାଭାର୍ଥୀ ପକ୍କା ଘର ପାଇଛନ୍ତି । ଗରିବଙ୍କ ପାଇଁ ଆଉ ୨ କୋଟି ଘର ତିଆରି ଘୋଷଣା ହୋଇଛି । କୌଣସି ଗରିବ ଭାଇଭଉଣୀ କଚ୍ଚା ଘରେ ରହିବନି । ଗରିବଙ୍କୁ ଲାଭ ମିଳିବା ବିଜେପି ସରକାରର ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ।

ସେହିପରି ପିଏମ୍ କିଷାନରେ ଓଡ଼ିଶାର ୪୦ ଲକ୍ଷ ଚାଷୀଙ୍କୁ ଲାଭ ମିଳୁଛି । ପ୍ରତି ଚାଷୀଙ୍କ ଖାତାକୁ ବିଜେପି ସରକାର ୩୦ ହଜାର ଟଙ୍କା ପଠାଉଛନ୍ତି । ପୂର୍ବ ସରକାର ଓଡ଼ିଶାରୁ ୩୬ ହଜାର କୋଟିର ଧାନ କିଣିଥିଲେ । ଆମ ସରକାର ଓଡ଼ିଶାରୁ ୧ ଲକ୍ଷ ୧୦ ହଜାର କୋଟିର ଧାନ କିଣିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।