Advertisment

ଏଥର BJDରୁ କିଏ ? ରୋହିତ ନା ପ୍ରସନ୍ନ, ଏତିକିରେ ସରୁନି ଆଶାୟୀ ତାଲିକା...

ଦୁଇ ଦୁଇ ଥର ବିଧାୟକ ଓ ମନ୍ତ୍ରୀ ହୋଇ ନିର୍ବାଚନ ମଣ୍ଡଳୀରେ କାଟତି ବଢାଇଥିବା ରୋହିତ ୨୦୨୪ ପାଇଁ ବି ବେଶ୍ ଆଶାୟୀ। ଏଥର ତୃତୀୟ ପାଳିରେ ଟିକେଟ୍ ପାଇ ବିଧାୟକ ଭାବେ ହାଟ୍ରିକ ମାରିବାକୁ ତାଙ୍କ ଯୋଜନା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Sattara Satranj: Rehakhol Politics

Rehakhol Politics

୨୦୨୪ କିଏ ଜିତିବ ରେଢାଖୋଲ ରଣଭୂମି ? ୨୦୦୦ ପରଠୁ ବିଜେଡି ଦଖଲରେ ଥିବା ଏ ଆସନକୁ ଫେରିବ କି କଂଗ୍ରେସ ? ନା ବିଜେଡିର ସମ୍ଭାବ୍ୟ ଟିକେଟ୍ କଳିରୁ ଫାଇଦା ଉଠାଇ ପ୍ରଥମ ଥର ପାଇଁ ବାଜି ଜିତିନେବ ବିଜେପି ? ଆସନ୍ତା ନିର୍ବାଚନ ପୂର୍ବରୁ  ସମ୍ବଲପୁରର ଏ ଗୁରୁତ୍ୱପୂର୍ଣ୍ଣ ଆସନକୁ ନେଇ ଆରମ୍ଭ ହୋଇଛି ଗଣନା ଓ ଅବଗଣନା।...

Advertisment

୨୦୦୦ ମସିହାରୁ ବିଜେଡିର ଗଡ଼ ରେଢାଖୋଲ ରାଜନୀତିରେ ଏଥର ହୋଇପାରେ ଓଲଟପାଲଟ। ଆସନ୍ତା ନିର୍ବାଚନରେ ବିଜେଡି ଟିକେଟକୁ ନେଇ ହୋଇପାରେ ଦଳ ଭିତରେ ବିଗ୍ ଫାଇଟ୍। ଏକଦା ସନାତନ ବିଶି ଓ ପରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ବାଚନୀ କ୍ଷେତ୍ର ଥିବା ରେଢ଼ାଖୋଲକୁ ୨୦୧୪ରୁ ନିଜ ଦଖଲରେ ରଖିଛନ୍ତି ବିଜେଡିର ଯୁବନେତା ରୋହିତ ପୂଜାରୀ। ଦୁଇ ଦୁଇ ଥର ବିଧାୟକ ଓ ମନ୍ତ୍ରୀ ହୋଇ ନିର୍ବାଚନ ମଣ୍ଡଳୀରେ କାଟତି ବଢାଇଥିବା ରୋହିତ ୨୦୨୪ ପାଇଁ ବି ବେଶ୍ ଆଶାୟୀ। ଏଥର ତୃତୀୟ ପାଳିରେ ଟିକେଟ୍ ପାଇ ବିଧାୟକ ଭାବେ ହାଟ୍ରିକ ମାରିବାକୁ ତାଙ୍କ ଯୋଜନା।

ଅଧିକ ପଢ଼ନ୍ତୁ: ପୁଣି ବିଜେଡି-ବିଜେପିରେ ହେବ କଡ଼ା ଫାଇଟ୍‌, ପୁଣି ବର୍ଷା ନା ଫେରିବେ ପ୍ରଦୀପ

Advertisment

ସେପଟେ କିନ୍ତୁ ୨୦୦୯ରେ ବିଧାୟକ ଓ ନବୀନ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ପରେ ରାଜ୍ୟସଭା ଯାଇଥିବା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଖି ବି ଏଇ ଆସନ ଉପରେ । ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟକାଳ ସରିବା ପରେ ପ୍ରସନ୍ନ ପୁଣି ବିଧାନସଭା ଯିବା ଅପେକ୍ଷାରେ ଥିବା କୁହାଯାଉଛି। ତେଣୁ ରେଢାଖୋଲ ଟିକେଟ୍ ପାଇଁ ବିଜେଡିରୁ ଦୁଇ ପୂର୍ବତନ ମନ୍ତ୍ରୀ ତଥା ଟାଣୁଆ ନେତାଙ୍କ ମଧ୍ୟରେ ଜୋରଦାର ଲଢେଇ ହେବା ଏକ ପ୍ରକାର ସ୍ପଷ୍ଟ। 

ସେପଟେ ବିଜେଡିର ଆଶାୟୀ ତାଲିକା ଏତିକିରେ ସରିନି। ଏ ଦୁଇ ନେତାଙ୍କ ବ୍ୟତୀତ ରେଢାଖୋଲବାସୀଙ୍କୁ ନେତୃତ୍ୱ ଦେବାକୁ ପ୍ରସ୍ତୁତି ଚଳାଇଥିବା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରମୋଦ ବେହେରା ଏବଂ ରେଢ଼ାଖୋଲ ବ୍ଲକ୍ ଅଧକ୍ଷ ପ୍ରଦୀପ ପ୍ରଧାନ ବି ଟିକେଟ୍ ପାଇଁ ଲବିରେ ଥିବା ଚର୍ଚ୍ଚା ହେଉଛି।

ରେଢାଖୋଲ ଆସନକୁ ୨୦୦୦ ପରଠୁ ବିଜେଡି ନିଜର କରି ଆସୁଥିଲେ ବି ଏଠି କଂଗ୍ରେସର ପ୍ରଭାବ କିଛି କମ୍ ନୁହେଁ। ନିର୍ବାଚନମଣ୍ଡଳୀରେ ନିଜସ୍ୱ ଭୋଟ ବ୍ୟାଙ୍କ୍ ସୁରକ୍ଷିତ ରଖିଥିବା ହାତ ଦଳ ଏଠି ପ୍ରତିଥର ବିଜେଡିକୁ ଟକ୍କର ଦେଇ ଆସୁଛି। ୨୦୦୯ରୁ ଏଠି କଂଗ୍ରେସରୁ ଲଢି ଆସୁଥିବା ଆସଫ ଅଲ୍ଲୀ ଖାନ୍ ପ୍ରତିଥର ଅଳ୍ପ ଭୋଟ୍ ବ୍ୟବଧାନରେ ପରାଜୟର ସାମ୍ନା କରି ଆସୁଛନ୍ତି।

୨୦୦୯ରେ ସେ ପ୍ରସନ୍ନ ଆଚାର୍ଯ୍ୟଙ୍କଠାରୁ ପ୍ରାୟ ୧୦ ହଜାର, ୨୦୧୪ରେ ରୋହିତ ପୂଜାରୀଙ୍କଠାରୁ ପ୍ରାୟ ୧୨ ହଜାର ଏବଂ ୨୦୧୯ରେ ସେହି ରୋହିତ ପୂଜାରୀଙ୍କଠାରୁ ପ୍ରାୟ ୧୫ ହଜାର ଭୋଟରେ ହାରିଛନ୍ତି। ନିର୍ବାଚନରେ ବିଜେଡିର କଳ, ବଳ, କୌଶଳ ସତ୍ତ୍ୱେ ନିଜ ଦମରେ ଲଢେଇ କରି ଆସୁଥିବା ଏବଂ ସଂଗଠନକୁ ମଜବୁତ ରଖିିଥିବା ଆସଫଙ୍କୁ ୨୦୨୪ରେ ବି ଟିକେଟ୍ ମିଳିବା ସମ୍ଭାବନା ଅଧିକ।

ରେଢାଖୋଲରେ ବିଜୟର ଧାର୍  ଧରି ନଥିଲେ ବି ବିଜେପି କିନ୍ତୁ ପ୍ରତିଦ୍ୱିନ୍ଦ୍ୱିତାରେ ପଛରେ ନାହିଁ। ୨୦୦୯ ପରଠୁ ଏଠି ପ୍ରତି ନିର୍ବାଚନରେ ଦଳ ତୃତୀୟ ସ୍ଥାନରେ ରହୁଥିଲେ ବି ଭୋଟ୍ ହାର କିନ୍ତୁ ଉତ୍ସାହଜନକ। ପଶ୍ଚିମ ଓଡ଼ିଶାରେ ବିଜେପିର ଦବଦବା ଦୃଷ୍ଟିରୁ ଗତଥର ୧୦ ହଜାର ଭୋଟ୍ ବ୍ୟବଧାନରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ୍ ହାର ସହ ସମକକ୍ଷ ହୋଇପାରିଥିଲେ ବିଜେପିର ଦେବେନ୍ଦ୍ର ମହାପାତ୍ର। ତେବେ ଏଥର ଦେବେନ୍ଦ୍ରଙ୍କ ସହ ଦଳରୁ ଆଉ ଜଣେ ନେତା ଗୋବିନ୍ଦ ଅଗ୍ରୱାଲଙ୍କ ନାଁ ମଧ୍ୟ ଆଶାୟୀ ତାଲିକାରେ ଯୋଡ଼ି ହୋଇଛି। 

ଗୋବିନ୍ଦ ରେଢାଖୋଲ ଏନଏସି ଅଧକ୍ଷ ଓ ଜିଲ୍ଲା ପରିଷଦ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବାରୁ ସେ ଟିକେଟ୍ ପାଇଁ ଦାବିଦାର ଥିବା ଚର୍ଚ୍ଚା ହେଉଛି।

BJD BJP Congress Odisha Politics General Election 2024 Sattara Satranj
Advertisment
Advertisment