Advertisment

ବେସାହାରା କରିଦେଲା ହଇଜା; ତିନି ଭଉଣୀଙ୍କ ମୁଣ୍ଡ ଉପରୁ ଛଡ଼ାଇନେଲା ମା’ର ହାତ

କିଛି ମାସ ତଳେ ବାପା ଚାଲିଗଲେ, କାଲି ମାଆକୁ ବି ଛଡ଼ାଇ ନେଲା ହଇଜା... ତିନି ଭଉଣୀଙ୍କ ମୁଣ୍ଡ ଉପରୁ ଛପର ଉଡ଼ିଯାଇଥିଲା, ଆଉ କାଲି ଭୁଶୁଡ଼ି ପଡ଼ିଲା ସୁରକ୍ଷାର ଚାରିକାନ୍ଥ... । ମଧୁସୂଦନପାଲିର ସାବିତ୍ରୀ ଗିରି ହଇଜାରେ ପ୍ରାଣ ହରାଇବା ପରେ, ଦୁନିଆ ଦୁଆରେ ବେସାହାରା ହୋଇଗଲେ ତାଙ୍କର ୩ ବଢ଼ିଲା ଝିଅ। ବଡ଼ ଓ ମଝିଆଁ ମୂଲ ମଜୁରୀ ଲାଗୁଥିବା ବେଳେ, ଦଶମରେ ପଢ଼ୁଥିବା ସାନ ଝିଅକୁ ଲାଗିଛି ସବୁଠୁ ବଡ଼ ଧକ୍କା ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

One more succumbs to Cholera, Unofficial Death toll rises to 15 in Rourkela

ଯେଉଁ ଜଳକୁ ଜୀବନ କୁହାଯାଏ, ସେହି ଜଳ ଏବେ ଜହର ପାଲଟିଛି ରାଉରକେଲାର ବିଭିନ୍ନ ଅଞ୍ଚଳରେ । ଥମିବାର ନାଁ ଧରୁନି ହଇଜା ମୃତ୍ୟୁ । ଆଜି ପୁଣି ଆଉ ଜଣଙ୍କର ଜୀବନ ନେଇଛି କଲେରା ରାକ୍ଷସ । ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୫କୁ ବଢ଼ିଥିବା କୁହାଯାଉଛି । ତେବେ କେଉଁ କାରଣରୁ କଲେରା ସଂକ୍ରମଣ ବ୍ୟାପିଲା, ତାର ପ୍ରକୃତ କାରଣ ଏବେବି ଅସ୍ପଷ୍ଟ ରହିଥିବା ବେଳେ, ଜୋରସୋରରେ ଚାଲିଛି ପାଣି ପାଇପ୍ ମରାମତି କାମ । ସେପଟେ ସାମ୍ନାକୁ ଆସୁଛି ହଇଜା ମୃତକଙ୍କ ପରିବାରରୁ ଗୋଟିକ ପରେ ଗୋଟିଏ ଲୁହ ଭିଜା ଚିତ୍ର, କୋହଭରା କାହାଣୀ ।

Advertisment

କିଛି ମାସ ତଳେ ବାପା ଚାଲିଗଲେ, କାଲି ମାଆକୁ ବି ଛଡ଼ାଇ ନେଲା ହଇଜା... ତିନି ଭଉଣୀଙ୍କ ମୁଣ୍ଡ ଉପରୁ ଛପର ଉଡ଼ିଯାଇଥିଲା, ଆଉ କାଲି ଭୁଶୁଡ଼ି ପଡ଼ିଲା ସୁରକ୍ଷାର ଚାରିକାନ୍ଥ... । ମଧୁସୂଦନପାଲିର ସାବିତ୍ରୀ ଗିରି ହଇଜାରେ ପ୍ରାଣ ହରାଇବା ପରେ, ଦୁନିଆ ଦୁଆରେ ବେସାହାରା ହୋଇଗଲେ ତାଙ୍କର ୩ ବଢ଼ିଲା ଝିଅ। ବଡ଼ ଓ ମଝିଆଁ ମୂଲ ମଜୁରୀ ଲାଗୁଥିବା ବେଳେ, ଦଶମରେ ପଢ଼ୁଥିବା ସାନ ଝିଅକୁ ଲାଗିଛି ସବୁଠୁ ବଡ଼ ଧକ୍କା । ଚୁରମାର୍ ହୋଇଯାଇଛି ଡାକ୍ତର ବନିବାର ସ୍ୱପ୍ନ, ପାଠପଢ଼ାରେ ବି ହୁଏତ ଲାଗିଯିବ ପୂର୍ଣ୍ଣଚ୍ଛେଦ । ପେଟ ଚିନ୍ତା ଆଗରେ ପାଠ କଥା ବା ପଚାରିବ କିଏ ?

ରାଉରକେଲାର ହଇଜା ମୃତକମାନେ, ପ୍ରଶାସନ ପାଇଁ କେବଳ କିଛି ନାଁ ଓ ସଂଖ୍ୟା ହୋଇ ଥାଇପାରନ୍ତି... ହେଲେ ଅନେକ ପରିବାର ପାଇଁ ଇଏ ଅଦିନିଆ ଝଡ଼... ଅଲିଭା ଦାଗ... । ଜଳ ଏଠି ଜହର ପାଲଟିବା ପରେ, କେଉଁଠି ବଢ଼ିଲା ଝିଅଙ୍କୁ ଅନାଥ କରୁଛି, ତ କେଉଁଠି ବାପା ଆଖି ଆଗରେ ଝିଅ ଆଖି ବୁଜୁଛି । ସପ୍ତାହେରୁ ଅଧିକ ଦିନ ହେଲାଣି ଇସ୍ତାତ ନଗରୀରେ ଥମିବାର ନାଁ ଧରୁନି ହଇଜା ରାକ୍ଷସର ତାଣ୍ଡବ । ଆଜି ବି ଘରୋଇ ହସ୍ପିଟାଲରେ ଜଣଙ୍କ ଜୀବନ ଯାଇଛି । ପ୍ରାଣ ହରାଇଛନ୍ତି ପାୱାରହାଉସ ଅଞ୍ଚଳର ୪୨ ବର୍ଷୀୟ ପଙ୍କଜ ମଣ୍ଡଳ । ଏହି ଘଟଣା ପୂର୍ବରୁ ସରକାରୀ ଭାବେ ମୃତ୍ୟୁସଂଖ୍ୟା ୬ କୁହାଯାଉଥିଲେ ବି, ପ୍ରକୃତ ସଂଖ୍ୟା ଏହାଠୁ ଢେର୍ ଅଧିକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଡେଥ୍ କମିଟି ଯାଞ୍ଚ କରି ରିପୋର୍ଟ ଦେବା ପରେ ପ୍ରକୃତ ସଂଖ୍ୟା ସାମ୍ନାକୁ ଆସିବ ।

Advertisment

ରାଉରକେଲାର ମଧୁସୂଦନ ପାଲି ଓ କିଷାନଟୋଲା ଆଦି ବସ୍ତି ଅଞ୍ଚଳ । କେଉଁଠି ମାଟି ଖୋଳି ପାଇପ୍ ଲିକେଜ୍ ଯାଞ୍ଚ ଓ ମରାମତି କରାଯାଉଛି, ତ ଆଉ କେଉଁଠି ଏବେବି ପାଇପ୍ ଫାଟି ରାସ୍ତା ଓଦା ହୋଇ ରହୁଛି । ବହୁ ବସ୍ତିରେ ଡ୍ରେନ୍ ସଫା ହେଉନଥିବା ଓ ବ୍ଲିଚିଂ ପାଉଡର ପଡ଼ିନଥିବା ବି ଅଭିଯୋଗ ହୋଇଛି । ତେବେ ରାଉରକେଲା ମହାନଗର ନିଗମ କମିଶନର କହିଛନ୍ତି, ସଂକ୍ରମଣ ବ୍ୟାପିଥିବା ୧୪ୱାର୍ଡ ୯ଟି ମୋବାଇଲ ଟିମ୍ ଘରକୁ ଘର ବୁଲି ସଚେତନ କରାଉଛି । RMRC ଟିମ ପହଞ୍ଚି ଝାଡାବାନ୍ତିର କାରଣ ଖୋଜୁଛନ୍ତି । ଏଥିସହ ୱାଟକୋ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପାଇପ ମରାମତି ଚାଲିଥିବା ସେ ସୂଚନା ଦେଇଛନ୍ତି । ଏଥିସହ ଲୋକଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ, ହଇଜା ସ୍ଥିତି ଏବେ ସ୍ଥିର ଥିବାବେଳେ, ଗୁରୁତର ରୋଗୀଙ୍କ ସଂଖ୍ୟା କମୁଛି ।

Advertisment
Advertisment