• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସିଲ୍କସିଟି ରାଉରକେଲାରେ ଡାଇରିଆ ଭୟ । ବିଶେଷ କରି ରାଉରକେଲା ସହରରେ ଏହା ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ୨୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ପଡି ମେଡିକାଲରେ ଭର୍ତ୍ତି ହେଉଥିବା ଦେଖିବାକୁ ମିଳୁଛି । କେବଳ ରାଉରକେଲା ସରକାରୀ ଡାକ୍ତରଖାନା ବା RGH ରେ ଭର୍ତ୍ତି ହେଲେଣି ୧୦୩ ଜଣ ଆକ୍ରାନ୍ତ । ୪ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି ।

ତେବେ କେଉଁ କାରଣରୁ ହଠାତ୍ ରାଉରକେଲାର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପୁଛି, ତାର କାରଣ ଜଣାପଡିନାହିଁ । ୪ ଜଣଙ୍କର ଡାଇରିଆରେ ମୃତ୍ୟୁ ଅଭିଯୋଗ ପରେ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ପରିସ୍ଥିତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି । ସଂକ୍ରମଣ କ୍ଷେତ୍ରକୁ ରାପିଡ୍ ରେସପନ୍ସ ଟିମ୍, ମେଡିକାଲ ଟିମ୍ ଏବଂ ଔଷଧ ପଠାଇବାକୁ ସୁନ୍ଦରଗଡ଼ ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କିଛି ଦିନ ପୂର୍ବେ ରାଉରକେଲାରେ ଅଦିନିଆ ବର୍ଷା ଲାଗି ରହିଥିବାରୁ ଦୂଷିତ ପାଣି ପିଇ ଏହି ରୋଗ ବ୍ୟାପିବାରେ ଲାଗିଥିବା ଆଲୋଚନା ହେଉଛି । ଆକ୍ରାନ୍ତଙ୍କ ମଧ୍ୟରୁ କିଛି ଭଲ ହୋଇ ଘରକୁ ଫେରିଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀ ଚିନ୍ତା ବଢ଼ାଉଛନ୍ତି ।