ପୋଷ୍ଟମର୍ଟମ ରିପୋର୍ଟରୁ ଆସିଲା ବଡ଼ ଅପଡେଟ୍ । ଆଲିଶାଙ୍କ ମୃତ୍ୟୁ କୌଣସି ଆକ୍ରମଣ ପାଇଁ ହୋଇନି କିମ୍ବା ତାଙ୍କ ଦେହରେ ସେଭଳି କୌଣସି ଆକ୍ରମଣର ଚିହ୍ନବର୍ଣ୍ଣ ବି ନାହିଁ ।
ଉତ୍ତରପ୍ରଦେଶ ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ମୃତ୍ୟୁବରଣ କରିଥିବା ୮ ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ହଠାତ୍ ଝଟ୍କା ଲାଗିବା ଯୋଗୁ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଲୋକଙ୍କ ମୃତ୍ୟୁ ପ୍ରବଳ ରକ୍ତସ୍ରାବ ଯୋଗୁ ହୋଇଛି।