• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଇସ୍ପାତ ନଗରୀ ରାଉରକେଲାରେ ବୋଲ ମାନୁନି ହଇଜା । ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଥିବା ବେଳେ, ଆକ୍ରାନ୍ତ ହେଲେଣି ୧୪ ଶହରୁ ଅଧିକ । ସରକାରୀ ଭାବେ ମୃତ୍ୟୁସଂଖ୍ୟା ୬ କୁହା ଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ବୋଲି ସୂଚନା ରହିଛି । RGHରେ ୩ଜଣ ଏବଂ ଅନ୍ୟ ଏକ ହସ୍ପିଟାଲରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଜଣେ ବ୍ୟକ୍ତି ଘରେ ଆଖି ବୁଜି ଦେଇଥିବା ସୂଚନା ମିଳିଛି ।

ଗୁରୁତର କଥା ହେଉଛି, ଝାଡ଼ାବାନ୍ତି ଏବେ ସ୍ମାର୍ଟସିଟିର ସମସ୍ତ ୪୦ଟି ଯାକ ୱାର୍ଡକୁ ବ୍ୟାପିଗଲାଣି । ଅନ୍ୟପଟେ ଗତକାଲି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏବଂ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ରାଉରକେଲାରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ୨ରୁ ୩ ଦିନ ମଧ୍ୟରେ ସ୍ଥିତି ନିୟନ୍ତ୍ରଣ ହୋଇଯିବ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି ।

ପାଣି ବିଶୋଧନ କରାଯାଇଥିବାରୁ ଯେଉଁ ନୂଆ ମାମଲା ଆସୁଛି, ସେମାନେ ଗୁରୁତର ହେଉନାହାନ୍ତି । ଝାଡ଼ାବାନ୍ତି ବ୍ୟାପିବା ପଛରେ କାରଣ କ’ଣ ତାହା ଜାଣିବାକୁ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରୁ ଏକ ଟିମ୍ ରାଉରକେଲାରେ ପହଞ୍ଚିଥିବା ବେଳେ, ଖୁବଶୀଘ୍ର କଟକ ବଡ଼ ମେଡିକାଲ ଓ RMRCର ଏକ ଟିମ୍ ମଧ୍ୟ ରାଉରକେଲାରେ ପହଞ୍ଚିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ ।

ଏଥିସହ ମହାନଗରର ସମସ୍ତ PHCକୁ ୨୪ ଘଣ୍ଟା ଖୋଲା ରଖି ରୋଗୀଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରାଉରକେଲାରେ ବ୍ୟାପୁଥିବା ଝାଡ଼ାବାନ୍ତିରେ ରୋକ୍ ଲଗାଇବାକୁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୈଠକ ପରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଝାଡ଼ାବାନ୍ତିର କାରଣ ଖୋଜିବାକୁ ହୋଇଥିବା ୩୯ଟି ନମୁନା ପରୀକ୍ଷାରୁ ୧୮ଟି ନମୁନାରେ ଭିବ୍ରିଓ କଲେରା ବ୍ୟାକ୍ଟେରିଆ ଠାବ ହେବା ପରେ ଚିନ୍ତା ବଢ଼ିଛି ।

ରାଉରକେଲାର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ହାଲୋଜେନ ବଟିକା, ORS ପାଉଚ ଆଦି ବଣ୍ଟା ଯାଉଛି। ସ୍ୱାସ୍ଥ୍ୟ କର୍ମୀ ଓ ବିଶେଷଜ୍ଞ ଟିମ୍ ମଧ୍ୟ ପଠାଯାଇଛି । ବିଭିନ୍ନ ହସ୍ପିଟାଲରେ ବେଡ୍ ସଂଖ୍ୟା ମଧ୍ୟ ବଢାଇବା ପାଇଁ ବ୍ୟବସ୍ଥା କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।