Advertisment

ଡାକ୍ତର ସାଜିଲେ ମନ୍ତ୍ରୀ ସାରଦା, ରକ୍ତଦାତାଙ୍କଠୁ ରକ୍ତ ଟାଣିଲେ...ଭିଡିଓ ଭାଇରାଲ୍‌

ଡାକ୍ତର ସାଜିଲେ ଶ୍ରମମନ୍ତ୍ରୀ ସାରଦା ନାୟକ । ରକ୍ତଦାତାଙ୍କଠୁ ରକ୍ତ ଟାଣିଲେ । କଇଁଚି ଧରି ରିବନ କାଟିବା ଛାଡ଼ି ରକ୍ତଦାନ ପାଇଁ ଆସିଥିବା କର୍ମୀ ଓ ସାଧାରଣ ଲୋକଙ୍କ ପାଖକୁ ଯାଇଥିଲେ ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Minister Sarada Nayak becomes pharmacist in Rourkela hospital video goes viral

Minister Sarada Nayak becomes pharmacist in Rourkela hospital video goes viral

ଡାକ୍ତର ସାଜିଲେ ଶ୍ରମମନ୍ତ୍ରୀ ସାରଦା ନାୟକ । ରକ୍ତଦାତାଙ୍କଠୁ ରକ୍ତ ଟାଣିଲେ । ରାଉରକେଲା ସରକାରୀ ଡାକ୍ତରଖାନାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି ।

Advertisment

କୁହାଯାଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଯାହାର ଉଦ୍‌ଘାଟନ ପାଇଁ ଯାଇଥିଲେ ମନ୍ତ୍ରୀ ସାରଦା ନାୟକ । କଇଁଚି ଧରି ରିବନ କାଟିବା ଛାଡ଼ି ରକ୍ତଦାନ ପାଇଁ ଆସିଥିବା କର୍ମୀ ଓ ସାଧାରଣ ଲୋକଙ୍କ ପାଖକୁ ଯାଇଥିଲେ ।

ଏହାପରେ ସାଙ୍ଗେ ସାଙ୍ଗେ ଜଣେ ବିଜେଡି କର୍ମୀ ରକ୍ତ ଦେବାକୁ ବେଡ଼ରେ ଶୋଇ ପଡିଲେ । ରକ୍ତ ସଂଗ୍ରହପାଇଁ ଦାୟିତ୍ୱରେ ଥିବା ନର୍ସଙ୍କୁ ପଛରେ ପକାଇ ମନ୍ତ୍ରୀ, କର୍ମୀଙ୍କ ବ୍ଲଡ୍‌ ପ୍ରେସର ଚେକ୍‌ କରିଥିଲେ । ଆଉ ଏହାପରେ ରକ୍ତ ସଂଗ୍ରହ ପାଇଁ ଉଦ୍ଦିଷ୍ଟ ପ୍ୟାକେଟ ଧରି କର୍ମୀଙ୍କ ହାତରେ ଛୁଞ୍ଚି ଫୁଟାଇଲେ । ଯାହାର ଭିଡିଓ ଭାଇରାଲ୍‌ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ପ୍ରଶିକ୍ଷିତ ସ୍ୱ୍ୟାସ୍ଥ୍ୟକର୍ମୀଙ୍କ ଭଳି ସେ ରକ୍ତ ସଂଗ୍ରହ କରୁଛନ୍ତି । 

Advertisment

ପୂର୍ବରୁ ଏଥିପାଇଁ କୌଣସି ପ୍ରଶିକ୍ଷଣ କି ଅଭିଜ୍ଞତା ନଥାଇ ମନ୍ତ୍ରୀ କିଭଳି ଲୋକଙ୍କ ଦେହରେ ଛୁଞ୍ଚି ଫୋଡ଼ି ରକ୍ତ ସଂଗ୍ରହ କଲେ, ତାକୁ ନେଇ ପ୍ରଶ୍ନ ଉଠିଛି ।

ଅନ୍ୟପକ୍ଷେ, କୱାଲି କାର୍ଯ୍ୟକ୍ରମରେ ପୁଳା ପୁଳା ଟଙ୍କା ମନ୍ତ୍ରୀ ସାରଦା ନାୟକ ଉଡ଼ାଉ ଥିବା ଭିଡିଓ ଭାଇରାଲ୍‌ ହୋଇଥିଲା । ସୁନ୍ଦରଗଡ଼ ସହରର ଏକ ହୋଟେଲରେ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଥିଲା । କୱାଲି ଗାୟକ ରାଇସ ଅନିସ ଶାବରୀ ଗୋଟିଏ ପରେ ଗୋଟିଏ କୱାଲି ପରିବେଷଣ କରୁଥିବାବେଳେ ତାଙ୍କ ଉପରକୁ ଉଡୁଥିଲା ପୁଳା ପୁଳା ଟଙ୍କା।

କିଏ ୫୦୦ ଟଙ୍କିଆ ତ ଆଉ କିଏ ୧୦୦, ୨୦୦ ତ ପୁଣି କିଏ ୧୦ ଟଙ୍କିଆ, ୨୦ ଟଙ୍କିଆ ଉଡାଉଥିଲେ । ମନ୍ତ୍ରୀ ବି ଟଙ୍କା ଉଡ଼ାଇଥିଲେ । ଯାହାର ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ସ୍ଥାନୀୟ ମୁସଲିମ ୟୁଥ୍ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଭଳି କିଛି ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । 

Advertisment
Advertisment