/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701523765.jpg)
Drowning Death
ରାଉରକେଲା କୋଏଲ୍ ନଦୀରେ ବୁଡ଼ି ଜଣେ ମୃତ, ଜଣେ ନିଖୋଜ । ପ୍ରଧାନ ପାଲି ନିକଟ ଦେଇ ଯାଇଥିବା କୋଏଲ ନଦୀରେ ଘଟିଛି ଏହି ଅଘଟଣ । ଅପରାହ୍ନ ପ୍ରାୟ ୩ ଟା ବେଳେ ଦୁଇ ସାଙ୍ଗ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥିବା ଜଣାପଡ଼ିଛି । ଜଣଙ୍କର ମୃତଦେହ ମିଳିଥିବା ସୂଚନା ମିଳିଛି । ଅନ୍ୟ ଜଣେ ନିଖୋଜ ଅଛି ।
Advertisment
ନିଖୋଜ ନାବାଳକକୁ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରୁଛନ୍ତି । ତେବେ ପାଣିର କରେଣ୍ଟ ଅଧିକ ଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଉଭୟ ମୃତକ ଓ ନିଖୋଜ ନାବାଳକ ସ୍ଥାନୀୟ ଅଞ୍ଚଳର ସୂଚନା ମିଳିଛି । ମୃତ ନାବାଳକଙ୍କ ନାଁ ପ୍ରିୟାଂଶୁ ଭୋଳ । ସେ ରାଉରକେଲାର ଏକ ଘରୋଇ ସ୍କୁଲ୍ରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ନିଖୋଜ ନାବାଳକ ଜଣଙ୍କ ମଧ୍ୟ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି ବୋଲି ଜଣାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)