• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଡାଇରିଆ ଡେଥ୍‌ରେ ନୋ ବ୍ରେକ୍ । ୭ଦିନ ଭିତରେ ମୃତ୍ୟୁ ସଖ୍ୟା ୬ ଛୁଇଁଲା ତ ଆକ୍ରାନ୍ତଙ୍କ ସଂଖ୍ୟା ୬ଶହ ଡେଇଁଗଲା । ବର୍ଷା ନୁହେଁ ବରଂ ଶୀତ ଋତୁରେ ସ୍ମାର୍ଟସିଟି ରାଉରକେଲାରେ ଝାଡ଼ାବାନ୍ତିର ଏ କୋପ । ସହରବାସୀଙ୍କୁ ଛାନିଆ କରିଛି ତ ସରକାରଙ୍କ ନିଦ ବି ହଜାଇଛି । ଛେଣ୍ଡ କଲୋନୀଠୁ ସିଭିଲ୍ ଟାଉନସିପ୍ ଓ ପାନପୋଷରୁ କୋଏଲ ନଗର । ସବୁଠି ସ୍ଥିତି ଗମ୍ଭୀର ।

ରାଉରକେଲା ସରକାରୀ ହସପିଟାଲ ଭିତରରେ ଝାଡ଼ାବାନ୍ତି ରୋଗୀ ହାଉଜାଉ । ୱାର୍ଡରେ ଆଉ ଯାଗା ନାହିଁ । ଗୁରୁତରଙ୍କୁ ଆରଜିଏଚ୍ ନହେଲେ ହାଇଟେକ୍ ମେଡିକାଲ ପଠାଯାଉଛି । ବେଡ୍ ସଂଖ୍ୟା ୧୨୦ ବଢ଼ି ସାରିଲାଣି, ଭିତ୍ତିଭୂମି ଯାହା ଆଉ ବଢ଼ି ପାରିବନି ବୋଲି ସଫା ସଫା କହିଛନ୍ତି ଆରଜିଏଚ୍ ସୁପରିଟେଣ୍ଡେଣ୍ଟ । ତେଣେ ରାଉରକେଲା ବିଧାୟକ ତଥା ଶ୍ରମ ମନ୍ତ୍ରୀ କହିଛନ୍ତି- ସ୍ଥିତି ପୁରା ନିୟନ୍ତ୍ରଣରେ ଅଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ୭୦ବର୍ଷରୁ ଅଧିକ ଅଛନ୍ତି ।

ଇସ୍ପାତ ନଗରୀ, ମିନି ଇଣ୍ଡିଆ, ସ୍ମାର୍ଟ ସିଟି- ଏତେ ସବୁ ନାଁରେ ପରିଚିତ ଶିଳ୍ପନଗରୀ ରାଉରକେଲାରେ ହଠାତ୍ ଅଦିନରେ ଝାଡ଼ାବାନ୍ତି । ଏ ମାରାତ୍ମକ ସଂକ୍ରାମକ ରୋଗକୁ ନେଇ ଉଠିଛି ଅନେକ ପ୍ରଶ୍ନ । କିଏ କହୁଛି ଦୂଷିତ ପାଣି, ତ କିଏ କହୁଛି ଅଖାଦ୍ୟ । ପୁଣି କିଏ କହୁଛି ମାତ୍ରାଧିକ ସଂକ୍ରମଣ । ହେଲେ ନିଷ୍କର୍ସରେ କେହି ପହଞ୍ଚି ପାରୁନାହାନ୍ତି । ପୋଚରା ପାଣି ପାଇଁ ଏଭଳି ସ୍ଥିତି ଉପୁଜିଥିବା ନେଇ ଆଶଙ୍କା ଅଧିକ ବଢ଼ିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ସ୍ଥାନରେ ଫଟା ପାଣି ପାଇପ୍ ଖୋଜି ଖୋଜି ମରାମତି କରୁଛି ୱାଟକୋ ।

କଳିଙ୍ଗ ନଗର ଅଞ୍ଚଳରେ କେଉଁଠି ସପ୍ଲାଇ ପାଣି ପାଇପ୍ ସହ ଡ୍ରେନ୍ ପାଣି ମିଶିଯାଇନି ତ । ସେ ସନ୍ଦେହରେ ସହର ସାରା ଛୋଟବଡ଼ ୩୭ଟି ସ୍ଥାନରେ ମରାମତି ସରିଲାଣି । କଲୋନୀ ହୁଅନ୍ତୁ ବସ୍ତି ବାସିନ୍ଦା ସିଧାସଳଖ ଖରାପ ପାଣିକୁ ଦୋଷ ଦେଉଛନ୍ତି । କହିଛନ୍ତି ଏଇ ପାଣି ପିଇବା ଛଡ଼ା ଅନ୍ୟ ଉପାୟ ନାହିଁ । ତେଣେ ୱାଟକୋ କର୍ତ୍ତୃପକ୍ଷ କିନ୍ତୁ ପାଣିରୁ ସଂକ୍ରମଣ କଥାକୁ ମାନିବାକୁ ନାରାଜ । ଉପ-ଜିଲ୍ଲାପାଳ ବି ପିଏଚଡି ପାଣିରୁ ଝାଡ଼ାବାନ୍ତି ବ୍ୟାପିବା ଅଭିଯୋଗକୁ ଗ୍ରହଣ କରୁନାହାନ୍ତି । ନିର୍ଦ୍ଦିଷ୍ଟ କୌଣସି ସ୍ଥାନରୁ ଦୂଷିତ ଖାଦ୍ୟ କି ପାଣି 

ଯୋଗୁଁ ଏଭଳି ସ୍ଥିତି ଉପୁଜିଥାଇପାରେ ବୋଲି କହୁଛନ୍ତି ।

ହେଲେ ପରୀକ୍ଷା ପାଇଁ ଯାଇଥିବା ଖାଦ୍ୟ ଓ ପାଣି ନମୁନା ଏବଂ ଭୁବନେଶ୍ୱରରୁ ଆସିଥିବା ବିଶେଷଜ୍ଞ ଟିମ୍‌ଙ୍କ ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହିଛନ୍ତି । ଇସ୍ପାତ ନଗରୀରେ ପ୍ରଚଣ୍ଡ କୋପ ଦେଖାଇଥିବା ଡାଇରିଆର ଶୀଘ୍ର ନିରାକରଣ କରାନଗଲେ ଏହା ମହାମାରୀ ରୂପ ନେବାକୁ ବେଶୀ ସମୟ ଲାଗିବନି ।

  • Reported by:
  • PAWAN TIWARI