• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ମାର୍ଟସିଟି ରାଉରକେଲାରେ ଝାଡ଼ାବାନ୍ତିରେ ମୃତ୍ୟୁ ପଛରେ କଲେରା ଜୀବାଣୁ । ପାଣି ସାମ୍ପଲରୁ କଲେରା ଜୀବାଣୁ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ ଚିନ୍ତାର ବିଷୟ ସାମ୍ପଲରୁ ଭିବ୍ରିଓ କଲେରା ଜୀବାଣୁ ମିଳିଥିବା ଜଣାପଡ଼ିଛି । ଏବେ ସୁନ୍ଧା ରାଉରକେଲାରେ ଝାଡ଼ାବାନ୍ତିରେ ୬ ଜଣଙ୍କ ମୃତ୍ୟୁ ଘଟିଲାଣି । ସେହିପରି ୫ଶହରୁ ଅଧିକ ଆକ୍ରାନ୍ତ ଥିବା ବେଳେ ଶତାଧିକ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

ସେପଟେ ହଠାତ ରୋଗ ବ୍ୟାପିବାରୁ ପ୍ରଶାସନ ବି ଅକଳରେ ପଡ଼ିଛି । ହସପିଟାଲରେ ବେଡ୍ ମିଳୁ ନଥିବାରୁ ରୋଗୀଙ୍କୁ ତଳେ ରଖି ଚିକିତ୍ସା କରାଯାଉଥିବା ଅଭିଯୋଗ ବି ଉଠିଛି । ସ୍ମାର୍ଟସିଟି କାମବେଳେ ଫାଟିଥିବା ପାଣି ପାଇପର ଠିକ୍‌ରେ ମରାମତି ହୋଇ ନଥିବାରୁ ଏଥିରେ ଡ୍ରେନ୍ ପାଣି ମିଶି ପିଇବା ପାଣି ଦୂଷିତ ହୋଇଥିବା କୁହାଯାଉଛି । ତେବେ ଚୋର ଗଲା ପରେ ବୁଦ୍ଧି ଆସିଲା ଭଳି ଏବେ ପାଣି ନମୁନା ପରୀକ୍ଷା ଲାଗି ପଠାଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାପାଳ ଓ ସିଡିଏମ୍ଓ ଡାକ୍ତରଖାନାକୁ ଯାଇ ରୋଗୀଙ୍କ ଚିକତ୍ସା ସଂପର୍କରେ ଅନୁଧ୍ୟାନ କରିଛନ୍ତି । ମହାନଗର ନିଗମ ପକ୍ଷରୁ ୬ଟି ରାପିଡ୍ ରେସ୍ପନ୍ସ ଟିମ୍ ଗଠନ କରାଯାଇ ରୋଗୀଙ୍କୁ ତୁରନ୍ତ ହସପିଟାଲରେ ପହଞ୍ଚାଇବା ଓ ଉପଯୁକ୍ତ ଚିକିତ୍ସା ମିଳିବା କାମରେ ନିୟୋଜିତ କରାଯାଇଛି ।

  • Reported by:
  • PAWAN TIWARI