• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନାହିଁ ନାହିଁରେ ଚାଲିଛି ରାଉରକେଲା ସରକାରୀ ହସ୍ପିଟାଲ ।  ଏଠାକାର ଆଉଟ ଡୋରରେ ପ୍ରତିଦିନି ଏକ ହଜାରରୁ ଅଧିକ ରୋଗୀ ଆସି ଚିକିତ୍ସିତ ହେଉଛନ୍ତି। ହେଲେ ଡାକ୍ତର ଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ ଓ ତାଙ୍କ ସଂପର୍କୀୟ ।  ଗତ ୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ RGHକୁ ୪ ଶହ  ବେଡ ବିଶିଷ୍ଟ ହସ୍ପିଟାଲ ମାନ୍ୟତା ପ୍ରଦାନ କରିଥିଲେ। ହେଲେ ଆଜି ବି ତାହା ଘୋଷଣାରେ ସୀମିତ।

ପଡୋଶୀ ଝାଡଖଣ୍ଡ ଓ ଛତିଶଗଡରୁ ମଧ୍ୟ ରୋଗୀ ପ୍ରତିଦିନ ଏଠାକୁ ଆସନ୍ତି  ହେଲେ ଆସୁସାଙ୍ଗିକ ସୁବିଧା ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି।

ରାଉରକେଲା ସରକାରୀ ହସ୍ପିଟାଲ ଓ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଏକା ସାଙ୍ଗେ ଆରମ୍ଭ ହୋଇଥିଲା ।  ତେବେ ଆଜି କ୍ୟାପିଟାଲ ହସ୍ପିଟାଲରେ ପିଜି ବିଭାଗ ଖୋଲିବା ସହ କେତେ ଅଗ୍ରଗତି କରିଛି । ସେ କ୍ରମରେ କିନ୍ତୁ RGH ହସ୍ପିଟାଲର କିଛି ଉନ୍ନତିକରଣ ହୋଇନି । ଏଠି ଡାକ୍ତର ଅଭାବ ସାଙ୍ଗକୁ ଷ୍ଟାଫଙ୍କ ବି ଭାବ ରହିଛି । ଅନ୍ୟପଟେ ସରକାରଙ୍କୁ ଏନେଇ ଅବଗତ କରାଯାଇଛି,  ଶୀଘ୍ର ଏଠାରେ ଡାକ୍ତର ପଦବୀ ପୂରଣ ହେବ ବୋଲି କହିଛନ୍ତି  RGHର ସୁପରିନଟେଣ୍ଡେଣ୍ଟ । 

ଗରିବଶ୍ରେଣୀର ଲୋକ ଓ ଆଦିବାସୀଙ୍କ ଏକମାତ୍ର ଭରସା ରାଉରକେଲାର ସରକାରୀ ହସ୍ପିଟାଲ ।  ହେଲେ ଏହାର ଉନ୍ନତିକରଣ କେବେ ସରୁଛି ତାକୁ ଅପେକ୍ଷା ।

  • Reported by:
  • PAWAN TIWARI