• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା । ପାଣିପାଗ ବିଭାଗର ସୂଚନା ଅନୁସାରେ ୬.୫ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ରହିଛି । ସେହିପରି ୧୦ ଡିଗ୍ରୀ ତଳେ ରହିଛି ୧୦ ସହରର ତାପମାତ୍ରା ।

କିରେଇ ୭, ଫୁଲବାଣୀ ୮.୫, କୋରାପୁଟ ୮.୭, କେନ୍ଦୁଝର ୮.୮ ଡିଗ୍ରୀ, ସୁନ୍ଦରଗଡ଼ ୯, ଝାରସୁଗୁଡ଼ା ୯.୨, ଦାରିଙ୍ଗବାଡ଼ି ୯.୫ ଡିଗ୍ରୀ, ଅନୁଗୁଳ ଓ ରାଉରକେଲା ତାପମାତ୍ରା ୯.୬ ଡିଗ୍ରୀ ସହ କଟକ ୧୩.୫ ଓ ଭୁବନେଶ୍ୱର ରାତ୍ରି ତାପମାତ୍ରା ୧୩.୮ ଡିଗ୍ରୀ ରହିଛି ।

ଆଗାମୀ ୪ ରୁ ୫ଦିନ ଯାଏଁ ପାଗ ଶୁଖିଲା ପାଗ ସହ ରାତ୍ରିକାଳୀନ ସର୍ବନିମ୍ନ ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ଆସିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହିତ କିଛି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହିଛି ।

ତେବେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେଉଛି । ଆଗାମୀ ୪ରୁ ୫ ଦିନ ଯାଏଁ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କନ୍ଧମାଳ ଜିଲ୍ଲାରେ ଶୀତ କିଛିଟା ଅଧିକ ଅନୁଭବ ହେଉଛି । ଜିଲ୍ଲାରେ ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି। ପ୍ରବଳ ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଲେଣି। ସେହପରି ମୟୂରଭଞ୍ଜର ଉଦଳାରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି ।