• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଉରକେଲାରେ ହଇଜା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୧୩ ବୋଲି ସୂଚନା ମିଳିଛି । ସରକାରୀ ଭାବେ ୬ ମୃତ୍ୟୁ କୁହାଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ବୋଲି ସୂଚନା ମିଳିଛି । ଆର୍ ଜିଏଚ୍‌ରେ ୩, ଅନ୍ୟ ଏକ ହସ୍ପିଟାଲରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ବ୍ୟକ୍ତିଙ୍କର ଘରେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି ।

ଏପଟେ ଆଜି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ରାଉରକେଲାରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ୨ରୁ ୩ ଦିନ ମଧ୍ୟରେ ସ୍ଥିତି ନିୟନ୍ତ୍ରଣ ହୋଇଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

ସ୍ମାର୍ଟସିଟି ରାଉରକେଲାରେ ମାଡ଼ୁଛି ହଇଜା । ହଇଜାରେ ଏପର୍ଯ୍ୟନ୍ତ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ହଇଜାରେ ୬ଜଣଙ୍କର ମୃତ୍ୟୁ ହୋଇଛି । ତେବେ ୧୪ଶହରୁ ଅଧିକ ଆକ୍ରାନ୍ତ ହେଲେଣି । ଏପଟେ ରାଉରକେଲାରେ ହଇଜା ସଂକ୍ରମଣର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ରାଉରକେଲା ଯାଉଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୈଠକ ପରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଝାଡ଼ାବାନ୍ତିର କାରଣ ଖୋଜିବାକୁ ହୋଇଥିବା ୩୯ଟି ନମୁନା ପରୀକ୍ଷାରୁ ୧୮ଟି ନମୁନାରେ ଭିବ୍ରିଓ କଲେରା ବ୍ୟାକ୍ଟେରିଆ ଠାବ ହେବା ପରେ ଚିନ୍ତା ବଢ଼ିଛି । ରାଉରକେଲାର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ହାଲୋଜେନ ବଟିକା, ORS ପାଉଚ ଆଦି ବଣ୍ଟା ଯାଉଛି। ସ୍ୱାସ୍ଥ୍ୟ କର୍ମୀ ଓ ବିଶେଷଜ୍ଞ ଟିମ୍ ମଧ୍ୟ ପଠାଯାଇଛି । ବିଭିନ୍ନ ହସ୍ପିଟାଲରେ ବେଡ୍ ସଂଖ୍ୟା ମଧ୍ୟ ବଢାଇବା ପାଇଁ ବ୍ୟବସ୍ଥା କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।