/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699166787.jpg)
Mo Odisha Nabin Odisha
'ମୋ ଓଡ଼ିଶା, ନବୀନ ଓଡିଶା'କୁ ବର୍ଜନ କଲେ ରାଇରଙ୍ଗପୁର ସରପଞ୍ଚ ସଂଘ । ସେମାନଙ୍କର ଦାବି ଥିଲା ବିନା ପଲ୍ଲୀ ସଭାରେ ଏଵଂ ବିନା ସରପଞ୍ଚଙ୍କ ଅଜାଣତରେ କେମିତି ୫୦ ଲକ୍ଷ ଟଙ୍କାର କାମ ମଂଜୁର କରାଯାଇଛି । ଜନପ୍ରତିନିଧିମାନଙ୍କୁ କ୍ଷମତା ଦୂରେଇ ରଖିବା ପାଇଁ ଏହା ସରକାରଙ୍କ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ସରପଞ୍ଚ ।
Advertisment
ସେଥିପାଇଁ ଉଦଘାଟିତ ଉତ୍ସବରେ କୌଣସି ସରପଞ୍ଚ ଯୋଗ ଦେଇ ନଥିଲେ । ତେବେ ଆଗାମୀ ଦିନରେ ଦାବି ପୂରଣ ନ ହେଲେ ସରପଞ୍ଚ ସଂଘ୍ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ସରପଞ୍ଚ ସଂଘ । ସଂଘର ୯ଟି ପଞ୍ଚାୟତର ସରପଞ୍ଚଙ୍କ ପକ୍ଷରୁ ରାଇରଙ୍ଗପୁର ବିଡ଼ିଓଙ୍କୁ ଏନେଇ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)