/odishatv-khabar/media/post_attachments/uploadimage/library/16_9/16_9_0/Rourkela__1705069772.jpg)
Rourkela
ପ୍ରକାଶ ପାଇଛି ସାରା ଦେଶର ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ । ତାଲିକାରେ ଗଲା ବର୍ଷ ୪୫ନମ୍ବରରେ ଥିଲା ଷ୍ଟିଲସିଟି ରାଉରକେଲା । ଆଉ ଚଳିତ ବର୍ଷ ବହୁ ତଳକୁ ଖସି ୧୧୯ ନମ୍ବରରେ ପହଞ୍ଚିଛି । ହକି ବିଶ୍ୱକପ୍ ବେଳେ ଝଲସୁଥିବା ସହର ଏବେ ଅଳିଆ କୁଢରେ ଭରା । ଏ ମଧ୍ୟରେ ସହରରେ ଥିବା ରାସ୍ତା ଓ ସାଇକେଲ ପଥ ନିର୍ମାଣ ଲାଗି ସହରକୁ ୧୫ତମ ସ୍ଥାନ ମିଳିଛି ।
ସେପଟେ କିନ୍ତୁ ସହରବାସୀ ଆରଏମସିର କାର୍ଯ୍ୟରେ ଖୁବ ଖପ୍ପା । ଅଳିଆ ଆବର୍ଜନା ଭରା ରାଉରକେଲାକୁ ଲୋକ ଦେଖାଣିଆ ପୁରସ୍କାର ମିଳିବାର କିଛି ମାନେ ନାହିଁ ବୋଲି କହିଛନ୍ତି ସହରବାସୀ । ହକି ବିଶ୍ୱକପ ଆୟୋଜନ ଲାଗି ସାରା ବିଶ୍ୱରେ ନାମ କରିଥିବା ରାଉରକେଲା ଏବେ ଆବର୍ଜନା ସହର ପାଲଟିଥିବା ନେଇ ସହରବାସୀ ଅସନ୍ତୋଷ ଝାଡ଼ିଛନ୍ତି ।
ସହରର ଯେଉଁଆଡେ ଯିବ ସେଠି ଅଳିଆ ପଡିଥିବା ଦେଖିବାକୁ ମିଳୁଛି । ଗୋଟେ ସାଇନ ବୋର୍ଡରେ ଲେଖା ଅଛି ଆବର୍ଜନା ପକାନ୍ତୁ ନାହିଁ, ହେଲେ ପଡୁଛି କୁଢ କୁଢ ଅଳିଆ ଆବର୍ଜନା । ସହରର ଏଭଳି ଅବସ୍ଥା ପରେ ବି ଆରଏମସିକୁ ମିଳିଛି ପୁରସ୍କାର । ଭଲ ରାସ୍ତା ନିର୍ମାଣ ସହ ସାଇକେଲ ପଥ ନିର୍ମାଣ ଲାଗି ୧୫ ତମ ସ୍ଥାନ ପାଇଛି ରାଉରକେଲା ।
ସେପଟେ ସହରବାସୀ କହିଛନ୍ତି ପୁରସ୍କାର କେବଳ ଲୋକ ଦେଖାଣିଆ, ବାସ୍ତବିକ୍ ଚିତ୍ର କିନ୍ତୁ ଓଲଟା । ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଣ, ପରିମଳ ବ୍ୟବସ୍ଥାରେ ସହର ସଂପୂର୍ଣ୍ଣ ଫେଲ୍ । ଏନେଇ ଆରଏମସି କମିଶନର କିଛି କହିନଥିବା ବେଳେ କିନ୍ତୁ ପୁରସ୍କାର ମିଳିଥିବା କଥାକୁ ଦୋହରାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)