Advertisment

ASI ଆଲିଶା ଲୁଗୁନଙ୍କ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବି କଲେ ସ୍ୱାମୀ ସଂଜୟ ଲାକ୍ରା

ଏସପିଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ, ସିବିଆଇ ତଦନ୍ତ ହେଉ କହିଲେ ସଂଜୟ ଲାକ୍ରା...ଏକ୍ସାଇଟେଡ ଡେଲିରିୟମରେ ମୃତ୍ୟୁ ହୋଇଥିବା ଏସ ପ କହିବା ଦୁର୍ଭାଗ୍ୟଜନ..ପୋଷ୍ଟମର୍ଟମ ରିପୋର୍ଟ ଗ୍ରହଣ କରୁନୁ, ସିବିଆଇ ତଦନ୍ତ ହେଉ

author-image
Prangyan Parimita
ଅଦ୍ୟତନ ହୋଇଛି
ASI death

ASI death

ରାଉରକେଲା ASI ଆଲିଶା ଲୁଗୁନଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ତାଙ୍କ ପରିବାର। ଆଲିଶାଙ୍କ ସ୍ୱାମୀ ପ୍ରେସମିଟ୍ କରି ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛନ୍ତି । ଆଲିଶାଙ୍କ ମୃତ୍ୟୁକୁ ନେଇ ଏସପି ମିତ୍ରଭାନୁ ମହାପାତ୍ରଙ୍କ ମନ୍ତବ୍ୟକୁ ସେ ଗ୍ରହଣ କରିନାହାନ୍ତି । ଏକ୍ସାଇଟେଡ ଡେଲିରିୟମରେ ମୃତ୍ୟୁ ହୋଇଥିବା ଏସପି କହିବା ଦୁର୍ଭାଗ୍ୟଜନକ । ଆଲିଶା ଲୁଗୁନଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଗ୍ରହଣ କରୁନୁ । ଏହାର ସିବିଆଇ ତଦନ୍ତ ପାଇଁ ଆଲିଶାଙ୍କ ସ୍ୱାମୀ ଦାବି କରିଛନ୍ତି ।

Advertisment

ଆଲିଶାଙ୍କ ମୃତ୍ୟୁ କୌଣସି ଆକ୍ରମଣ ପାଇଁ ହୋଇନି କିମ୍ବା ତାଙ୍କ ଦେହରେ ସେଭଳି କୌଣସି ଆକ୍ରମଣର ଚିହ୍ନବର୍ଣ୍ଣ ବି ନାହିଁ। ବରଂ ତାଙ୍କ ଶରୀରର ଅତ୍ୟଧିକ ହରମୋନ୍ କ୍ଷରଣ ଯୋଗୁ ନିଃଶ୍ୱାସ ପ୍ରଶ୍ୱାସରେ ତାଙ୍କର ସମସ୍ୟା ଦେଖାଦେଇଥିଲା । ଏବଂ ମେଡ଼ିକାଲ୍ ନେବା ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ।

Advertisment

ସୂଚନାଯୋଗ୍ୟ ଅକ୍ଟୋବର ୧ ତାରିଖ ସନ୍ଧ୍ୟାରେ ରାଉରକେଲା ମହାନଗର ନିଗମ ନିକଟ ରିଙ୍ଗ୍ ରୋଡ୍‌ରେ ଏକ ଦୁର୍ଘଟଣା ଘଟିଥିଲା । ତେଣୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଉଦିତ ନିଗର ଥାନା ASI ଆଲିଶା ଲୁଗୁନ ଘଟଣାସ୍ଥଳକୁ ଯାଇଥିଲେ । ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ।

ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଆଲିଶାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଏମିତିକି ତାଙ୍କ ମୃତ୍ୟୁକୁ ରାଉରକେଲା ଏଡିଏମ୍‌ ଅଫିସ୍‌ର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା ସହିତ ଯୋଡ଼ା ଯାଇଥିଲା ।

Advertisment
Advertisment