• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଉରକେଲାରେ ବଡ଼ ଧରଣର ବିସ୍ଫୋରଣ । କାରଖାନାରେ ବିସ୍ଫୋରଣ ଘଟି ଜଣେ ମୃତ । ରାଉରକେଲା କଲୁଙ୍ଗା ଶୁଭମ୍ ଇସ୍ପାତ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣରେ ଜଣେ ଶ୍ରମିକ ମୃତ, ୨ ଗୁରୁତର ହୋଇଥିବା ନେଇ ସୂଚନା ରହିଛି । ମୃତ ଶ୍ରମିକ ଜଣକ ହେଲେ ଯାଜପୁରର । ତେବେ ଅନ୍ୟ ୨ ଗୁରୁତରଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି ।

ଗ୍ୟାସ୍ ପାଇପ୍ ଲିକରୁ ବିସ୍ଫୋରଣ ହୋଇଥିବା ନେଇ ସୂଚନା ରହିଛି । ଆଜି ଭୋର ସାଢେ ଚାରିଟାରେ ଆଇଡିସି କଳୁଙ୍ଗା ଶିଳ୍ପାଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଏହି ବିସ୍ଫୋରଣରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଆହତ ଦ୍ୱୟ ହେଉଛନ୍ତି ବେଦବ୍ୟାସ ବଲଣ୍ଡାର ପରମେଶ୍ୱର କିଷାନ ଓ ବିହାରର ଅଭିଷେକ କୁମାର । ସେମାନଙ୍କୁ ବେଦବ୍ୟାସ ସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ତେବେ ମୃତକ ଜଣକ ହେଲେ ଯାଜପୁରର ଚିନ୍ମୟ ବେହେରା । ଅନ୍ୟ ଶ୍ରମିକମାନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ବ୍ରାହ୍ମଣୀ ତରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଆହତ ଦୁଇ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଏହି ଇସ୍ପାତ କାରଖାନାରେ ୧୦୦ରୁ ଅଧିକ ଶ୍ରମିକ କାମ କରନ୍ତି । ତେବେ ବିସ୍ଫୋରଣରେ ଅନ୍ୟମାନେ ସୁରକ୍ଷିତ ଥିବା ଜଣା ପଡ଼ିଛି । ଏନେଇ ପୋଲିସ ଘଟଣାର ତଦନ୍ତ କରୁଛି । ଏହା ସହ ମୃତକଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଖବର ଦିଆଯାଇଛି ।