Advertisment

ହଟିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଲଗାଯାଇଥିବା ଫଳକ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଲାଗିଥିବା ଫଳକକୁ ଫଳକ କଢା ଯାଇ ନୂଆ ଡିଜାଇନର ଫଳକ ଲଗାଯାଇଛି ।

author-image
Otv Khabar Bureau
Poster Boards Of Srimandir Heritage Corridor Changed In Puri

Poster Boards Of Srimandir Heritage Corridor Changed In Puri

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଲାଗିଥିବା ଫଳକକୁ ଫଳକ କଢା ଯାଇ ନୂଆ ଡିଜାଇନର ଫଳକ ଲଗାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାହା ଆଗରୁ ଲେଖାଯାଇଥିଲା ତାହାକୁ ହଟାଇ ଦିଆଯାଇଛି । ତାହା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଲାଗିଥିବା ଫଳକକୁ ଫଳକ କଢା ଯାଇ ନୂଆ ଡିଜାଇନର ଫଳକ ଲଗାଯାଇଛି । ତାହା ବଦଳରେ ମେଲ୍ ଟଏଲେଟ୍, ଫିମେଲ୍ ଟଏଲେଟ୍ ଲେଖାଯାଇଛି ।

Advertisment

ସେହିପରି ପଶ୍ଚିମ ଦ୍ୱାରରେ ଥିବା ଇନଫର୍ମେସନ କିଓସ୍କ ହଟାଇ ଦିଆଯାଇଛି । ଏହାରି ଭିତରେ ତ୍ୱରାନ୍ୱିତ ହୋଇଛି କାମ । ପ୍ରତ୍ନତତ୍ତ୍ୱ ବିଭାଗ ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନରେ ଆସୁଥିବାରୁ ଫଳକ ହଟାଇ ଦିଆଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଥିଲା । ହେଲେ ନିୟମ ଉଲ୍ଲଂଘନ କରି ଶ୍ରୀମନ୍ଦିର ଶହେ ମିଟର ପରିଧିରେ ପ୍ରାୟ ୩୦ରୁ ୫୦ ଫୁଟ୍ ଗାତ ଖୋଳି ନିର୍ମାଣ କରାଯାଉଥିବା ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅଭିଯୋଗ ଉଠିଥିଲା ।

Advertisment

ଅନ୍ୟପକ୍ଷେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଧାନସଭାରୁ ସଂସଦ ଯାଏଁ, ସବୁଠି ଉଦ୍‌ବେଗ ପ୍ରକାଶ ପାଇଛି । ଏପରିକି ହାଇକୋର୍ଟରେ ମଧ୍ୟ ଏହି ମାମଲା ବିଚାରାଧୀନ ରହିଛି । ତଥାପି ଜାରି ରହିଛି ଐତିହ୍ୟ କରିଡର୍ ପ୍ରକଳ୍ପ କାମ । ଶ୍ରୀମନ୍ଦିରର ପଶ୍ଚିମ ଓ ଦକ୍ଷିଣ ଦ୍ୱାର ସମ୍ମୁଖରେ ଖୋଳା ଯାଇଥିବା ବଡ଼ ବଡ଼ ଗାତରେ ବାଲି ଭର୍ତ୍ତି କରାଯିବା ପରେ ନିର୍ମାଣ କାମ ଚାଲିଛି ।

Srimandir Heritage Corridor
Advertisment
Advertisment