Advertisment

ସାଂସଦ ଅପରାଜିତାଙ୍କୁ ଡରୁଛନ୍ତି କି ରାଜ୍ୟ ସରକାର ? କାହିଁକି ପୁରୀ ଗସ୍ତ ବେଳେ ଅଟକାଇଲେ ?

ସାଂସଦ ଅପରାଜିତା କହିଛନ୍ତି, ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅନୁମତି ନେବାର କୌଣସି ଆବଶ୍ୟକ ନାହିଁ। ଯଦି ସରକାର ସତ୍‌ମାର୍ଗରେ ଅଛନ୍ତି, ତାହେଲେ ଏତେ ଡର କାହିଁକି ?

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

MP Aparajita Sarangi slams Odisha govt

ପୁରୀ ଗସ୍ତ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଚନ୍ଦନପୁର କାଠପୋଲ ନିକଟରେ ପୋଲିସ୍‌ ଅଟକାଇ ଥିଲା। ଏହାପରେ ସାଂସଦ ଅପରାଜିତା ଚାଲି ଚାଲି ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। କିଛି ବାଟ ଚାଲି ଚାଲି ଯିବା ପରେ ଗାଡ଼ିରେ ପୁଣି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ମାଳତିପାଟପୁର ନିକଟରୁ ପୁଣି ଗାଡ଼ିରେ ଯିବାକୁ ଅନୁମତି ମିଳିଲା। ଗାଡ଼ିରେ ଯାଇ ଅପରାଜିତା ପୁରୀରେ ପହଞ୍ଚିବା ପରେ ପୁଣି ଥରେ ପଦଯାତ୍ରା କରିଥିଲେ। ଡାକ୍ତରଖାନା ଛକରୁ ଶହଶହ ସମର୍ଥକଙ୍କ ଗହଣରେ ପଦଯାତ୍ରା ବାହାରିଥିଲା । 

Advertisment

ଏହି ଅବସରରେ ସାଂସଦ ଅପରାଜିତା କହିଛନ୍ତି, ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅନୁମତି ନେବାର କୌଣସି ଆବଶ୍ୟକତା ନାହିଁ। ଯଦି ସରକାର ସତ୍‌ମାର୍ଗରେ ଅଛନ୍ତି, ତାହେଲେ ଏତେ ଡର କାହିଁକି ? ଯଦି ଲୁଚାଇବାର କିଛି  ନାହିଁ, ତା’ହେଲେ ସରକାର କାହିଁକି ଡରୁଛନ୍ତି ? ମୁଁ କେବଳ ଶ୍ରୀମନ୍ଦିର ସୁରକ୍ଷା କଥା କହିଛି। ମୋର ଯାହା କହିବାର କଥା ଲୋକସଭାରେ କହି ସାରିଛି ବୋଲି ଅପରାଜିତା କହିଛନ୍ତି। 

ସୂଚନାଥାଉ କି, ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ମଧ୍ୟରେ ଆଜି ପୁରୀ ଗସ୍ତ କରିଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜି ପୂର୍ବାହ୍ନରେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସାଂସଦ ଗସ୍ତ ପୂର୍ବରୁ ଟ୍ୱିଟ୍‌ କରିଥିଲେ। ଏହା ପୂର୍ବରୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ପୁରୀ ଯିବେ ବୋଲି ମଧ୍ୟ ଜଣାଇଥିଲେ। ଯେହେତୁ ଆଜି ସେ ପୁରୀ ଯାଉଛନ୍ତି, ତେଣୁ ଚର୍ଚ୍ଚା ହେଉଥିଲା ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ରାଲିରେ ଅପରାଜିତା ଷଡ଼ଙ୍ଗୀ ସାମିଲ ହେଉଛନ୍ତି। କିନ୍ତୁ ପୁରୀ ପ୍ରଶାସନ ଏହି ରାଲିକୁ ଅନୁମତି ଦେଇନାହିଁ । ଏହାପରେ ସାଂସଦ ନିଜେ ଏକ ଟ୍ୱିଟ୍‌ କରି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବାକୁ ଆଜି ପୁରୀ ଯିବେ ବୋଲି କହିଥିଲେ।

Advertisment

ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ମଧ୍ୟ ଅପରାଜିତା ପ୍ରଶ୍ନ କରିଛନ୍ତି। କାହିଁକି ହାଉସ୍ କମିଟି ଶ୍ରୀମନ୍ଦିର ତଦାରଖ ପାଇଁ ଆସି ନାହାନ୍ତି ବୋଲି ସେ କହିଛନ୍ତି। ASI ଅନୁମତି ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ହେଉଛି କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ନିଷିଦ୍ଧାଞ୍ଚଳରେ ୩୦ ଫୁଟ ଗାତ ଖେଳିବାକୁ କିଏ ଅନୁମତି ଦେଲା ଏବଂ କେଉଁ ଇଞ୍ଜିନିୟର ଓ ବିଶେଷଜ୍ଞ ୩୦ ଫୁଟ ଗାତ ପାର୍ଇ ଅନୁମତି ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି। 

ମନ୍ଦିର ଉପରେ ବିମାନ ଉଡ଼ିବା, ପାଖରେ ବଡ଼ ଗାଡ଼ି ଚାଳନା ମନା। ତା’ହେଲେ ଜେସିବି ଦ୍ୱାରା ଗାତ ଖୋଳିବାକୁ ଅନୁମତି ମିଳିଲା କିପରି ? କେଉଁଠି  Transparency ଅଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଏହାସହ ସେ ପୁରୀ ସାଂସଦଙ୍କୁ ଆକ୍ଷେପ କରିଛନ୍ତି। ସେ କହିଛନ୍ତି, ଯଦି ପୁରୀ ସାଂସଦ ଏନେଇ ଜାଣିବେନି ଲୋକେ ଜାଣିବେ କିପରି ? କ’ଣ ହେଲା ଯେ ଶେଷରେ ଗଜପତିଙ୍କ ସାହାରା ନେବାକୁ ପଡ଼ିଲା। ଗଜପତିଙ୍କ ମନ୍ତବ୍ୟ ଉପରେ କିଛି ମନ୍ତବ୍ୟ ଦେବାକୁ ଚାହୁଁନି। ଆମକୁ ଏନେଇ ASIର ମତାମତ ଦରକାର। ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ସମର୍ଥନ କରୁଛି। ଆଇନ ପରିସରରେ ରହି ମନ୍ଦିରର ସୁୂରକ୍ଷା ଦେଖି ନିର୍ମାଣ ହେଉ ବୋଲି ଅପରାଜିତା କହିଛନ୍ତି। 

Puri Srimandir MP Aparajita Sarangi Srimandir Parikrama Project Row
Advertisment
Advertisment