Advertisment

ମୃତ୍ୟୁ ଏମିତି ବି ଆସେ ! ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା

ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା । ପୁରୀ ସମୁଦ୍ର ବେଳାଭୂମିରେ ବାପପୁଅ ଦୁହେଁ ଖେଳୁଥିଲେ । ପୁଅ ଆଗରେ ଷ୍ଟଣ୍ଟ ଦେଖାଉଥିଲେ ବାପା । ଷ୍ଟଣ୍ଟ ମାରୁ ମାରୁ ଲହଡ଼ି ଭିତରେ ଭାସିଗଲେ ବାପା ।

author-image
Otv Khabar Bureau
ଅଦ୍ୟତନ ହୋଇଛି
One tourist from Balsore goes missing, two from Jharkhand rescued while taking bath in the sea

One tourist from Balsore goes missing, two from Jharkhand rescued while taking bath in the sea

ହସ ଖୁସିରେ ଦୁଃସାହସିକ ଖେଳ ଖେଳୁ ଖେଳୁ ମାଡ଼ି ଆସିଲା ଦୁଃଖ । ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା । ପୁରୀ ସମୁଦ୍ର ବେଳାଭୂମିରେ ବାପପୁଅ ଦୁହେଁ ଖେଳୁଥିଲେ । ପୁଅ ଆଗରେ ଷ୍ଟଣ୍ଟ ଦେଖାଉଥିଲେ ବାପା । ଷ୍ଟଣ୍ଟ ମାରୁ ମାରୁ ଲହଡ଼ି ଭିତରେ ଭାସିଗଲେ ବାପା । ପୁରୀର ଚୈତନ୍ୟ ଛକ ପାଖ ବେଳାଭୂମି ଅଞ୍ଚଳରେ ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ।

Advertisment

ସୂଚନା ଅନୁସାରେ, ବାଲେଶ୍ୱରର ବଂଶୀଧର ବେହେରା ନିଜ ପରିବାର ଲୋକଙ୍କୁ ଧରି ପୁରୀ ବୁଲିବାକୁ ଆସିଥିଲେ । ସମୁଦ୍ରରେ ଗାଧୋଇବାବେଳେ ବଂଶୀଧର ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ଲାଇଫ୍ ଗାର୍ଡ ଖୋଜାଖୋଜି ଜାରି ରଖିଥିବାବେଳେ ଏଭଳି ଅଘଟଣକୁ ନେଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

Advertisment
Puri Drowning Death
Advertisment
Advertisment