• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି । ଏଥିପାଇଁ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ, ଦ୍ୱିତୀୟ ଭୋଗ ମଣ୍ଡପ ଲାଗି ହେବା ପରେ ଶ୍ରୀଜୀଉମାନଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହି ପଇତା ଲାଗି ସେବା ଦଇତାପତି ସେବକ ମାନଙ୍କର ଏକ ଗୋଷ୍ଠୀଗତ ସେବା । ଏଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମନ୍ତେ ମହାପ୍ରଭୁଙ୍କ ପଇତା ଲାଗି କରାଯାଇଥାଏ ।

ଏହି ନିତୀ ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପାଟରା ସେବକଙ୍କୁ ପଇତା ବୋଳିବା ପାଇଁ ତିନି ରଙ୍ଗର ବାସୁଙ୍ଗାପାଟ ଯୋଗାଇଥାନ୍ତି । ସେବକ ଉକ୍ତ ବାସୁଙ୍ଗା ପାଟ ନେଇ ଶ୍ରୀଲଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳି ଥାନ୍ତି, ପଇତା ବୋଳି ସାରି ପାଟରା ସେବକ ଦେଉଳ- କରଣଙ୍କୁ ଯୋଗାଇଥାନ୍ତି । ସେହି ବାହୁଙ୍ଗାପାଟର ପଇତା ଲାଗି କରାଯାଏ ।

ଅନ୍ୟପକ୍ଷେ, ଘୋଷଯାତ୍ରା ଲାଗି ପୁରୀରେ ପହଞ୍ଚିଛି ରଥ କାଠ । ରଥନିର୍ମାଣ ପାଇଁ ବିଳମ୍ବିତ ରାତିରେ ୪୦ ଫୁଟିଆ ଧଉରା କାଠ ପହଞ୍ଚିଛି । ପୂର୍ବରୁ ଅସନ ଓ ଧଉରା ଆଦି କାଠ ଲଗାତାର ଭାବେ ଆସି ଚାଲିଛି । ରାମନବମୀ ତିଥିରେ ରଥକାଠ ଚିରଟ ଆରମ୍ଭ ହୋଇଛି । ରଥ ର୍ନିମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି ।

ସେହିପରି ଗତ ବର୍ଷରୁ ୮୦ଖଣ୍ଡ କାଠ ବଳକା ରହିଥିଲା । ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଆଉ ୭୮୫ ଖଣ୍ଡ କାଠ ଆସି ପହଁଞ୍ଚିବ । ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ରବିବାର ରାତିରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ରର ସାହିଯାତ ମଧ୍ୟ ଶେଷ ହୋଇଛି । ଶ୍ରୀମନ୍ଦିରରେ ରବିବାର ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିଥିଲେ । ଏହାପରେ ନକ୍ଷତ୍ର ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିଥିଲେ ।