• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଶ୍ୱ ପ୍ରଶିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ କାଠ । ରଥନିର୍ମାଣ ପାଇଁ ବିଳମ୍ବିତ ରାତିରେ ୪୦ ଫୁଟିଆ ଫାସୀ କାଠ ପହଞ୍ଚିଛି । ପୂର୍ବରୁ ଅସନ ଓ ଧଉରା ଆଦି କାଠ ଲଗାତାର ଭାବେ ଆସି ଚାଲିଛି ।

ରାମନବମୀ ତିଥିରୁ ରଥକାଠ ଚିରଟ ଆରମ୍ଭ ହୋଇଛି । ରଥ ର୍ନିମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବାବେଳେ ଗତ ବର୍ଷରୁ ୮୦ଖଣ୍ଡ କାଠ ବଳକା ରହିଥିଲା । ତେଣୁ ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଆଉ ୭୮୫ଖଣ୍ଡ କାଠ ଆସି ପହଁଚିବ ।

ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଜି ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଆଗତ ହେବ । ୨୩୭ କୋଟି ୫୮ ଲକ୍ଷ ଟଙ୍କାର ବଜେଟ୍ ଆଗତ ହେବ ନେଇ ସୂଚନା ମିଳିଛି । ଏଥିରେ ୧୨୬କୋଟି ୭୩ ଲକ୍ଷ ଆୟ ହୋଇଥିବାବେଳେ ଜମାପୁଂଜିରୁ ୧୧୦ କୋଟି ୮୫ ଲକ୍ଷ ଆୟ ହୋଇଛି । ଚଳିତ ବର୍ଷର ବଜେଟକୁ ଲକ୍ଷ ରଖି ୩୩ କୋଟି ୬୨ ଲକ୍ଷର ବଳକା ବଜେଟ୍ ପ୍ରସ୍ତୁତ ହୋଇଛି ।

ଅନ୍ୟପକ୍ଷେ, ଆଜି ଶ୍ରୀଜୀଉଙ୍କ ପଇତା ଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ଲାଗି ହେବା ପରେ ପରେ ଶ୍ରୀଜୀଉ- ମାନଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହି ପଇତା ଲାଗି ସେବା ଦଇତାପତି ସେବକ ମାନଙ୍କର ଏକ ଗୋଷ୍ଠୀଗତ ସେବା । ଏଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମନ୍ତେ ମହାପ୍ରଭୁଙ୍କ ପଇତା ଲାଗି କରାଯାଇଥାଏ ।