Bombs Hurled At Enforcement Officer’s House In Puri
ଘର ଉପରକୁ ବୋମା ମାଡ । ପୁରୀର ଏନ୍ଫୋର୍ସମେଣ୍ଟ ଅଧିକାରୀ କାଶୀନାଥ ମହାରଣାଙ୍କ ଘର ଉପରକୁ ବୋମାମାଡ଼ ହୋଇଛି । ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମସ୍ଜିଦ୍ ପାଖରେ ଏହି ଘଟଣା ଘଟିବାର ସୂଚନା ମିଳିଛି ।
Advertisment
ପୁରୀ ମ୍ୟୁନିସିପାଲଟି ଅଫିସ୍ରେ କାଶୀନାଥ ଏନ୍ଫୋର୍ସମେଣ୍ଟ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି । ଶିନାକାଥଙ୍କ ଘର ଉପରେ ବୋମାମାଡ ହୋଇଥିବାରୁ ତାଙ୍କ ଝିଅ ଆହତ ହୋଇଥିବାବେଳେ ଘରର କାନ୍ଥ ଭାଙ୍ଗି ଯାଇଛି । ଦୁର୍ବୃତ୍ତମାନେ ତିନୋଟି ବୋମାମାଡ଼ କରି ଫେରାର ହୋଇଯାଇଥିବାବେଳେ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ ବୋମାମାଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାର୍ତ୍ତାବରଣ ଦେଖିବାକୁ ମିଳିଥିବାବେଳେ କିଏ ଓ କାହିଁକି ବୋମାମାଡ କରିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)