ନିଜ ଜନ୍ମ ଦିନରେ ଦେଶର ୩୦ ଲକ୍ଷ ପରିବାରଙ୍କୁ ପିଏମ୍ ମୋଦି ଦେବେ ନୂଆ ଭେଟି । ୧୩ ହଜାର କୋଟିର ଏଇ ଯୋଜନାରେ ସୁନା, ଲୁହା, ଚମଡା, ହସ୍ତତନ୍ତ, କମାର, ରାଜମିସ୍ତ୍ରୀ ଭଳି ୧୮ଟି ପାରମ୍ପରିକ କୌଳିକ ବୃତ୍ତିରେ ଥିବା ୩୦ ଲକ୍ଷ ପରିବାରକୁ ମିଳିବ ପ୍ରୋତ୍ସାହନ ଓ ଏକାଧିକ ସୁବିଧା ।
ଭୋଟ୍ ପୂର୍ବରୁ ପିଏମ୍ ବିଶ୍ୱକର୍ମା ଯୋଜନା ନାଁରେ ପଛୁଆ ବର୍ଗ ଭୋଟ୍ ନେବାକୁ କେନ୍ଦ୍ରର ଉଦ୍ୟମକୁ ନେଇ ଚର୍ଚ୍ଚା । ଦିନକ ପରେ ଅର୍ଥାତ ବିଶ୍ୱକର୍ମା ଜୟନ୍ତୀରେ ଦେଶବ୍ୟାପୀ ଲାଗି ହେବାକୁ ଯାଉଛି ଏଇ ଯୋଜନା । ଏଥିପାଇଁ ବିସ୍ତୃତ ଗାଇଡଲାଇନ୍ ବି ଆସିଛି ।
ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାରେ ରାମଚନ୍ଦ୍ରଙ୍କ ତିନି ମହଲା ଘର । ହେଲେ ଇଏ କୁଆଡ଼େ ବାବୁ ରାମଚନ୍ଦ୍ରଙ୍କ ସଂପତିର ଛୋଟିଆ ଝଲକ୍। ୟା ବାଦ ବି ଆହୁରି ଅନେକ ସ୍ଥାନରେ ଅସତ୍ ଧନ ଥିବା ସନ୍ଦେହରେ ଭିଜିଲାନ୍ସର ୮ ଜଣିଆ ଟିମ୍ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ।
ଧାମନଗର ଉପନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଲେଣି ପ୍ରମୁଖ ରାଜନୈତିକ ଦଳ । ପଦ୍ମ ଗଡ଼କୁ ହାତେଇବା ଲକ୍ଷ୍ୟରେ ଶାସକ ବିଜେଡ଼ି କଂଗ୍ରେସ ବି ଟକ୍କର ଦେବାକୁ ତିଆରି କଲାଣି ରଣନୀତି ।
ପ୍ରକଳ୍ପକୁ ନେଇ ସରକାରଙ୍କ ନିରବତା ଏବେ ରାଜ୍ୟବାସୀଙ୍କ ସନ୍ଦେହ ବଢାଇବାରେ ଲାଗିଛି । ବିକାଶ ନାଁରେ ଶ୍ରୀମନ୍ଦିରକୁ କ୍ଷତି ନପହଞ୍ଚୁ ତାହା ସମସ୍ତଙ୍କର ଚିନ୍ତା ରହିଛି । ପ୍ରକଳ୍ପ ସଂପର୍କରେ ତଥ୍ୟ ସାର୍ବଜନିନ କରାଯିବ ବୋଲି ପୂର୍ବରୁ ପୁରୀ ଜିଲ୍ଲାପାଳ କହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ଉତ୍ତର ଦିଆଯାଇନାହିଁ ।
ଶ୍ରୀମନ୍ଦିର କରିଡର ପ୍ରକଳ୍ପକୁ ନେଇ ବିବାଦ ସୃଷ୍ଟି ହେବା ପରେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଚାଲିଥିବା ଜଗନ୍ନାଥ ମନ୍ଦିର ବଞ୍ଚାଅ ଅଭିଯାନରେ ଯୋଡ଼ି ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।