ଆସନ୍ତାକାଲି ଓ ଆଗାମୀ ୨୨ ତାରିଖରେ ଜିଲ୍ଲାରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାର ନାଁରେ ବିଜେଡି କରୁଛି କି ଭୋଟ୍ ରାଜନୀତି? ରାମ ମନ୍ଦିର ମୁଦ୍ଦାକୁ କାଉଣ୍ଟର ପାଇଁ ତିଆରି କରିଛି କି ଷ୍ଟ୍ରାଟେଜି? ରାଜ୍ୟରେ ବିଜେଡି ଖେଳୁନି ତ ସଫ୍ଟ ହିନ୍ଦୁତ୍ୱ କାର୍ଡ?
ଜାନୁଆରୀ ୧୭। ପାଖେଇ ଆସୁଛି ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟ। ଓବିସିସି କହୁଛି ଧାର୍ଯ୍ୟ ତାରିଖ ପୂର୍ବରୁ ପ୍ରକଳ୍ପ ରେଡ୍ଡି ହୋଇଯିବ।
ରଥଯାତ୍ରା ଆଗରୁ ସରିବ ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ: ଅଧାଖୋଳା ଡ୍ରେନ୍ ଓ ଅଧପନ୍ତରିଆ କାମକୁ ଦେଖି ଚିନ୍ତାରେ ସେବାୟତ ଓ ପୁରୀ ସହରବାସୀ
ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଥିଲା । ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ । ଆସନ୍ତାକାଲି ଯାଏଁ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ।
କାମ ମହାପ୍ରଭୁଙ୍କ ଇଚ୍ଛାରେ ହେଉଥିବାରୁ ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ଏଥିରେ ବାଧା ଦେଇପାରିବେନି ବୋଲି କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।
ଅଭିଯୋଗ ଉପରେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।
ଆଗକୁ ଯେପରି ଆଉ ଅଧିକ କ୍ଷତି ନହେବ ସଜଡ଼ା ହେବା ଦରକାର
ଭୁଲ କରିଛନ୍ତି ବୋଲି ରାଜ୍ୟ ସରକାର ସ୍ୱୀକାର କରନ୍ତୁ: ସମ୍ବିତ ପାତ୍ର
ନିର୍ମାଣରେ ସାଧାରଣ ଲୋକଙ୍କ ବିପୁଳ ଅର୍ଥ ଜବରଦସ୍ତ ଖର୍ଚ୍ଚ କରାଯାଇଛି।
ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା । କାହିଁକି ହାଉସ୍ କମିଟି ଶ୍ରୀମନ୍ଦିର ତଦାରଖ ପାଇଁ ଆସି ନାହାନ୍ତି ବୋଲି ସେ କହିଛନ୍ତି । ASI ଅନୁମତି ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ହେଉଛି କି ବୋଲି ପଚାରିଛନ୍ତି ।
ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ମଧ୍ୟରେ ଆଜି ପୁରୀ ଗସ୍ତ କରୁଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଜି ପୂର୍ବାହ୍ନରେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସାଂସଦ ଟ୍ୱିଟ୍ କରିଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଲାଗିଥିବା ଫଳକକୁ ଫଳକ କଢା ଯାଇ ନୂଆ ଡିଜାଇନର ଫଳକ ଲଗାଯାଇଛି ।
ଶ୍ରୀମନ୍ଦିର କରିଡର ପ୍ରକଳ୍ପକୁ ନେଇ ବିବାଦ ସୃଷ୍ଟି ହେବା ପରେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଚାଲିଥିବା ଜଗନ୍ନାଥ ମନ୍ଦିର ବଞ୍ଚାଅ ଅଭିଯାନରେ ଯୋଡ଼ି ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।
ସ୍ୱାମୀଙ୍କ ପ୍ରଭାବ ହ୍ରାସ ପାଉଛି। ସ୍ତ୍ରୀଙ୍କ ପ୍ରଭାବ ବଢୁଛି। ବିଜେଡିରେ ସାଂସଦ ଅନୁଭବ ମହାନ୍ତିଙ୍କ ପତିଆରା କମୁଥିବା ବେଳେ, ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ପ୍ରଭାବ ବଢୁଛି। କିଛି କିଛି ପଦକ୍ଷେପରୁ ଜଣାପଡୁଛି, ବର୍ଷାଙ୍କର ବୋଧହୁଏ ଭୁବନେଶ୍ୱର ଉପରେ ଆଖି ଅଛି !
ଗତକାଲି ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳ ପରିଧି ଭିତରେ ନିର୍ମାଣ କାମ ବନ୍ଦ ରଖିବାକୁ ASIର ଚିଠି ସହ ଟ୍ୱିଟ୍ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତା ।
ଜଗନ୍ନାଥ ହେରିଟେଜ୍ କରିଡର ଖନନ ବାବଦରେ ରାଜ୍ୟ ସରକାର ନିନ୍ଦିତ ହୋଇଛନ୍ତି।
ବିବାଦୀୟ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ ପୁରୀରୁ ଯାଇ ପାର୍ଲାମେଣ୍ଟରେ ଉଠିଲାଣି।
ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଶୁଣାଇଛି ଜଗନ୍ନାଥ ସେନା।
ଶ୍ରୀମନ୍ଦିର ଉତ୍ତର ଦ୍ୱାର ଅଗ୍ନିକୋଣରେ ଚାଲିଛି ମହାଯଜ୍ଞ। ବେଦଧ୍ୱନୀରେ କମ୍ପୁଛି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିବେଶ ।ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅୟାମାରମ୍ଭ। ୨୪ ତାରିଖ ପୂର୍ବାହ୍ନରେ ପୂର୍ଣ୍ଣାହୁତି ସାଙ୍ଗକୁ ପ୍ରକଳ୍ପର ଶିଳାନ୍ୟାସ