Advertisment

ଏପ୍ରିଲ ୨୯ରୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଆସନ୍ତା ୨୯ ତାରିଖରୁ ଭକ୍ତମାନେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଏହାସହ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ତାନ କରିବେ।

author-image
Rajalaxmi Sahoo
Puri Srimandir

Puri Srimandir

ଆସନ୍ତା ୨୯ ତାରିଖରୁ ଭକ୍ତମାନେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଏହାସହ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ତାନ କରିବେ। ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। 

Advertisment

ଗଜପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପୂର୍ଣ୍ଣାଙ୍ଗ ବଜେଟ ନେଇ ନିଷ୍ପତ୍ତି ହୋଇପାରିନି। ଏଥିପାଇଁ ଆସନ୍ତା ୨୫ ତାରିଖରେ ପୁଣି ଥରେ ବୈଠକ ବସିବ।

ନୀତି ସବ୍‌ କମିଟିରେ ନିଆଯାଇଥିବା ନିଷ୍ପତ୍ତି ଓ ଚନ୍ଦନଯାତ୍ରାର ନୀତି ନିର୍ଘଣ୍ଟ ଉପରେ ମୋହର ମାରିଛି ପରିଚାଳନା କମିଟି। ଚନ୍ଦନ ଯାତ୍ରା ପୂର୍ବରୁ ବଡ଼ଦାଣ୍ଡର ସେଡ୍ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ରଥଯାତ୍ରା ପାଇଁ ପଶ୍ଚିମ ଦ୍ୱାରରେ ସେଡ୍ ବ୍ୟବସ୍ଥା ହେବ ବୋଲି ନିଷ୍ପତ୍ତି ହୋଇଛି।   

Advertisment

ସୂଚନାଥାଉ କି, କରୋନାର ତୃତୀୟ ଲହରରେ ସଂକ୍ରମଣ ବ୍ୟାପିବାରୁ ଜାନୁଆରୀ ୧୦ରୁ ଶ୍ରୀମନ୍ଦିର ଭକ୍ତଙ୍କ ଲାଗି ବନ୍ଦ ରହିଥିଲା। ତେବେ ସ୍ଥିତିରେ ସୁଧାର ଆସିଥିବାରୁ ଛତିଶା ନିଯୋଗ ବୈଠକର ନିଷ୍ପତ୍ତି ଅନୁସାରେ ଫେବୃଆରୀ ୧ରୁ ଭକ୍ତଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର। ସେହି ସମୟରେ ଭକ୍ତଙ୍କ ଲାଗି ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିଲା। 

Puri Srimandir
Advertisment
Advertisment