• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମେ’୭...ବିଶ୍ୱ ହସ ଦିବସ । ସେଇଥି ଲାଗି ତ ପାର୍କରେ ସବୁ ପ୍ରସ୍ତୁତି ହୋଇଛି । ଏକାଠି ହୋଇଛନ୍ତି ସ୍ଥାନୀୟ ଅଂଚଳର କିଛି ଲୋକେ । ବ୍ୟାୟାମ୍‌ କରିବା ସହିତ ସାଙ୍ଗ ହୋଇ ସମସ୍ତେ ହସିଥିଲେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ୍‌ ସହର ଚନ୍ଦନ ପୋଖରୀ ଅଂଚଳରେ ।

ଆଜିକାଲି ଲୋକଙ୍କର ବ୍ୟସ୍ତବହୁଳ ଜୀବନ ଭିତରେ ଟିକିଏ କାହା ସହିତ କଥା ହେବା ପାଇଁ ସମୟ ନାହିଁ । ସ୍ଥିତି ଏମିତି ହେଲାଣି ଯେ ମନଖୋଲି ହସିବା ପାଇଁ ଲୋକେ ଭୁଲିଗଲେଣି । ଅନେକ ଜାଣି ବି ନାହାନ୍ତି କି ହସିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ହୁଏ, ଅନେକ ସକରାତ୍ମକ ପ୍ରଭାବ ବି ପଡ଼େ । ବଞ୍ଚିବାକୁ ହେଲେ ମାନସିକ ଶାନ୍ତି ନିହାତି ଦରକାର । ମନର ଚାପ, ଦୁଃଖ, ଅବସାଦ ଦୂର ପାଇଁ ହସର ସହାୟତା ନେବାର ନିହାତି ଆବଶ୍ୟକତା ରହିଛି ବୋଲି ଅନେକ କୁହନ୍ତି ।

ହସିବା ଦ୍ବାରା କେବଳ ନିଜ ଜୀବନ ସକରାତ୍ମକ ହେବ ନାହିଁ ବରଂ ଆପଣ ଅନ୍ୟକୁ ହସାଇବା ଦ୍ବାରା ବି ଆପଣଙ୍କର ମାନସିକ ଶାନ୍ତି ବଜାୟ ରହିବ ବୋଲି ଅନେକ କୁହନ୍ତି । ତେଣୁ ସକାଳୁ ସକାଳୁ ହସିବା ଲାଗି ଏକାଠି ହୋଇଥିଲେ ସ୍ଥାନୀୟ ବାସିନ୍ଦା ।

  • Reported by:
  • Surya Narayan Panda