Advertisment

ତାତିରୁ ସାମାନ୍ୟ ଆଶ୍ୱସ୍ତି, ବଦଳିଛି ପାଗ ! ବିଭିନ୍ନ ସ୍ଥାନରେ ବର୍ଷା

୩ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ସମ୍ଭାବନା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Heavy Rain In Twin Cities

Heavy Rain

ତାତିରୁ ସାମାନ୍ୟ ଆଶ୍ୱସ୍ତି । ଆଜିଠାରୁ ବଦଳିଛି ପାଗ । ଗୁରୁଚାପ ବଳୟ ପ୍ରଭାବ ହ୍ରାସ ଯୋଗୁଁ ତାପମାତ୍ରା ହ୍ରାସ ପାଉଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । କୋରାପୁଟ, କଳାହାଣ୍ଡି ଜିଲ୍ଲାରେ ହାଲୁକା ବର୍ଷା ହୋଇଛି । ତେବେ ଆଗାମୀ ୩ରୁ ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ ବଢ଼ିବା ସମ୍ଭାବନା । ୩ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ସମ୍ଭାବନା ।

Advertisment

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୨୧ ତାରିଖ ସକାଳ ସାଢ଼େ ୮ଟାରୁ ୨୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରିକୋରାପୁଟନବରଙ୍ଗପୁରକଳାହାଣ୍ଡିରାୟଗଡ଼ାଗଜପତିକନ୍ଧମାଳ ଓ ଗଞ୍ଜାମ

ଅଧିକ ପଢ଼ନ୍ତୁ: ଅସହ୍ୟ ତାତିରେ ଆଉଟୁ ପାଉଟୁ ରାଜଧାନୀ, ହେଲେ ସବୁ ଅଚଳ ୱାଟର ଏଟିଏମ

ସେହିପରି ୨୨ ତାରିଖ ସକାଳ ସାଢ଼େ ୮ଟାରୁ ୨୩ ତାରିଖ ସକାଳ ସାଢ଼େ ୮ଟା ଯାଏ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଅନୁଗୁଳଖୋର୍ଦ୍ଧାପୁରୀ , ଢେଙ୍କାନାଳକଟକଜଗତସିଂହପୁରଯାଜପୁରକେନ୍ଦ୍ରାପଡ଼ାଭଦ୍ରକ ଓ ବାଲେଶ୍ୱର

Advertisment
Weather Update Rainfall
Advertisment
Advertisment