ସବୁଠି ଏବେ 5Gର ଚର୍ଚ୍ଚା । କଟକ, ଭୁବନେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ 5G ସେବା ଲଞ୍ଚ କରୁଛନ୍ତି ଟେଲିକମ୍ କମ୍ପାନୀ । ହେଲେ ରାଜ୍ୟର ଅନେକ ଅଞ୍ଚଳ ଏବେ ବି 2G ସେବାଠୁ ବହୁ ଦୂରରେ । ଫଳରେ ସରକାରଙ୍କ ଡିଜିଟାଲ ସେବା ତ’ ଦୂର କଥା, ଅନଲାଇନରେ ପାଠପଢ଼ା କିମ୍ବା ଜରୁରୀ କଲ୍ ପାଇଁ ବି ଲୋକଙ୍କୁ ବହୁ ପାହାଡ଼ କିମ୍ବା କିଲୋମିଟର କିଲୋମିଟର ଦୂରରେ ନେଟୱର୍କ ଥିବା ସ୍ଥାନକୁ ଯିବାକୁ ପଡ଼ୁଛି ।
କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଏ ଘରୋଇ କମ୍ପାନିରେ କାମ କରନ୍ତି ପି. ନୀତିନ ସୁବୁଦ୍ଧି । ଏବେ ୱାର୍କ ଫ୍ରମ୍ ହୋମ୍ରେ । ଘରେ ଇଣ୍ଟରନେଟ୍ ଆସୁ ନଥିବାରୁ ନିଜ ସିଫ୍ଟ ଆରମ୍ଭ ହେବା ମାତ୍ରେ ଦୌଡ଼ି ଆସୁଛନ୍ତି ଗଛ ମୂଳକୁ । ଏମିତିକି ରାତି ସିଫ୍ଟ ହେଲେ ବି ଏଠାକୁ ଆସି କାମ କରୁଛନ୍ତି ବୋଲି କହିଛନ୍ତି ନୀତିନ ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ମାଓ ପୋଷ୍ଟର । ନିର୍ବାଚନକୁ ବିରୋଧ କରି ମାଓବାଦୀମାନେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି ।ନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଏଥିରେ ଚେତାବନୀ ଦିଆଯାଇଛି ।