• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଟିକିଏ ମନମାଳିନ୍ୟ ପାଇଁ ଭାଙ୍ଗିଯାଉଛି ପରିବାର..ଭାଇ ଠାରୁ ଭିନ୍ନେ ହୋଇଯାଉଛି ଭାଇ । ଗୋଟିଏ ଛାତ ତଳେ ରହିଲେ ବି ଅଲଗା ରୋଷଘର, ଅଲଗା ରୋଷେଇ ଦେଖିବାକୁ ମିଳୁଛି । ଆମେ ଅନେକ ପରିବାର ଦେଖିଛନ୍ତି, ସାମାନ୍ୟ କଥାକୁ ନେଇ ପରିବାରରେ ବିଭ୍ରାଟ ସୃଷ୍ଟି ହୁଏ, ମାମଲା କୋର୍ଟ କଚେରୀ ଯାଏଁ ଯାଏ । କିନ୍ତୁ ଏବେ ଏମିତି ଏକ ପରିବାର ଅଛି ଯେଉଁଠି ଗୋଟିଏ ଛାତ ତଳେ ରହୁଛନ୍ତି ୪୦ ସଦସ୍ୟ ।

ରାୟଗଡା ଜିଲ୍ଲା ବିଷମକଟକର ବରିଷ୍ଠ ଆଇନଜୀବୀ ଏସ.ବାବୁରାଓଙ୍କ ପରିବାର ସଦସ୍ୟଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା  । ସେହି ପରିବାରର ଏକ ବିଶେଷତ୍ୱ ହେଲା ବର୍ଷ ବର୍ଷ ଧରି ଗୋଟିଏ ଘରେ ଏକାଠି ରହୁଛନ୍ତି ୪୦ଜଣ ସଦସ୍ୟ । ଗୋଟିଏ ଚୁଲିରେ ରୋଷେଇ, ଆଉ ଏକ ସାଙ୍ଗରେ ଏକାଠି ଖିଆପିଆ ହେଉଛି । ବାବୁରାଓଙ୍କ ସମେତ ଘରେ ୭ଜଣ ଭାଇଙ୍କ ପରିବାର ଏକାଠି ରୁହନ୍ତି । ବୋହୂଙ୍କ ସମେତ ୮ଝିଅ , ୯ପୁଅ ଓ ନାତି ନାତୁଣୀ ବି ଏକାଠି ରହୁଛନ୍ତି ।

ସେହିପରି ବିଷମକଟକର ଭି.ହରିପ୍ରସାଦ ଗୁପ୍ତାଙ୍କର ବି ଯୌଥ ପରିବାରକୁ ବି ନେଇ ଚର୍ଚ୍ଚା ହୁଏ । ଗୁପ୍ତାଙ୍କ ପରିବାରରେ ୨୬ଜଣ ସଦସ୍ୟ ଅଛନ୍ତି । ଗୋଟିଏ ଘରେ ରହଣି, ଏକାଠି ରୋଷେଇ ସହ ବ୍ୟବସାୟ ବି ମିଳିମିଶି କରନ୍ତି । ହରିପ୍ରସାଦଙ୍କ ୮ଜଣ ଭାଇ.. ୮ଭାଇଙ୍କ ୫ଝିଅ, ୬ ଜଣ ପୁଅଙ୍କୁ ନେଇ ବିରାଟ ପରିବାର । ଏଠି ବି ମନମାଳିନ୍ୟ ହୁଏ, ହେଲେ ବଡ ଭାଇ ହରିପ୍ରସାଦ ସବୁକିଛି ସମାଧାନ କରି ଆଗେଇ ଚାଲନ୍ତି ।

ଠିକ୍‌ ଏମିତି କୋରାପୁଟ ଜିଲ୍ଲା ଜୟପୁର ସହରର ଆଉ ଏକ ଯୌଥ ପରିବାର ହେଉଛି ସ୍ୱର୍ଗତଃ ଚନ୍ଦ୍ରଶେଖରଙ୍କର । ବର୍ଷ ବର୍ଷ ଧରି ଏକାଠି ରହି ଆସୁଛନ୍ତି ସମସ୍ତେ  । ସ୍ୱର୍ଗତଃ ଚନ୍ଦ୍ରଶେଖର ସାମନ୍ତରାୟଙ୍କ ୫ ଭାଇଙ୍କ ପରିବାର ଏକାଠି ରୁହନ୍ତି । ପ୍ରତିଦିନ ମିଶିକି ଚାଲେ ଦୈନନ୍ଦିନ ଜୀବନଚର୍ଯ୍ୟା, ସାମନ୍ତରାୟ ପରିବାରରେ ମୋଟ ସଦସ୍ୟଙ୍କ ସଂଖ୍ୟା ହେଉଛି ୨୩ । ପରିବାରର ମୁଖିଆଙ୍କ ନିଷ୍ପତ୍ତି ହିଁ ଶେଷ ନିଷ୍ପତ୍ତି । ତେବେ ଆଜିକା ସମୟରେ ୫ ପରିବାର ମଧ୍ୟରେ ମତାନ୍ତର ରହୁଥିବା ବେଳେ ଏମାନେ ଏଯାଏଁ ଏକାଠି ରହୁଥିବାରୁ ପୂରା ଏରିୟାରେ ଏମାନଙ୍କ ପରିବାରକୁ ନେଇ ଚାଲେ ଚର୍ଚ୍ଚା  

 

  • Reported by:
  • T GOURISHANKAR