ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହି ତଳ ଗଞ୍ଜେଇପଦର ଗ୍ରାମରେ ଏକ ଅଟୋ ଯୋଗେ ଡିଜିଟାଲ ମିଟର ଆଣି ବଣ୍ଟନ କରାଯାଇଛି। ପୂର୍ବରୁ ବିଦ୍ୟୁତ୍ ସେବା ପ୍ରଦାନ ପାଇଁ ଏଠାରେ ଆନ୍ଧ୍ରର ଭିତ୍ତିଭୂମି ରହିଛି। ଏଣୁ ସେମାନେ ଗାଁର ୩୯ ଜଣ ହିତାଧିକାରୀଙ୍କୁ ଫର୍ମଫିଲପ କରି ଏହା ପ୍ରଦାନ କରିଛନ୍ତି।
କୋଟିଆର ତଳସେମ୍ବି, ଉପରସେମ୍ବିରେ ଏଭଳି ପୋଷ୍ଟର ଲଗାଇବା ସହ ଘର ନମ୍ବର କରିଛି ଆନ୍ଧ୍ର ପ୍ରଶାସନ ।
ଏଥିପ୍ରତି ସରକାର ତୁରନ୍ତ ସତର୍କ ଦୃଷ୍ଟି ଦେଇ କାର୍ଯ୍ୟ ଆରମ୍ଭ କରିବା ଦରକାର ବୋଲି କହିଛନ୍ତି ।
ପ୍ରଶାସନ ସହ କ୍ଷମତା ଲଢ଼େଇ କରି କୋଟିଆକୁ ନିଜର ଦାବି କରୁଥିବା ଆନ୍ଧ୍ର ଓଡ଼ିଶାର ସ୍କୁଲରୁ ଲାଇନ୍ କାଟିଦେଲା । ହଁ, ଏବେ କୁନି କୁନି ଛାତ୍ରଛାତ୍ରୀଙ୍କୁ ଦହଗଞ୍ଜ କରୁଛି ଆନ୍ଧ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି କୋଟିଆର ନେରିଡିବାଲସା-ତାଡ଼ି ବାଲସା ଆବାସିକ ବିଦ୍ୟାଳୟରେ। ସ୍କୁଲଟି ଓଡ଼ିଶା ସରକାରଙ୍କ ଦ୍ବାରା ଚାଲୁଥିବା ଜାଣିବା ପରେ ଆନ୍ଧ୍ର ଦେଇଥିବା ବିଜୁଳି ସଂଯୋଗ କାଟି ଦେଇଛି
ସୁଧୁରୁନି ଆନ୍ଧ୍ରପ୍ରଦେଶ। କୋଟିଆକୁ ନେଇ ପୁଣି ନୂଆ ଚାଲ ଖେଳିଛି ଆନ୍ଧ୍ର।
ଓଡ଼ିଶାର ସରକାରୀ ଜମିକୁ କବ୍ଜା କରିଛନ୍ତି ଆନ୍ଧ୍ର ଡାକ୍ତର। ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ କାପଲଡ଼ାର ଜମିକୁ ନେଇ ସୃଷ୍ଟି ହୋଇଛି ଏଭଳି ବିବାଦ।
କୁହୁଳିବାରେ ଲାଗିଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ।ସୁନାବେଡା ଜଙ୍ଗଲ ଜମିକୁ ନେଇ କୁହୁଳୁଛି ସୀମା ବିବାଦ । ସୀମାକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ କୋରାପୁଟ ଉପ ଜିଲ୍ଲାପାଳ ।
କୋରାପୁଟ: କୋଟିଆରେ ପହଞ୍ଚିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ତଳ ଗଂଜେଇପଦର, ମାଡ଼କାର ଓ ଫାଟୁସିନେରୀ ଗାଁରେ ଲୋକଙ୍କ ସହ ଆଲୋଚନା କରିଛନ୍ତି ସାଂସଦ ସପ୍ତଗିରି। ଲୋକମାନଙ୍କ ସହିତ ଆଲୋଚନା କରିବା ପରେ ସପ୍ତଗିରି କହିଛନ୍ତି ଯେ ସରକାର ଲୋକଙ୍କ ପାଖରେ ପହଂଚି ପାରୁନଥିବା ଯୋଗୁ କୋଟିଆ ପଂଚାୟତର ଗାଁ ଗଣ୍ଡାରେ ସମସ୍ୟା ଦେଖାଦେଇଛି। କୋଟିଆ ବୁଲିବା ବେଳେ ସାଂସଦଙ୍କ ସାମ୍ନାରେ ଲୋକେ ସେମାନଙ୍କ ଦୀର୍ଘଦିନର ସମସ୍ୟା ରଖିଥିଲେ। ଖାଲି […]
ରାୟଗଡ଼ା(ମନୋଜ ପାତ୍ର): କୋଟିଆ ଉପରେ ଆନ୍ଧ୍ର ସରକାର କବ୍ଜା କରିବାକୁ ବସିଥିବା ବେଳେ ବୋଧ୍ହୁଏ ଏଥିରୁ ରାଜ୍ୟ ସରକାର କିଛି ଶିଖିପାରିଲେ ନାହିଁ। କାରଣ ଉପେକ୍ଷିତ ଅବସ୍ଥାରେ ଥିବା ଉପାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକ ଏବେ ବି ରାଜ୍ୟ ପ୍ରଶାସନ ପାଇ ଅପହଞ୍ଚ ରହିଛି। ଫଳରେ କେବଳ କୋରାପୁଟ କି ଗଜପତି ନୁହେଁ ରାୟଗଡ଼ାର ସୀମାବର୍ତ୍ତୀ ଗାଁଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେବା ଲାଗି ଚେଷ୍ଟା ଚଳାଇଛି ଆନ୍ଧ୍ର। ସେଥିଲାଗି ବିଭିନ୍ନ ଉପାୟରେ ଲୋକଙ୍କୁ ପ୍ରଲୋଭିତ କରୁଥିବା ବେଳେ ନିରବ ବସିଛନ୍ତି […]
ଭୁବନେଶ୍ୱର: ଫେବ୍ରୁୟାରୀ ୧୩ରେ ପଞ୍ଚାୟତ ନିର୍ବାଚନ। ଆଉ ଆଜି ମଣ୍ଡଳ ଓ ଜିଲ୍ଲା ପରିଷଦ ଭୋଟ୍। ଷଡ଼ଯନ୍ତ୍ର କରି କୋଟିଆରୁ ପୁଣି ଥରେ ଓଡ଼ିଆ ଭୋଟରଙ୍କ ଭୋଟ୍ ହାତେଇନେଲା ପଡୋଶୀ ଆନ୍ଧ୍ର। କୋରାପୁଟ ଜିଲ୍ଲା ପ୍ରଶାସନର ୧୪୪ ଧାରା ସତ୍ତ୍ୱେ ସକାଳ ୭ଟାରୁ ଆନ୍ଧ୍ର କରାଇଥିଲା ଭୋଟିଂ। ସୁରୁଖୁରୁରେ ନିର୍ବାଚନ ସାରିବାକୁ ଆନ୍ଧ୍ର ପକ୍ଷରୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଥିଲା ଏହି ବୁଥ୍ରେ। ହେଲେ ଭୋଟ୍ ପଡ଼ିବା କ୍ଷଣି ଭୋଟିଂ ସେଣ୍ଟର ପରିସରରେ ମୁହାଁମୁହିଁ ହୋଇଗଲେ ଓଡ଼ିଶାର […]
ଜୟପୁର: କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି। ଆଜି ସନ୍ଧ୍ୟା ୫ଟାରୁ କାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି ହୋଇଛି। ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ୨୨ ଜଣ ଅଫିସର ରହିବେ। ଅଫିସରମାନଙ୍କ ସହ ୨୨ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯିବ। ଆସନ୍ତାକାଲି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ୧୪୪ ଧାରା ଜାରି କରାଯାଇଛି। ଓଡ଼ିଶାର ସୀମାନ୍ତ ଗାଁରେ ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ଚେଷ୍ଟା କରୁଛି। ମଙ୍ଗଳବାର ଆନ୍ଧ୍ରପ୍ରଦେଶ […]
ଭୁବନେଶ୍ୱର: କୋଟିଆ ଓ ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି।ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଟିଆ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଯାହା ପଦକ୍ଷେପ ନେଇଛନ୍ତି ତାହା କେବଳ ଲୋକଦେଖାଣିଆ ବୋଲି କହିଥିଲେ। ବିବାଦର ସମାଧାନ ଲାଗି ସର୍ବଦଳୀୟ ବୈଠକ ଡକାଯାଉ। ସବୁଦଳର ନେତାମାନେ କୋଟିଆ ଯାଇ ସେଠିକାର ଲୋକଙ୍କ ସହ ଆଲୋଚନା କରିବା ସହ ଅଫିସର ମାନଙ୍କ ମନୋବଳ ବଢାନ୍ତୁ […]
ଭୁବନେଶ୍ୱର: ସୁପ୍ରିମ୍କୋର୍ଟରେ କୋଟିଆ ପ୍ରସଙ୍ଗ ରେ ସୁପ୍ରିମ୍କୋର୍ଟ ଶୁଣାଣି କରିଛନ୍ତି। ପ୍ରତି ଜବାବ ଲାଗି ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ସୁପ୍ରିମ୍କୋର୍ଟ ଦେଇଛନ୍ତି। ଓଡ଼ିଶାକୁ ସମୟ ମିଳିବା ପରେ ଓଡ଼ିଶା ପକ୍ଷ ଓକିଲ ଶିବଶଙ୍କର ମିଶ୍ର କହିଛନ୍ତି ଯେ ଆମ ପାଖରେ ପର୍ଯ୍ୟାପ୍ତ ଡକ୍ୟୁମେଣ୍ଟ ରହିଛି। ୧୯୩୬ ମସିହା ପରଠାରୁ ଆମ ପାଖେ ସବୁ ଡକ୍ୟୁମେଣ୍ଟ ଅଛି। ଆନ୍ଧ୍ର ଯେଉଁ ଡକ୍ୟୁମେଣ୍ଟ ଦାଖଲ କରିଛି, ସେସବୁ ମିଛ। ପୂର୍ବରୁ ସେଠାରେ ଆନ୍ଧ୍ର ନିର୍ବାଚନ କରିଥିବା ଦାବି […]
ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ଘଟଣା କୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଛନ୍ତି। ସୀମାବର୍ତ୍ତୀ ଅଞ୍ଚଳ ବାସିନ୍ଦା କାହିଁକି ଆନ୍ଧ୍ର ମୁହାଁ ହେଉଛନ୍ତି ପ୍ରଣିଧାନ ଯୋଗ୍ୟ। ସେମାନଙ୍କର ସମସ୍ୟା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ। ମୌଳିକ ସୁବିଧା ମିଳୁନଥିବାରୁ ସୀମାନ୍ତ ଅଞ୍ଚଳବାସୀ ଆନ୍ଧ୍ର ମୁହାଁ ହେଉଛନ୍ତି। ବିଜେପିର ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ସେଠୁ ଓଡ଼ିଶାର କାର୍ଯ୍ୟାଳୟ ଅଛି କିନ୍ତୁ ଅଧିକାରୀ ନାହାନ୍ତି। […]
ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଓଡ଼ିଶାର ଆବେଦନକୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି କରିବାକୁ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛନ୍ତି। କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଅବମାନନା ନେଇ ରାଜ୍ୟ ସରକାର ମାମଲା ରୁଜୁ କରିଛନ୍ତି। ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆନ୍ଧ୍ର ସରକାର […]
କୋରାପୁଟ: କୋରାପୁଟ, ଗଜପତିରେ ଆନ୍ଧ୍ର ସହ ବି ସୀମା ବିବାଦ ରହିଛି। ଓଡ଼ିଶା ଭିତରେ ପଡ଼ୋଶୀ ରାଜ୍ୟ ଅନୁପ୍ରବେଶ କରିଛି। ହେଲେ ମାଲକାନଗିରିରେ କିନ୍ତୁ ଚିତ୍ର ଭିନ୍ନ। ଚିତ୍ରକୋଣ୍ଡା ବ୍ଲକର ଏକାଧିକ ଗାଁ ଲୋକେ ଏବେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ, ଘର ସିନା ଓଡ଼ିଶାରେ ରହିଛି। କିନ୍ତୁ ସୁବିଧା ସୁଯୋଗ ଆନ୍ଧ୍ର ପାଖରୁ ମିଳୁଛି। ରାସନ୍, ପାଣି, ଭତ୍ତା ଏପରିକି କରୋନା ସମୟରେ ସହାୟତା ବି ଆନ୍ଧ୍ର ପକ୍ଷରୁ ମିଳୁଛି। […]
ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଅବମାନନା ନେଇ ରାଜ୍ୟ ସରକାର ମାମଲା ରୁଜୁ କରିଛନ୍ତି। ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ କରି ନଥିବାରୁ ପୁଣି ପିଟିସନ ଦାୟର କରାଯାଇଛି। ତେବେ ତ୍ୱରିତ ଶୁଣାଣି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପିଟିସନ ଦାୟର ହୋଇଛି। କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ […]
କୋରାପୁଟ: ଆନ୍ଧ୍ର-ଓଡ଼ିଶା ସୀମା ଟଣାଭିଡ଼ା ଭିତରେ କୋଟିଆ ଏବେ ରାଜନୈତିକ ପଶାପାଲିର ଗୋଟି ପାଲଟିଛି। ହେଲେ କାହିଁକି କୋଟିଆକୁ ନେଇ ଏତେ ହଟଚମଟ, ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କେବେ ଲୋକଙ୍କୁ ନେତା ବନାଇବାର ମୋହ ଦେଇ ତ ଆଉ କେବେ ସରକାରୀ ସୁବିଧା ଯୋଗାଇ ଆନ୍ଧ୍ର କୋଟିଆକୁ ହାତେଇବାକୁ ଷଡ଼ଯନ୍ତ୍ର କରୁଛି। ଏହାର ମୂଳ କାରଣ ହେଉଛି ସୌନ୍ଦର୍ଯ୍ୟଭରା କୋଟିଆ ଗ୍ରାମପୁଞ୍ଜର ଖଣିଜ ସମ୍ପଦ। ଏଠାରେ ଥିବା ପାହାଡ଼କୁ ସ୍ଥାନୀୟ ଲୋକେ ସୁନା ପାହାଡ଼ ବୋଲି […]
କୋରାପୁଟ: ବର୍ଷ ବର୍ଷ ଧରି କୋରାପୁଟ ସୀମାନ୍ତ ପଞ୍ଚାୟତ କୋଟିଆରେ ନିଜ ଆଧିପତ୍ୟ ବିସ୍ତାର କରୁଥିବା ଆନ୍ଧ୍ର ପ୍ରଶାସନ ସବୁ ସୀମା ଏବେ ପାର କରିଛି। କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁ ସିନେରୀ ଓ ଫଗୁଣ ସିନେରୀ ଭଳି ୩ଟି ଗାଁକୁ ଆନ୍ଧ୍ର ସରକାର ନିଜ ଦଖଲକୁ ନେଇଛିି। ଉଦବେଗର ବିଷୟ ହେଉଛି, ଏହି ଗାଁରେ ଖାଲି ପ୍ରଶାସନିକ ରାଜ୍ କରୁନି ବରଂ ଆନ୍ଧ୍ରରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ବି ଆରମ୍ଭ କରିଦେଇଛି। ପଞ୍ଚାୟତ ନିର୍ବାଚନ […]
ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ଆନ୍ଧ୍ରର ଲୋକେ? ଆନ୍ଧ୍ରପ୍ରଦେଶ ସାଲୁର ବ୍ଲକ୍ କୋଡ଼ାମା ପଞ୍ଚାୟତର ୧୮ଟି ଗାଁର ଲୋକେ ଓଡ଼ିଶାରେ ମିଶିବା ପାଇଁ ଚାହୁଁଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କୋରାପୁଟ ସାଂସଦ ଜୟରାମ ପାଙ୍ଗୀ।
କୋଟିଆକୁ ଓଡ଼ିଶାର ସାବ୍ୟସ୍ତ ଲାଗି ରହିଛି ପର୍ଯ୍ୟାପ୍ତ ପ୍ରମାଣ ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ରାଜ୍ୟ ସରକାର ଆନ୍ଧ୍ର ଭୁଲ ତଥ୍ୟ ଦେବା ସହ ନିର୍ଦ୍ଦେଶର ଅବମାନନା କରିଥିବା ଜଣାଇଲେ ଆନ୍ଧ୍ରର ସତ୍ୟପାଠ ଉପରେ ୪ ସପ୍ତାହରେ ଉତ୍ତର ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଭୁବନେଶ୍ୱର: କୋଟିଆକୁ ଓଡ଼ିଶାର ଅଂଶ ସାବ୍ୟସ୍ତ ଲାଗି ପର୍ଯ୍ୟାପ୍ତ ରହିଛି। ଆଜି ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି ରାଜ୍ୟ ସରକାର। ଅନ୍ୟପକ୍ଷରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଭୁଲ ତଥ୍ୟ ଦିଆଯାଇଥିବା ଓଡ଼ିଶା କୋର୍ଟଙ୍କ […]
ସୁପ୍ରିମକୋର୍ଟରେ କୋଟିଆ ମାମଲାରେ ବଳିଷ୍ଠ ଯୁକ୍ତି ରଖିବେ ରାଜ୍ୟ ସରକାର। କୋଟିଆକୁ ନିଜର ବୋଲି ଦର୍ଶାଇବା ସହ ସମସ୍ତ କାଗଜପତ୍ର କୋର୍ଟରେ ସରକାର ଦାଖଲ କରିବେ ବୋଲି ଜଣାଯାଇଛି। ତେବେ ଏନେଇ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିବା ଜଣାଯାଇଛି। କୋଟିଆକୁ ନେଇ ଥିବା ସମସ୍ତ ଦସ୍ତାବିଜ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛିା
ଆନ୍ଧ୍ର-ଓଡ଼ିଶା ସୀମା ବିବାଦ କୋଟିଆକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ
ଜୟପୁର: ପୁଣି ଆନ୍ଧ୍ରର ଦାଦାଗିରି ଦେଖିବାକୁ ମିଳିଛି। ଓଡ଼ିଶାରେ ଅନୁପ୍ରବେଶ କରି ଆନ୍ଧ୍ର ପକ୍ଷରୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା କୋଟିଆର ଫାଟୁସିନେରୀରେ ଆନ୍ଧ୍ର ପକ୍ଷରୁ ମୋବାଇଲ ମେଡ଼ିକାଲ କ୍ଲିନିକ ଖୋଲା ଯାଇଛି । ଫାଟୁସିନେରୀ ଗାଁରେ ଘରକୁ ଘର ବୁଲି ଆନ୍ଧ୍ର ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଉଛି। ସ୍ବତନ୍ତ୍ର ଲାଇଫ ସପୋର୍ଟ ଆମ୍ବୁଲାନ୍ସ ୧୦୪ରେ ଡାକ୍ତର ଓ ଅନ୍ୟ ଷ୍ଟାଫ ମିଶି ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ସାଲୁର ମଣ୍ଡଳର ତୋନମ […]
ଜୟପୁର: କୋରାପୁଟ କୋଟିଆରେ ନିର୍ବାଚନ କରିବାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଓଡ଼ିଶାର ବିରୋଧ ସତ୍ତ୍ୱେ ଆନ୍ଧ୍ର ପ୍ରଶାସନ ଆଜି ନିର୍ବାଚନ କରୁଥିବାରୁ ଏହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଆପତ୍ତି ଉଠାଇଛି। କୋଟିଆର ନେରେଡିଓ୍ୱାଲସାରେ ଆନ୍ଧ୍ର ପକ୍ଷରୁ ପୋଲିଂ ବୁଥ୍ କରାଯାଇଛି। ଏଥିରେ କୋଟିଆ ଅଞ୍ଚଳରୁ କିଛି ଲୋକ ଯାଇ ଭୋଟ୍ ଦେଇଥିବା ସୂଚନା ମିଳିଛି। ତେବେ ତଳ ଗଞ୍ଜେଇପଦର, ଉପର ସେମ୍ବି ଓ ଧୂଳିପଦର ଲୋକେ ଏଯାଏ ଭୋଟ୍ ଦେଇ […]