Advertisment

ମାଡ଼ି ଆସୁଛି କାଳବୈଶାଖୀ, ଏହି ସବୁ ଜିଲ୍ଲାରେ ନିର୍ଧୁମ ବର୍ଷିବ

ରାଜ୍ୟରେ ଆଜି ବି କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ୧୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odisha Rainfall Alert

Odisha Rainfall Alert

ରାଜ୍ୟରେ ଆଜି ବି କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଆଜି ପାଇଁ ୧୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାଜଗତସିଂହପୁର, ପୁରୀ , କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏଥିସହ ୩୦ରୁ ୪୦ କିମି ବେଗରେ ବହିପାରେ ପବନ।

Advertisment

ତେବେ ଆସନ୍ତାକାଲି କାଳବୈଶାଖୀ ପ୍ରଭାବ ଆହୁରି ବଢ଼ିବ। କାଲି ପାଇଁ ୯ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମେ’ ୩ ତାରିଖ ସକାଳ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

କାଳବୈଶାଖୀ ପ୍ରଭାବ ସାମାନ୍ୟ କମିବା ପରେ ୩୦ ତାରିଖରୁ ପୁଣି ପ୍ରଭାବ ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Advertisment

କାଳବୈଶାଖୀ ସମୟରେ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଛି । କେନ୍ଦୁଝରମୟୂରଭଂଜବାଲେଶ୍ୱରଭଦ୍ରକଢେଙ୍କାନାଳଯାଜପୁର କଟକନୟାଗଡ଼ଖୋର୍ଦ୍ଧାକନ୍ଧମାଳଗଜପତି କୁ ସତର୍କତା ଜାରି କରାଯାଇଛି । ସେହିପରି ଗଞ୍ଜାମରାୟଗଡ଼ାକୋରାପୁଟ ଜିଲ୍ଲାକୁ ମଧ୍ୟ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଭୁବନେଶ୍ୱର ରେ ମଧ୍ୟ କୁଆପଥର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ।

Weather Update Rainfall Alert
Advertisment
Advertisment