ପାହାଡ଼ ଉପରୁ ବଡ଼ ପଥର ଖଣ୍ଡ ଖସି ରେଲ୍ୱେ ଟ୍ରାକ୍ରେ ପଡ଼ିବା ଯୋଗୁ ଅଟକିଲା ଯାତ୍ରୀବାହୀ ଟ୍ରେନ୍। ଗତକାଲି ରାତି ୩ରୁ କୋରାପୁଟ ରେଲ୍ୱେ ଷ୍ଟେସନରେ ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ୍ ଅଟକି ରହିଛି।
ଦିନେ ଏହି ଘାଟି ନା ଶୁଣିଲେ ଲୋକେ ଯିବାକୁ ଡରୁଥିଲେ । ମନରେ ଶଙ୍କା ଥିବାରୁ ନା ହୋଇଥିଲା ‘ସୁଙ୍କି’ । ସମୟ ବଦଳିଛି, ସ୍ଥିତି ବି ବଦଳିଛି । ରାଜ୍ୟର ପ୍ରଥମ ୬ ଥାକିଆ ଟନେଲ ହେଉଛି କୋରାପୁଟ୍ରେ । ଏବେ ସୁଙ୍କି ଦେଇ ଗଲେ ଲୋକେ ଡରିବେନି ବରଂ ମଜା ଉଠାଇବେ
ବିଶାଖାପାଟଣାରୁ ସାଲୁର ଘାଟି ପର୍ଯ୍ୟନ୍ତ ପ୍ରାୟ ୧୫୦ କିଲୋମିଟର ଚାଲି ଚାଲି ଆସିଲେ ନବରଙ୍ଗପୁର ଝରିଗାଁ ବ୍ଲକର ୫ ଜଣ ଶ୍ରମିକ।
ଡ୍ୟାମର କାର୍ଯ୍ୟନିର୍ବାହୀ ଇଂଜିନିୟର କହିଛନ୍ତି, ଆଗାମୀ ଦିନରେ ଲଘୁଚାପ ବର୍ଷା ସମ୍ଭାବନା ଥିବାରୁ ସ୍ଥିତି ସୁଧୁରିବାର ଆଶା ରହିଛି।
୨୪ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ ଘନିଭୂତ ହେବାର ସମ୍ଭାବନା ରହିଛି। ଆଜି ଓ ଆସନ୍ତାକାଲି ୨ ଦିନ ଧରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ମୂଳରୁ ନୂଆ ଘର ହୋଇନି, ପୁରୁଣାକୁ ଭାଙ୍ଗିଦେଲେ । ପାଠ ପଢିବାକୁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ପିଲା । ପ୍ରଶାସନ କହୁଛି ବର୍ଷା ପାଇଁ କାମ ଡେରି ହେଉଛି...।
ଆଜି ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପାଣି ଲହଡ଼ି ମାରୁଛି।
ସାରା ବିଶ୍ୱ ଜାଣିବ ଓଡ଼ିଆ ଆଦିବାସୀଙ୍କ ଜୀବନଶୈଳୀ। ଜି-୨୦ ସମ୍ମିଳନୀରେ ଓଡ଼ିଶାର ଦୁଇ ଜଣ ଯୋଗଦେବେ।
ଦାବି ପୂରଣ ନେଇ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିରେ ହେବ ଆଲୋଚନା । ଅଧ୍ୟାପକ ଓ ଶିକ୍ଷକଙ୍କ ପ୍ରସଙ୍ଗରେ ମୁହଁ ଖୋଲିଲେନି ମନ୍ତ୍ରୀ ।
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ସେହିପରି ଯାଜପୁର, ବାଲେଶ୍ୱର, ଭଦ୍ରକ, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ସୋନପୁର ଜିଲ୍ଲରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, ବଲାଙ୍ଗୀର, ମାଲକାନଗିରି, କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
କୋରାପୁଟ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆଜିକୁ ୧୨ଦିନ ହେଲାଣି କଲମ ଛାଡ଼ ଆନ୍ଦୋଳନରେ ବସିଛନ୍ତି ଜିଲ୍ଲାର ସମସ୍ତ ପଞ୍ଚାୟତ ଅଫିସ୍ରେ ନିଯୁକ୍ତ ପିଇଓ ବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ।
ଗୋଟିଏପଟେ ଆଜି ସାରା ଦେଶ ଜାତୀୟ କ୍ରୀଡ଼ା ଦିବସ ପାଳୁଥିବା ବେଳେ ଅନ୍ୟପକ୍ଷେ, ପୋଖତ୍ ଖେଳାଳି କିନ୍ତୁ ଅବହେଳିତ। କୋରାପୁଟ ଜିଲ୍ଲା ପଦ୍ମପୁର ପଞ୍ଚାୟତ ବଡ଼ଦେଉଳାନୂଆ ଗାଁର ଦୃଷ୍ଟିବାଧିତ ଜାତୀୟ ଫୁଟବଲ୍ ଖେଳାଳି ସମରା ନନ୍ଦୀବାଡିଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡିଛି।
ଆଜକୁ ୧୨ ବର୍ଷ ତଳେ ଭିଟାମାଟି ଓ ଚାଷ ଜମି ଛାଡ଼ି ପଳାଇଥିଲେ । ହେଲେ ଆଜିଯାଏଁ ସେମାନଙ୍କୁ ପ୍ରଶାସନ ଘର ଖଣ୍ଡିଏ ଦେଲା ନାହିଁ କି ସହୟତା କଲାନି । ଢୋ ଢୋ ବର୍ଷାରେ ଟ୍ରେନ୍ ଲାଇନ୍ କଡରେ ଏମିତି ଦୟନୀୟ ଅବସ୍ଥାରେ ବିତୁଛି ଜୀବନ
ରାସ୍ତାରେ ଛିଡ଼ା ହୋଇଥିବା ବସ୍ରେ ଲାଗିଗଲା ନିଆଁ । ସମସ୍ତ ଯାତ୍ରୀ ସୁରକ୍ଷିତ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।
ବାରିପଦା ମେଡିକାଲ କଲେଜ ବିଲଡିଂରେ କେମିତି ଲାଗିଲା ନିଆଁ ? ସର୍ଟସର୍କିଟ୍ ନା ମେଣ୍ଟେନାନ୍ସ ବିଭାଗର ବେପରୁଆ ପଣ ? ନା ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ? ଶୁକ୍ରବାର ଅପରାହ୍ନରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଲାଗିଥିବା ନିଆଁକୁ ପ୍ରାୟ ୩ ଘଣ୍ଟାର କସରତ ପରେ ଲିଭାଯିବା ପରଠୁ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି ଏଭଳି କିଛି ପ୍ରଶ୍ନ ।
କେବେ ବାବୁ ଭାୟାଙ୍କ ନଜର ପଡ଼ିନଥିବା ପଦୁଗୁଡ଼ାରେ ଗାଁରେ ଆଜି ପାଦ ପଡ଼ିଛି କୋରାପୁଟ ଜିଲ୍ଲା ପ୍ରଶାସନର । ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତର ପାହାଡି ଗାଁକୁ ଯାଇଛନ୍ତି ଏଭଳି ପାହାଡ଼ ଚଢ଼ି । କାଦୁଅ ଭିତରେ ପଶିବାକୁ ବାଧ୍ୟ ହୋଇଛନ୍ତି ବିଡିଓ ଏବଂ କର୍ମଚାରୀ ।
ଅଭିନୟ ମାଧ୍ୟମରେ କୋରାପୁଟର କୁନି ଝିଅ ନିଜ ଅଞ୍ଚଳର ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁରେ ଦଶମନ୍ତପୁର ବ୍ଲକ୍ ପ୍ରଶାସନ ପହଞ୍ଚିଛି।
ପଡିଆ ଚାରିପଟ ବଡ଼ ବଡ଼ ଅନାବନା ଗଛଲତାରେ ଭର୍ତ୍ତି। ସନ୍ଧ୍ୟା ହେଲେ ଅସାମାଜିକ ଯୁବକଙ୍କ ମଦ ଆସର ଜମୁଛି। ପ୍ରଶ୍ନ ଉଠୁଛି କଣ କେବଳ ପାଚେରି ଓ ଗେଟରେ ନିର୍ମାଣ ହୋଇଛି ୨୦ ଲକ୍ଷ ଟଙ୍କା ? ଖେଳାଳିଙ୍କ ପାଇଁ କାହିଁକି ବାକି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇନି ?
ଆହୁରି ଦୁଇ ଦିନ ବଡ଼ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଆଗାମୀ ୩ ଘଣ୍ଟା ପାଇଁ ଟ୍ୱିନ୍ ସିଟି ସମେତ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଜେଲ୍ ଭିତରେ ଭାବପୂର୍ଣ୍ଣ ଭଜନ, ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷର କାହାଣୀ କହୁଥିବା କାଳଜୟୀ କବିତା । ପୁଣି ପ୍ରେମିକ ହୃଦୟର ବିରହ ବେଦନାର ସଙ୍ଗୀତ । ରେଡ଼ିଓରେ ଗୀତ ଗାଉଛନ୍ତି କଏଦୀ । ‘ରେଡ଼ିଓ ମୁକ୍ତି’ ରେ କଏଦୀ କଳାକାର, କଏଦୀ ଶ୍ରୋତା ।
କେବେ ଦୂର ହେବ ବୁଣାକାରଙ୍କ ଦୁଃଖ ? ନିଜେ ବୁଣୁଥିବା ଜିନିଷ ବଡ଼ ସହରରେ ବିକ୍ରି ହେଉଛି। ଅଥଚ ଦଦରା ଘରେ ଦୟନୀୟ ଭାବେ ବଞ୍ଚୁଛି ବୁଣାକାର।
ଓଡ଼ିଶାର ବୟନ ଶିଳ୍ପ ହେଉଛି ଏହାର ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ। ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ, ଆସନ୍ତୁ ଓଡିଶାର ସାତୋଟି ଆଇକନିକ ବୟନ ଶୈଳୀ ବିଷୟରେ ଜାଣିନେବା ଯାହା ଆମର ସମୃଦ୍ଧ ସାଂସ୍କୃତିକ ବସ୍ତ୍ର ଐତିହ୍ୟର ପରିଚୟ।
କଳାହାଣ୍ଡିଆ ମେଘ...ଢୁ ଢୁ ବର୍ଷାରେ ଘୋଷାରି ହୋଇ କଲେକ୍ଟରଙ୍କୁ ହାତ ଯୋଡି ଦରଖାସ୍ତ ଦେଲେ ମାମୁଁ । ଗୁହାରି କଲେ ଭଣଜାକୁ ଭଲ କରିଦିଅ ବାବୁ...କଲେକ୍ଚର ବି ଗାଡି ଅଟକାଇଲେ, ତୁରନ୍ତ ସହାୟତା ଲାଗି ନିର୍ଦ୍ଦେଶ ଦେଲେ