/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682687175.jpg)
Kotia Issue
ପୁଣି ଆନ୍ଧ୍ରର ଦାଦାଗିରି । କୋଟିଆର ଘର ମାନଙ୍କରେ ଲଗାଇଲା ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୋଷ୍ଟର । ସବୁଠୁ ବଡ଼ କଥା ହେଲା ଯେ, ଓଡ଼ିଶା ସରକାର ଦେଇଥିବା ବିଜୁ ପକ୍କାଘରରେ ଲାଗିଛି ଆନ୍ଧ୍ର ପୋଷ୍ଟର । ଯେଉଁଥିରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଏକ ବଡ଼ ଫଟୋ ଥିବା ଦେଖିବାକୁ ମିଳିଛି ।
Advertisment
ଅଧିକ ପଢ଼ନ୍ତୁ: ଶୁଖିଯିବ ଓଡ଼ିଶା ! ଛତିଶଗଡ଼ ପରେ ଏବେ ଆନ୍ଧ୍ର ବନ୍ଦ କରିବ ପାଣି...
କୋଟିଆର ତଳସେମ୍ବି, ଉପରସେମ୍ବିରେ ଏଭଳି ପୋଷ୍ଟର ଲଗାଇବା ସହ ଘର ନମ୍ବର କରିଛି ଆନ୍ଧ୍ର ପ୍ରଶାସନ । ବାରମ୍ବାର କୋଟିଆକୁ ଅନୁପ୍ରବେଶ କରି ଲୋକଙ୍କୁ ଭ୍ରମିତ କରୁଥିବା ଆନ୍ଧ୍ରର ପୋଷ୍ଟର ଚାଲିକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅନ୍ୟପଟେ ଆନ୍ଧ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉପର ଗଞ୍ଜେଇପଦର ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବା ଜଣାପଡିଛି । ପାର୍ବତୀପୁରମ ଜିଲ୍ଲା ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନର ନିରବତାକୁ ନେଇ ଉଠିଛି ପ୍ରଶ୍ନ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)