Advertisment

Babushan Mohanty: କାହିଁକି ମୁଣ୍ଡନ ହେଲେନି ବାବୁସାନ୍‌; ମୁହଁ ଖୋଲିଲେ ରବି ମିଶ୍ର

ଗତ ୨୭ ତାରିଖ ରାତିରେ ଦିଲ୍ଲୀ ମେଦାନ୍ତ ହସ୍ପିଟାଲରେ ୬୭ବର୍ଷ ବୟସରେ ଉତ୍ତମ ମହାନ୍ତିଙ୍କ ପରଲୋକ ହୋଇଥିଲା । ଦୀର୍ଘ ୪ଦଶନ୍ଧୀ ଧରି ଅଭିନୟର ଯାଦୁରେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ଉତ୍ତମ । ଓଡ଼ିଆ ସିନେମା ପ୍ରତି ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ।

author-image
Tapaswini Nayak
ଅଦ୍ୟତନ ହୋଇଛି
 Babusan

Babusan

ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କର ଦଶାହ ସରିଛି। ଆଜି ପୁରୀ ଶ୍ୱେତଗଙ୍ଗା ପୁଷ୍କରିଣୀରେ ଉତ୍ତମଙ୍କ ଅସ୍ଥି ବିସର୍ଜନ କରିଛନ୍ତି ବାବୁସାନ। ହେଲେ ଉତ୍ତମ ମହାନ୍ତିଙ୍କର ଦଶାହରେ ପରିବାର ବର୍ଗଠାରୁ ଆରମ୍ଭ କରି ସଂପର୍କୀୟ ପର୍ଯ୍ୟନ୍ତ ସମସ୍ତେ ମୁଣ୍ଡନ ହୋଇଥିଲେ। ହେଲେ ବାବୁସାନ ମୁଣ୍ଡନ ହୋଇନଥିଲେ।

Advertisment

ବାବୁସାନ ଉତ୍ତମଙ୍କର ସମସ୍ତ କ୍ରିୟା କରିଥିଲେ, କାହିଁକି  ମୁଣ୍ଡନ ହୋଇନଥିଲେ, ଯାହାକୁ ନେଇ ଚର୍ଚ୍ଚା ଜାରି ରହିଥିଲା। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍ତମ ମହାନ୍ତିଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର। ସେ କହିଛନ୍ତି, ବାବୁସାନ୍‌ ଫିଲ୍ମ ସୁଟିଂ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବାରୁ ସେ ମୁଣ୍ଡନ ହୋଇନାହାନ୍ତି। ଫିଲ୍ମ ସୁଟିଂସରିବା ପରେ ତ୍ରିବେଣୀ ସଂଗମ ଯାଇ ଶ୍ରାଦ୍ଧ କରିବା ସହ ମୁଣ୍ଡନ ହେବେ।

ସେ ଆହୁରି କହିଛନ୍ତି,କେନ୍ଦୁଝରରେ ବାବୁସାନ୍‌ଙ୍କର ଫିଲ୍ମ ସୁଟିଂ ଚାଲିଥିଲା। ଏହି ସମୟରେ ଉତ୍ତମ ଭାଇଙ୍କ ଦେହ ଖରାପ ଖବର ପାଇ ବାବୁସାନ ପଳାଇ ଆସିଥିଲେ। ଆଧାରେ ଫିଲ୍ମ ସୁଟିଂ ବନ୍ଦ ଥିଲା। ରଜରେ ଫିଲ୍ମ ରିଲିଜ୍ ହେବ। ଫିଲ୍ମ ସୁଟିଂ ପରେ ବାବୁସାନ ତ୍ରିବେଣୀ ସଂଗମ ଯାଇ ଶ୍ରାଦ୍ଧ କରିବା ସହ ମୁଣ୍ଡନ ହେବେ। ତା’ପରେ ବନାରସ ଓ ହରିଦ୍ୱାର ଯିବାର କାର୍ଯ୍ୟକ୍ରମ ରହିଛି।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଆ ସିନେମା ଜଗତର ମାଇଲଖୁଣ୍ଟ ଭେଟେରାନ ଉତ୍ତମ ମହାନ୍ତି

ରବି ମିଶ୍ର କହିଛନ୍ତି,ଶ୍ୱେତଗଙ୍ଗା ପୁଷ୍କରିଣୀରେ ଅଳ୍ପ କିଛି ଅସ୍ଥି ବିସର୍ଜନ କରାଯାଇଛି। ଏହାପରେ ୧୬ ତାରିଖରେ ପରେ ବାବୁସାନ ବାରିପଦା ଯିବେ। ସେଠାରେ ଶ୍ରାଦ୍ଧ କାର୍ଯ୍ୟକ୍ରମ ସହ ବ୍ରାହ୍ମଣମାନଙ୍କୁ ଭୋଜନ ଦିଆଯିବ।

ମୋତେ ( ଉତ୍ତମ ମହାନ୍ତି) ସିନେମା ପାଇଁ ଲୋକେ ଭଲ ପାଉଛନ୍ତି, ବାବୁସାନ୍‌କୁ ମଧ୍ୟ ସିନେମା ପାଇଁ ଭଲ ପାଉଛନ୍ତି। ଏଥିପାଇଁ ସିନେମା ହେଲା ଆମର ମା’। ଆଗେ ରାଜ ଧର୍ମ, ତା’ପରେ ପିତୃ ଧର୍ମ ବୋଲି ଉତ୍ତମ ଭାଇ ସବୁବେଳେ ଏହି କଥା କହିଥାନ୍ତି ବୋଲି ରବି କହିଛନ୍ତି। 

ଆଜି ପୁରୀ ଶ୍ୱେତଗଙ୍ଗା ପୁଷ୍କରିଣୀରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି ବାବୁସାନ୍‌। ଏହି ସମୟରେ ବାବୁସାନଙ୍କ ସହ ବୋହୂ ତୁପ୍ତି  ଓ କିଛି ସଂପର୍କୀୟ ଉପସ୍ଥିତ ଥିଲେ। ।

ସୂଚନାଯୋଗ୍ୟ,  ଗତ ୨୭ ତାରିଖ ରାତିରେ ଦିଲ୍ଲୀ ମେଦାନ୍ତ ହସ୍ପିଟାଲରେ ୬୭ବର୍ଷ ବୟସରେ ଉତ୍ତମ ମହାନ୍ତିଙ୍କ ପରଲୋକ ହୋଇଥିଲା । ଦୀର୍ଘ ୪ଦଶନ୍ଧୀ ଧରି ଅଭିନୟର ଯାଦୁରେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ଉତ୍ତମ । ଓଡ଼ିଆ ସିନେମା ପ୍ରତି ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ।

ଅଧିକ ପଢ଼ନ୍ତୁ:  ଆଉ ନାହାନ୍ତି ଉତ୍ତମ ମହାନ୍ତି

Ollywood Babushan Mohanty Uttam Mohanty
Advertisment
Advertisment