• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅସରାଏ ବର୍ଷାରେ ବେହାଲ ୫-ଟି ସ୍କୁଲ । ଗୋଟିଏ ଝଡ଼ ଆସିଲା ଯେ ସ୍କୁଲର ଛାତ ଉଡ଼ିଲା, ଫ୍ୟାନ ପ୍ଲେଟ୍‌ ବଙ୍କା ହୋଇଗଲା । କବାଟ କୁଆଡ଼େ ଉଡ଼ିଉଡ଼ି ଯାଇ ପଡ଼ିଛି ଯେ ଖୋଜିଲେ ପାଇବେ କି ନାହିଁ ସନ୍ଦେହ । ସାରା ରାଜ୍ୟରେ ୫-ଟି ସ୍କୁଲର ଢୋଲ ବାଡ଼ଉଛନ୍ତି ରାଜ୍ୟ ସରକାର । ହେଲେ କେତେ ଉଚ୍ଚମାନର ସ୍କୁଲ କାମ ହୋଇଛି ତାହାର ଇଏ ହେଉଛି ଜ୍ୱଳନ୍ତ ଚିତ୍ର ।

ସ୍କୁଲ ଗୁଡ଼ିକରେ ଉନ୍ନତମାନର ଶିକ୍ଷା ଦେବା ପାଇଁ ଗଣଶିକ୍ଷା ବିଭାଗକୁ 5-T ଅଧିନକୁ ଆଣିବା ସହିତ ବିଭିନ୍ନ ସ୍କୁଲର ରୁପାନ୍ତରୀକରଣ କରାଯାଇଥିଲା । ହେଲେ ଏହା କେତେ ନିମ୍ନ ମାନର ତାହାର ଦୃଶ୍ୟ ଆପଣଙ୍କ ସାମ୍ନାରେ । ପୂର୍ବରୁ ୫-ଟି ସ୍କୁଲରେ ଅତି ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଥିଲା କିନ୍ତୁ ଅଭିଯୋଗ ପୂରା ସତ ପ୍ରମାଣିତ ହୋଇଛି କେନ୍ଦୁଝର ସାହାରପଡ଼ା ଗଜା ପଥର ସ୍କୁଲରେ । ଅସରାଏ ବର୍ଷା କାମର ଗୁଣବତ୍ତାକୁ ପଦାରେ ପକାଇଦେଇଛି ।

ଅଧିକ ପଢ଼ନ୍ତୁ: ଇଏ 5-T ସ୍କୁଲ ! ବାହାର ପୂରା ଚକାଚକ୍‌, ଭିତର ଫମ୍ପା

ସାହାରପଡ଼ା ଦାମାହୁଦା ପଞ୍ଚାୟତ ଅଞ୍ଚଳରେ ଦୁଇଦିନ ତଳେ ଅପରାହ୍ନରେ ହଠାତ୍‌ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ ସହ କୁଆ ପଥର ମାଡ଼ ହୋଇଥିଲା । ପବନରେ ୫-ଟିରେ ରୂପାନ୍ତରିତ ହୋଇଥିବା ଗଜାପଥର ସରକାରୀ ଉଚ୍ଚ ବିଦ୍ୟାଳୟର ଅବସ୍ଥା କଣ ହୋଇଛି ତାହା ହେଉଛି ଏହି ଦୃଶ୍ୟ । ଟିଣ ଛପର ଉଡିଯାଇଛି, ଆଜବେଷ୍ଟଟସ ଭାଙ୍ଗିଯାଇଛି । ଏମିତିକି ବର୍ଷାରେ କ୍ଲାସରୁମରେ ଥିବା ଆସବାବପତ୍ର ନଷ୍ଟ ହୋଇଯାଇଛି । ତେଣୁ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୩୮ ଜଣ ବିଦ୍ୟାର୍ଥୀ ପାଠ ପଢୁଛନ୍ତି । ତେଣୁ ଅବିଳମ୍ବେ ସ୍କୁଲର ନିର୍ମାଣ କାମ କରିବାକୁ ଶିକ୍ଷକଙ୍କ ସହ ପିଲାମାନେ ବି ଦାବି କରିଛନ୍ତି....। ସେପଟେ ପୂରା ଘଟଣାରେ କେନ୍ଦୁଝର ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

(କେନ୍ଦୁଝରରୁ ପ୍ରଣୟ ପାଣିଙ୍କ ରିପୋର୍ଟ)

  • Reported by:
  • , P , z , / , ,