• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭଦ୍ରକରେ ବ୍ରହ୍ମଚାପୁଡ଼ା ମାରିଲେ ବିଡିଓ । ବୌଦ୍ଧରେ ଦବଙ୍ଗଗିରି ଦେଖାଇଲେ ଉପ ଜିଲ୍ଲାପାଳ । କୋଇଡ଼ାରେ ବିଡିଓଙ୍କୁ ନେଇ ହଙ୍ଗାମା । ଏହି ସବୁ ତଥ୍ୟ ଉପରେ ନଜର ପକାଇଲେ ଲାଗୁଛି, ରାଜ୍ୟରେ ଚାଲିଛି ଅଫିସର ରାଜ । ଆଉ ଅଧିକାରୀ ମାନଙ୍କ ଅହଙ୍କାର ବିରୋଧରେ ତୀବ୍ର ହେଉଛି ଜନ ଆକ୍ରୋଶ । ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ରେଲୱେ ବ୍ରିଜକୁ ବିରୋଧ କରି ବୌଦ୍ଧ ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କଅଁରଙ୍କ ପାଖକୁ ମନମୁଣ୍ଡା ଅଞ୍ଚଳବାସୀ ଆସିଥିବାବେଳେ ଉପ ଜିଲ୍ଲାପାଳ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଅଫିସ ପରିସରରେ ଏବଂ ବାହାରେ ଲୋକଙ୍କ ସହ ମୁହାଁମୁହିଁ ହୋଇଥିଲେ ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କଅଁର ।

ଅଧିକ ପଢ଼ନ୍ତୁ: BJPର ଡାଇରେକ୍ଟ ଆଟାକ୍, ପ୍ରଣବଙ୍କ କ୍ରୀତଦାସ ମନ୍ତବ୍ୟକୁ ବିରୋଧ; 5T ସଚିବ କେମିତି ହେଲେ CMO?

ସେହିଭଳି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଡିଓଙ୍କ ଦାଦାଗିରି ତ ସାରା ରାଜ୍ୟ ଦେଖିଥିଲା ଏଇ କିଛିଦିନ ତଳେ । ଶିକ୍ଷକ ବଦଳି ବାତିଲ ସହ ସ୍କୁଲର 5T କାର୍ଯ୍ୟ ସ୍ଥଗିତ ରଖିବାକୁ ଦାବି ଉଠାଇ ଥିବାବେଳେ ସ୍କୁଲ କମିଟି ସଭାପତି ରଞ୍ଜନ ବାରିକଙ୍କୁ ସେ ଯେଭଳି ବ୍ରହ୍ମ ଚାପୁଡ଼ା ମାରିଥିଲେ ଚାରିଆଡ଼େ ଭାଇରାଲ ହୋଇଯାଇଥିଲା । ଏପଟେ ସପ୍ତାହେ ବିତିଲା କେନ୍ଦୁଝର ଜିଲ୍ଲା କୋଇଡ଼ା ବିଡ଼ିଓଙ୍କ ବିରୋଧରେ ଜାରି ରହିଥିବା ଆନ୍ଦୋଳନ । ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ଦାବିରେ ବିଧାନସଭାରୁ କୋଇଡା ଯାଏଁ ହୁଲସ୍ତୁଲ ହେଉଛି । ଉନ୍ନୟନମୂଳକ ପାଣ୍ଠିର ବିନିଯୋଗ ନହେବା, ଜନସାଧାରଣ ଓ ଜନ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର, ଭାଇ ଓ ମା’ ନାଁରେ ଠିକା କାର୍ଯ୍ୟ କରିବା ଆଦି ଅନେକ ଅଭିଯୋଗ ଉଠାଇ ଜନତାଙ୍କଠୁ ନିର୍ବାଚିତ ଜନପ୍ରତିନିଧିଙ୍କ ଯାଏଁ ଆନ୍ଦୋଳନ କରିଆସୁଛନ୍ତି ।

ଏମିତିକି କଲମଛାଡ଼ ଆନ୍ଦୋଳନ ବି କରିଛନ୍ତି କର୍ମଚାରୀ । ଆଜି କୋଇଡାରେ ୧୨ ଘଣ୍ଟିଆ ବନ୍ଦ ପାଳନ ବି କରିଛି ସିପିଆଇଏମ୍ । ଅଥଚ ରାଜ୍ୟ ସରକାର ନିର୍ବିକାର ସାଜିଥିବା ଅଭିଯୋଗ ଉଠିଛି । ତେବେ ଏ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି କୋଇଡ଼ା ବିଡିଓ । 

ରାଜ୍ୟରେ ଅଫିସର ରାଜ୍ ପ୍ରସଙ୍ଗକୁ ନେଇ ଚଳିତ ବିଧାନସଭା ଅଧିବେଶନରେ ହଙ୍ଗାମା ମଚାଇଥିଲେ ବିରୋଧୀ । ମନ୍ତ୍ରୀ ରୀତା ସାହୁ ଓ ନିରଞ୍ଜନ ପୂଜାରୀଙ୍କ ଫଟୋ ଦେଖାଇ ବିରୋଧୀ ହମଲା କରିଥିଲେ । ସେପଟେ ବ୍ଲକ ଓ ତହସିଲ ଗୁଡ଼ିକରେ ସରକାରୀ ଅଧିକାରୀ ମାନଙ୍କ ମନମାନୀ ଶାସନ, ଦାୟିତ୍ୱହୀନତା ଏବଂ ବିଶୃଙ୍ଖଳିତ ଆଚରଣ ଅଭିଯୋଗ ସାମ୍ନାକୁ ଆସିଥିବାବେଳେ ଏହାକୁ ନେଇ ବର୍ଷିଛନ୍ତି ବିରୋଧୀ ବିଜେପିକଂଗ୍ରେସ

OTV is now on Whatsapp

Join and get latest news update delivered to you via whatsapp

Join Now