କେନ୍ଦୁଝର ଜିଲ୍ଲା ଚମ୍ପୁଆର ଗାୟତ୍ରୀ ଶକ୍ତିପୀଠର ମୁଖ୍ୟ ପୃଷ୍ଠପୋଷିକା କନକଲତା ମିଶ୍ରଙ୍କର ଗତ ଗୁରୁବାର ସକାଳେ ପରଲୋକ ହୋଇଯାଇଛି । ସେ ତାଙ୍କର ସମସ୍ତ ସମ୍ପତ୍ତି ଶକ୍ତିପୀଠକୁ ଦାନ କରି ମହନୀୟତାର ପରିଚୟ ଦେଇଯାଇଛନ୍ତି ।
ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ NGTର ଛାଟ। ମଦନପୁର ମୌଜାର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ହେଉଥିବା ନେଇ ୨୦୧୯ ମସିହାରେ ଅଭିଯୋଗ ହୋଇଥିଲା।
ପୁରୁଷ ବିଭାଗ ଫାଇନାଲ୍ ମ୍ୟାଚ୍ରେ ଜଗତସିଂହପୁରକୁ ହରାଇ କେନ୍ଦୁଝର ଟିମ୍ ଚାମ୍ପିଆନ୍ ହୋଇଥିବା ବେଳେ ମହିଳା ବିଭାଗ ଫାଇନାଲ୍ ମ୍ୟାଚ୍ରେ ଜଗତସିଂହପୁରକୁ ହରାଇ ଯାଜପୁର ଚାମ୍ପିଆନ୍ ହୋଇଛି ।
ପ୍ରଫୁଲ୍ଲ ଓ ସ୍ତ୍ରୀ ମାନସୀ ଗତ ୨୦ ବର୍ଷ ଧରି ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ମୂର୍ତ୍ତି କାରିଗର ଭାବେ କାମ କରି ପେଟ ପୋଷୁଥିଲେ । ଲକଡାଉନ୍ ହେବାରୁ ଜୀବିକା ହରାଇ ଚେନ୍ନାଇରୁ ଘରକୁ ଫେରି ଆସିଲେ । ଅନ୍ୟଠୁ ଧାରକରଜ କରି ଗାଁରେ ଆରମ୍ଭ କଲେ ଏକ ମୂର୍ତ୍ତି ତିଆରି କାରଖାନା ।
ଗତ ୫ ତାରିଖରେ କାଠକଟା ପଞ୍ଚାୟତ ପୁରୁଣା ଘାଟି ଅଞ୍ଚଳରେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା ।
ୟୁକ୍ରେନ୍ରୁ ଫେରିଲେ ଓଡ଼ିଆ ଡାକ୍ତରୀ ଛାତ୍ରୀ । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଳତି ଗାଁର ଡାକ୍ତରୀ ଛାତ୍ରୀ ଶୁଭଲଷ୍ମୀ ବରାଳ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଘରେ ପହଞ୍ଚିଛନ୍ତି ।
କାର୍ଯ୍ୟାଦେଶ ପାଇବା ପରେ ହିତାଧିକାରୀମାନେ ଘର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ସରକାରଙ୍କ ନିୟମ ଅନୁସାରେ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ କିସ୍ତି ଅର୍ଥ ହିତାଧିକାରୀ ମାନେ ପାଇଗଲେ ।
ଗୋଷ୍ଠୀ ସଙ୍ଘର୍ଷରେ ଜଣଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳ ଠାକୁରାଣୀ ସିରାଜୁଦ୍ଦିନ ବସ୍ତିରେ ସଂଘର୍ଷରେ ଜଣକର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଜିଅନ୍ତା ଜଳିଗଲେ ଡ୍ରାଇଭର ଓ ହେଲ୍ପର୍। ଦ୍ରୁତ ଗତିରେ ଆସୁଥିବା ଟ୍ରେଲରଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ମାଲ୍ ବୋଝେଇ ହାଇୱାକୁ ପଛ ପଟୁ ଜୋରରେ ଧକ୍କା ଦେଇଥିଲା। ଏହାପରେ ଟ୍ରେଲରରେ ନିଆଁ ଲାଗି ଯାଇଥିଲା।
ଖଣ୍ଡିଏ ଘର ପାଇଁ ସରପଂଚଙ୍କ ପାଖକୁ ୧୦ ବର୍ଷ ଦୌଡ଼ି ଦୌଡ଼ି ହତାସ ହେଲେ। କିନ୍ତୁ ଘର ଖଣ୍ଡିଏ ପାଇଲେନି....ଆଉ ସେହି ଜିଦ୍ରେ ଏବେ ନିଜେ ପଂଚାୟତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଦେବଶ୍ରୀ। କହୁଛନ୍ତି, ମୁଁ ସରପଂଚ ହେବି...ଲୋକଙ୍କ ସମସ୍ୟା ଦୂର କରିବି
କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି । ମୁଖ୍ୟ ଚିକିତ୍ସାଳୟର ଡାଏଲେସିସ୍ ରୁମ୍ରେ ନିଆଁ ଲାଗିବାରୁ ରୁମ୍ରେ ଥିବା ସିଟି ସ୍କାନ ମେସିନରେ ସର୍ଟ ସର୍କିଟରୁ ନିଆଁ ଲାଗିଛି ।
ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ମୁଦ୍ଦା ଅନେକ ରହିଛି। ଏଠି ମୁଦ୍ଦାକୁ ନେଇ ରାଜନୀତି ବି ଭିନ୍ନ। ଯଦିଓ ପୂରା ଜିଲ୍ଲାରେ ଏବେ ବିଜେଡିର ଦବଦବା ରହିଛି, ତଥାପି ୨୨ର ପଞ୍ଚାୟତ ପୋଲ୍ ୨୦୧୨ ଓ ୨୦୧୭ ଠାରୁ ଭିନ୍ନ ହେବ ବୋଲି ବିରୋଧୀଙ୍କ ଦାବି
ମା’ ତାରିଣୀ ମନ୍ଦିରରକୁ ଦାନ ଆକାରରେ ମିଳିଛି ୮୦ ଲକ୍ଷର ଖୁଚୁରା ଟଙ୍କା । ପ୍ରତିମାସରେ ଆସୁଛି ଲକ୍ଷାଧିକ ଖୁଚୁରା ଟଙ୍କା । କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁର ମା ତାରିଣୀ ପୀଠ ଟ୍ରଷ୍ଟକୁ ଚିଠି ଲେଖିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଆଗାମୀ ଦିନରେ ଆଉ ଖୁଚୁରା ଟଙ୍କା ନ ଦେବା ପାଇଁ ଏହି ଚିଠିରେ ଉଲ୍ଲେଖ ହୋଇଛି ।
ଦିନେ ଏ ରାସ୍ତା ପିଚୁ ଥିଲା, ଏବେ କିନ୍ତୁ ସଂପୂର୍ଣ୍ଣ ବାଲି କାଦୁଅରେ ଭର୍ତ୍ତି। ସେଥିରେ ପୁଣି ମୁହୂର୍ତ୍ତକୁ ମୁହୂର୍ତ୍ତ ଦଉଡୁଛି ମାଳ ମାଳ ବାଲି ବୋଝେଇ ଟ୍ରକ୍। ଦୈନିକ ଘଟୁଛି ରାସ୍ତା ଦୁର୍ଘଟଣା। ଟିକିଏ ଏପଟ ସେପଟ ହେଲେ ଆକ୍ସିଡେଣ୍ଟ ନହେଲେ ଦିନ ରାତି ଧାଉଁଥିବା ଏଇ ବଡ଼ ବଡ଼ ବାଲି ବୋଝେଇ ହାଇୱା ତଳେ ଜୀବନ ଯିବ।
କାର୍ତିକ ମାସ ପରି ପୁଣ୍ୟ ମାସରେ ଏପରି ଘଟଣାକୁ ନେଇ ଘରେ ସ୍ୱୟଂ ନାଗଦେବତା ଆବିର୍ଭାବ ହୋଇଥିବା ନେଇ ଆଶା କରି ପୂରା ପରିବାର ପୂଜାର୍ଚନାରେ ଲାଗିଥିଲେ। ଏହି ଖବର ପାଇବା ପରେ ଆଖ ପାଖ ଲୋକଙ୍କ ଭିଡ଼ ଏବେ ଦର୍ଶନ ପାଇଁ ଲାଗିଛି
ପ୍ରଥମେ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା ଆଉ ତାପରେ ବିବାଦ ଉପୁଜିବାରୁ ହତ୍ୟା କରିଦେଲା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଳ୍ଲା ବାଂଶପାଳ ନୟାକୋଟ ଥାନା ଅଞ୍ଚଳରେ ।
ଦୂରରୁ ଦେଖିଲେ ପେଟ ପୁରୁଛି, ହେଲେ ଅସଲି ଚିତ୍ର ଚାଷୀଙ୍କ ପେଟକୁ ନାତ ମାରିଛି
କୋଇଡା ବ୍ଲକ ଶିକ୍ଷା ସ୍ୱାସ୍ଥ୍ୟ ତଥା ଗମନାଗମନ କ୍ଷେତ୍ରରେ ଅନେକ ପଛରେ । ଫଣ୍ଡ ଆସୁଛି, କିନ୍ତୁ ଖଣି ଅଞ୍ଚଳବାସୀଙ୍କ ଉନ୍ନତି ହେଉନି ।
କିଡନୀ ରୋଗର ସଠିକ କାରଣ ଜଣା ପଡୁ ନଥିଲେ ମଧ୍ୟ ପାଣି ପାଇଁ ଏସବୁ ହେଉଛି ବୋଲି ଗାଁ ଲୋକେ ଅନୁମାନ କରୁଛନ୍ତି । ଗତ ଦୁଇ ତିନି ବର୍ଷ ଭିତରେ କିଡନୀ ରୋଗରେ ଗଲାଣି ଅନେକ ଜୀବନ ।
କେନ୍ଦୁଝରରେ ଆୟୂଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ । ସରକାର ନିଯୁକ୍ତିର ୬ ବର୍ଷ ପରେ ନିୟମିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ୧୪ ବର୍ଷ ହେଲା ପ୍ରତିଶ୍ରୁତି ପାଳନ ହେଉନଥିବା ଆୟୂଷ ଡାକ୍ତର ସଂଘ ଅଭିଯୋଗ କରିଛି ।
କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ମାମଲାରେ ୩ ଜଣ ଗିରଫ। ମାମଲାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ୍ । ୩ ଜଣଙ୍କୁ ଗିରଫ ନେଇ କେନ୍ଦୁଝର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଅଭିଯୁକ୍ତ କିଏ ?
ଶହ ଶହ ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ରେଲ୍ୱେ ଷ୍ଟେସନରେ ପ୍ରବେଶ କରିଥିଲେ ଏବଂ ଆରମ୍ଭ କରି ଦେଇଥିଲେ ଭଙ୍ଗାରୁଜା। ଏପରିକି ଯିଏ ହାବୁଡ଼ରେ ପଡ଼ିଲା, ତାକୁ ପ୍ରବଳ ମାଡ଼ ମାରିଥିବାର ଅଭିଯୋଗ ହୋଇଛି।
କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ ଘଟଣାରେ ଏଯାଏଁ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ପୋଲିସ । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତିନିଟି ଟିମ ଗଠନ କରି ଘଟଣାର ତଦନ୍ତ ଚଳାଇଛି