• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତା ୨୯ରେ ଆଉ ଏକ ପଶ୍ଚିମା ଝଡ଼ । ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠୁ ଘଡ଼ଘଡ଼ି ବର୍ଷା ସହ ଝଡ଼ ପବନ ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଓ କାଲି ଘଡ଼ଘଡ଼ି ସହ ବର୍ଷା, ଝଡ଼ ପବନ ବହିପାରେ । ଆଜି  କେନ୍ଦୁଝରମୟୂରଭଞ୍ଜବାଲେଶ୍ୱରଭଦ୍ରକଯାଜପୁରକେନ୍ଦ୍ରାପଡାକଟକଜଗତସିଂହପୁରନୟାଗଡ଼ଖୋର୍ଦ୍ଧାପୁରୀଗଞ୍ଜାମ ଓ ଗଜପତି ଜିଲ୍ଲା ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ଆଜି ୪୦ରୁ ୫୦ କିମି, କାଲି ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ସମ୍ଭାବନା ରହିଛି । ଆସନ୍ତା ୨୯ରେ ଆଉ ଏକ ପଶ୍ଚିମା ଝଡ଼ ଆସିବ, ଯାହାର ପ୍ରଭାବରେ ୩୧ରେ ମଧ୍ୟ ପ୍ରବଳ ବର୍ଷା ହେବ ।  ତେବେ୨୮ ତାରିଖରେ ମଧ୍ୟ କିଛି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ପଶ୍ଚିମାଝଡ଼ ପ୍ରଭାବରେ ଜାରି ହୋଇଥିବା ଚେତାବନୀ:

  • ୨୭ମାର୍ଚ୍ଚ - ବିଜୁଳି ଘଡଘଡି ଝଡ-ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି
  • ୨୮ମାର୍ଚ୍ଚ- ବିଜୁଳି ଘଡଘଡି ଝଡ-ପବନ ଘଣ୍ଟା ପ୍ରତି ୩୦ ରୁ ୪୦ କିମି
  • ୨୯ମାର୍ଚ୍ଚ - ସମ୍ଭାବ୍ୟ ପଶ୍ଚିମାଝଡ଼ ଚେତାବନୀ
  • ୩୧ମାର୍ଚ୍ଚ - ବିଜୁଳି ଘଡଘଡି ଏବଂ ପ୍ରବଳ ବର୍ଷା