/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678696563.jpg)
weather alert
ମାଡ଼ି ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ଆଉ ଏକ ପଶ୍ଚିମାଝଡ଼ ଆସୁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୫ ତାରିଖରୁ ପଶ୍ଚିମାଝଡ଼ର ପ୍ରଭାବ ସମ୍ଭାବନା ଥିବା କୁହାଯାଉଛି । ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଉପକୂଳ ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
୧୬ ଓ ୧୭ରେ ଜୋରରେ ବିଜୁଳି-ଘଡ଼ଘଡ଼ି ହେବା ସହ ବର୍ଷାର ସମ୍ଭାବନା ରହିଛି । ୧୬ ତାରିଖରେ ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଚଂଳିକ ପାଣିପାଗ ବିଭାଗ ।
ଅନ୍ୟପଟେ ରାଜ୍ୟର କିଛି ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହୋଇଥିଲେ ବି କମିନି ତାତି । ମାଲକାନଗିରି ରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁୟାୟୀ ଆସନ୍ତା ୨ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରାଜ୍ୟରେ ପାଗ ଶୁଖିଲା ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)