/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681207372.jpg)
Odisha Weather
ଆଗକୁ ଆସୁଛି ଡହଡହ ତାତି । ଦିନକ ପରେ ଅସହ୍ୟ ତାତିରେ ସିଝିବ ଓଡିଶା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ୧୩, ୧୪ ଓ ୧୫ ତିନି ଦିନ ପାଇଁ କିଛି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ । ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ: ଆହୁରି ୫ ଦିନ ଅଗ୍ନିବର୍ଷା ! ୧୬ ତାରିଖ ଯାଏ ସତର୍କ ରୁହନ୍ତୁ...
ଗତକାଲି ପରି ଆଜି ବି ଅସହ୍ୟ ତାତି ଅନୁଭୂତ ହେଉଛି । ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି । କେବଳ ଭୁବନେଶ୍ୱରର ନୁହେଁ ରାଜ୍ୟର ଅନ୍ୟ ସହରରେ ମଧ୍ୟ ତାତି ବଢୁଛି । ସମ୍ବଲପୁର ରେ ୪୦.୬ ଡିଗ୍ରୀ, ଝାରସୁଗୁଡା ରେ ୪୦.୮ ଡିଗ୍ରୀ, ଚାନ୍ଦବାଲିରେ ୩୮.୪ ଡିଗ୍ରୀ, ବାଲେଶ୍ୱର ରେ ୩୭ .୪ ଡିଗ୍ରୀ, ହୀରାକୁଦ ରେ ୩୯.୨ ଡିଗ୍ରୀ, କେନ୍ଦୁଝର ରେ ୩୭ .୪ ଡିଗ୍ରୀ, ପୁରୀ: ୩୪.୨ଡ଼ିଗ୍ରୀ, ପାରାଦୀପ ରେ ୩୨.୨ଡ଼ିଗ୍ରୀ, ଗୋପାଳପୁରରେ ୩୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)