• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଦଳିଲେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ୪ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । ସେ ସମ୍ବଲପୁର, ଅନୁଗୁଳଢେଙ୍କାନାଳକେନ୍ଦୁଝର ଜିଲ୍ଲା କଥା ବୁଝିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲାରୁ ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସମ୍ବଲପୁରରୁ ଆସୁଥିବାରୁ, ଏହାକୁ ଦୃଷ୍ଟିରେ ରଖି ବିଜେଡି ପ୍ରଣବ ପ୍ରକାଶଙ୍କୁ ଏସବୁ ଜିଲ୍ଲାର ପର୍ଯ୍ୟବେକ୍ଷକ କରିଥିବ ଚର୍ଚ୍ଚା ହେଉଛି ।

ସେପଟେ ପ୍ରଶାନ୍ତ ମୁଦୁଲିଙ୍କୁ ଅନୁଗୁଳ ବଦଳରେ ମୟୂରଭଞ୍ଜ ଦାୟିତ୍ୱ ଦିଆଯାଇଛି । ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡ଼ା ଦାୟିତ୍ୱ ମିଳିଥିବା ବେଳେ ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରିର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ତେବେ ମନ୍ତ୍ରୀ ଉଷାଦେବୀ, ଟୁକୁନି ସାହୁ ଓ ରୋହିତ ପୂଜାରୀଙ୍କୁ ପର୍ଯ୍ୟବେକ୍ଷକ ତାଲିକାକୁ ବାଦ୍ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ଏଥର ଜୋର୍‌ଦାର୍‌ ଲଢ଼େଇ ବାସ୍ନା ! ଆକ୍ରମଣାତ୍ମକ ମୁଦ୍ରାରେ ରାଜ୍ୟ ବିଜେପି, ଜୋସରେ ପଦ୍ମ କ୍ୟାଂପ୍

ତେଣେ ପ୍ରଣବ ପ୍ରକାଶଙ୍କୁ ୪ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବାରୁ କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେହି ଜିଲ୍ଲାଗୁଡ଼ିକରେ ଖଣିଖାଦାନ ଅଞ୍ଚଳ ଥିବାରୁ, ସେଠାରୁ ପାର୍ଟି ଫଣ୍ଡ ଆଦାୟ କରିବାକୁ ଦାୟିତ୍ୱ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏଥିସହ କହିଛନ୍ତି ଯେ, ଏଥିପାଇଁ ବିଜେପି ଚିନ୍ତିତ ନୁହେଁ । ବିଜେଡିକୁ କେମିତି ପ୍ରତିହତ କରାଯିବ, ତାର ଯୋଜନା ଆମେ କରୁଛୁ । ତେବେ ଜୟନାରାୟଣଙ୍କ ଅଭିଯୋଗ ନେଇ ପ୍ରଣବ ପ୍ରକାଶ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିନଥିବା ବେଳେ, ପ୍ରଣବଙ୍କୁ ୪ଟି ଜିଲ୍ଲା ଦାୟିତ୍ୱ ମିଳିବା ଉପରେ ନୟାଗଡ଼ ବିଧାୟକ ଅରୁଣ ସାହୁ କହିଛନ୍ତି, ଆମ ପାଇଁ ଦଳର ନିର୍ଦ୍ଦେଶ ସବୁଠୁ ବଡ଼ କଥା ।