Advertisment

ଆସନ୍ତାକାଲି ଯାଏ ୪ ଜିଲ୍ଲାକୁ ସତର୍କ ସୂଚନା

ଆଗାମୀ କିଛି ଦିନ ଧରି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଭଳି ଗ୍ରୀଷ୍ଣ ପ୍ରବାହ ଜାରି ରହିବ। ଆଜି ସକାଳେ ସାଢ଼େ ୮ଟାରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Heat Wave Alert For Odisha

Odisha reels under intense heat wave, mercury to rise further

ତାତିରୁ ନାହିଁ ନିସ୍ତାର। ଆଜି ବି ରାଜ୍ୟରେ ଜାରି ରହିବ ଗ୍ରୀଷ୍ଣ ପ୍ରବାହ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି। ଆଗାମୀ କିଛି ଦିନ ଧରି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଭଳି ଗ୍ରୀଷ୍ଣ ପ୍ରବାହ ଜାରି ରହିବ। ଆସନ୍ତାକାଲି ଯାଏ ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ସକାଳେ ସାଢ଼େ ୮ଟାରେ ରାଜଧାନୀ ଭୁବନେଶ୍ୱର ରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି। 

Advertisment

ଏହାସହ ଆଭ୍ୟନ୍ତରୀଣ ଜିଲ୍ଲାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ। ସେପଟେ ଗତକାଲି ୮ ସହରରେ ୪୦ ଡିଗ୍ରୀରୁ ଉପରେ ତାପମାତ୍ରା ରହିଥିଲା। ସେପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦେଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ମୁକାବିଲା ପାଇଁ  SRC ଚିଠି ଲେଖିଛନ୍ତି। ଲୋକଙ୍କୁ ଅଂଶୁଘାତ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଅଂଶୁଘାତ ନେଇ ସତର୍କ ରହିବାକୁ ପରାମର୍ଶ...

  • ପାଣି ଅଭାବ ଥିବା ଅଞ୍ଚଳକୁ ଚିହ୍ନଟ କରି ପାନୀୟ ଜଳ ଯୋଗାଇବାକୁ କୁହାଯାଇଛି। ଏହାସହ ଅଂଶୁଘାତ ଜନିତ ଅସୁସ୍ଥତାର ଚିକିତ୍ସା ପାଇଁ ହସ୍ପିଟାଲରେ ମେଡିସିନ, ଗ୍ଲୁକୋଜ, ଓଆରଏସ ଆଦି ମହଜୁଦ ରଖିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି।
  • ବିଭିନ୍ନ ସ୍ଥାନରେ ପାନୀୟ ଜଳସେବା କେନ୍ଦ୍ର ଖୋଲିବା, ଯାତ୍ରୀବାହୀ ଗାଡ଼ିରେ ପାନୀୟ ଜଳ ରଖିବା, ପ୍ରବଳ ଗ୍ରୀଷ୍ମ ପ୍ରବାହ ବେଳେ ବିନା ଶୀତତାପ ନିୟନ୍ତ୍ରିତ ଗାଡ଼ି ଚଳାଚଳ ନକରି ଭିନ୍ନ ସମୟରେ ଚଳାଚଳ କରିବା ଉପରେ ଧ୍ୟାନ ଦେବାକୁ ଗୁରୁତ୍ୱ ଦିଆଯାଇଛି
  • ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିବାକୁ କୁହାଯାଇଛି। ବରିଷ୍ଠ ଅଧିକାରୀଙ୍କୁ ଏହାର ତଦାରଖ ପାଇଁ ଦାୟିତ୍ୱ ଦେବାକୁ SRC ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
  • ଯଦି ଅଂଶୁଘାତରେ କାହାର ମୃତ୍ୟୁ ଅଭିଯୋଗ ଆସେ ତେବେ ତୁରନ୍ତ ତଦନ୍ତ କରି ଅଭିଯୋଗର ୪୮ ଘଣ୍ଟା ଭିତରେ SRCଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
  • ଯଦି ଅଂଶୁଘାତ ଜନିତ ମୃତ୍ୟୁ ବୋଲି ତଦନ୍ତ ବେଳେ ଜଣାପଡ଼େ ତେବେ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି ଦେବାକୁ ମଧ୍ୟ କୁହାଯାଇଛି।
Advertisment
Heat Wave Heat Wave Warning Heat Wave In Odisha
Advertisment
Advertisment