• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: School Problem

School Problem
ଆମ ସ୍କୁଲ ଆମକୁ ଫେରାଇଦିଅ

କେଉଁଠି ଆମ ଶିକ୍ଷା ବ୍ୟବସ୍ଥା ? କେଉଁଠି ଏ କୁନିକୁନି ପିଲାଙ୍କ ଭବିଷ୍ୟତ ? କୁଆଡେ ଗଲା ୫ଟି ସ୍କୁଲ ନାରା ?

1 classroom
ଭୟଙ୍କର ଅବସ୍ଥା ! ଗୋଟିଏ ଶ୍ରେଣୀରେ ପଢୁଛନ୍ତି ୪ କ୍ଲାସ୍‌ର ପିଲା

ନୟାଗଡ ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ ଗମେଣ୍ଟ ହାଇସ୍କୁଲ । ଯେଉଁଠାରେ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମଠାରୁ ଚତୁର୍ଥ ଶ୍ରେଣୀର ପ୍ରାୟ ୭୫ ଜଣ ପିଲା ପାଠ ପଢୁଛନ୍ତି । ଖାଲି ଏତିକି ନୁହେଁ ବରଂ ଗୋଟିଏ କ୍ଲାସ୍‌ରେ ୪-୪ ଜଣ ଶିକ୍ଷୟିତ୍ରୀ ଦୁଇଟି ବ୍ଲାକବୋର୍ଡରେ ପାଠ ପଢାଉଛନ୍ତି । ଯେଉଁଥି ଲାଗି କୌଣସି ଗୋଟିଏ ଶ୍ରେଣୀର ପିଲା ଠିକ୍‌ରେ ପାଠ ପଢିପାରୁନଥିବା ଅଭିଯୋଗ ହୋଇଛି

Class 8th students
ଦିଦି ଯାଇଛନ୍ତି ଆନ୍ଦୋଳନକୁ...ପିଲାଙ୍କୁ ପାଠ ପଢାଉଛନ୍ତି ପିଲା

ସପ୍ତମ ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ । କଥାଟା ଶୁଣିବାକୁ ଟିକିଏ ଅବାସ୍ତବ ଲାଗୁଥିଲେ ବି ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ଶିକ୍ଷା ସର୍କଲ ଅଧିନ ପାରାପୋଖରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ

School Problem
ଓଡ଼ିଆ ପିଲା...ଏଇଠି ସ୍କୁଲ ନାହିଁ...ପାଠ ପଢିବାକୁ ଯାଉଛନ୍ତି ଝାଡଖଣ୍ଡ

ଓଡ଼ିଶାର ପିଲା, ଓଡ଼ିଆ ସ୍କୁଲରେ ପଢିବେ...ହେଲେ ଇଏ ଏମିତି ସ୍କୁଲ ଯେଉଁଠି ଘର ନାହିଁ ଶିକ୍ଷକ ଶିକ୍ଷୟିତ୍ରୀ ବି ନାହାନ୍ତି । ପାଠ ପଢିବାକୁ ହେଲେ ପଡୋଶୀ ଝାଡଖଣ୍ଡ ଯାଉଛନ୍ତି ଶହଶହ ପିଲା

School Problem
ନୂଆ କଲେନି, ପୁରୁଣା ଭାଙ୍ଗିଦେଲେ...ବାରଦୁଆର ହେଉଛନ୍ତି ସ୍କୁଲ ପିଲା

ମୂଳରୁ ନୂଆ ଘର ହୋଇନି, ପୁରୁଣାକୁ ଭାଙ୍ଗିଦେଲେ । ପାଠ ପଢିବାକୁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ପିଲା । ପ୍ରଶାସନ କହୁଛି ବର୍ଷା ପାଇଁ କାମ ଡେରି ହେଉଛି...।

School Problem
ଆଶ୍ଚର୍ଯ୍ୟ ! ସ୍କୁଲ ଯିବାକୁ ହେଲେ ଧୋଇବାକୁ ପଡ଼ିବ ଗୋଡ଼ ?

ପାଣିରେ ପଶି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି ଦେଶର ଭବିଷ୍ୟତ । ପୋଖରୀ ପାଲଟିଛି ବିଦ୍ୟାଳୟ ପରିସର । ମଇଳା ପାଣି ଓ କାଦୁଅରେ ପଶି ଯାଆସ କରୁଛନ୍ତି ଛାତ୍ରଛାତ୍ରୀ..

School Problem
ବାଃ ବାଃରେ ପ୍ରଶାସନ: ୨୩ ପିଲାଙ୍କ ଲାଗି ୧୩ ଶୌଚାଳୟ

ଏଇଟା ସ୍କୁଲ ନାଁ ଆଉ କଣ ? ମାତ୍ର ୨୩ ପିଲାଙ୍କ ଲାଗି ତିଆରି ହୋଇଛି ୧୩ ଶୌଚାଳୟ । ହେଲେ ବି ସ୍କୁଲକୁ ଆସୁନାହାନ୍ତି ପିଲା । ପାଚେରୀ ନଥିବାରୁ ପାଦେ ପାଦେ ରହିଛି ବିପଦ

School Problem
ଆଶ୍ଚର୍ଯ୍ୟ ! କ୍ଲାସ୍‌ ରୁମ୍‌ ହେଲା ଚାକୁଣ୍ଡା ଗଛ ମୂଳ

ଚାକୁଣ୍ଡା ଗଛ ସାଜିଛି ସାହାଭରସା । ଏହାରି ତଳେ ଆଦର୍ଶ ବିଦ୍ୟାଳୟର ୮୦ ପିଲା ବସି ପଢୁଛନ୍ତି ପାଠ । ୨ ବର୍ଷ ହେଲାଣି ନୂଆ ଘର କାମ ହେଉଛି ଯେ ସରିବାର ନା ଧରୁନି । ପୁଣି ଯେଉଁ ସ୍କୁଲରେ ପାଠ ପଢା ହେଉଛି ବସିବାର ସୁବିଧା ନଥିବାରୁ ଚେତା ହରାଉଛନ୍ତି ପିଲା

school building
ସ୍କୁଲ କରିବନି ଯଦି ଆମକୁ ଦେଇ ଦିଅ, କୁକୁଡ଼ା ଫାର୍ମ କରିଦେବୁ

କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ ତିଆରି କରିଦେଲେ ହେଲେ କାମରେ ଆସିଲାନି । ତାତିଲେଣି ଲୋକେ...ସିଧା ସିଧା କହୁଛନ୍ତି ସ୍କୁଲ କରିବନି ଯଦି ଆମକୁ ଦିଅ...ଆମେ ଛେଳି କି କୁକୁଡ଼ା ଫାର୍ମ କରିଦେବୁ।

School Problem
ଗ୍ୟାରେଜ୍, ଷ୍ଟୋର୍ ରୁମ୍ ଭଳି ଆମ ବିଶ୍ୱସ୍ତରୀୟ ସ୍କୁଲ..

ଏମିତି ସରକାରୀ ସ୍କୁଲରେ ନେତା, ଜନପ୍ରତିନିଧୀ କି ପ୍ରଶାସନିକ ଅଧିକାରୀ ନିଜ ପିଲାଙ୍କୁ ପଢାଇବେ କି !

School Problem
ବତୁରା କାନ୍ଥ...କଳା ଧୂଆଁ..ଏମିତି ପରିବେଶରେ ପିଲା ପଢୁଛନ୍ତି ପାଠ

୧୦୦ ବର୍ଷ ହେଲା...ସ୍କୁଲର ଉନ୍ନତି ହେଲାନି । ଅସରେ ବର୍ଷାରେ କାନ୍ଥ ବତୁରିଯାଉଛି...ଟିଣରୁ ପାଣି ପଡୁଛି । କଳା ଧୂଆଁରେ ଆକ୍ତାମାକ୍ତ ପିଲା । ପୁଣି ଗୋଟିଏ ଶ୍ରେଣୀରେ ଦୁଇଟି କ୍ଲାସ୍‌ର ପିଲା । ଏମିତି ସ୍ଥିତିରେ ପାଠ ପଢା ହେବ କେମିତି?

School Problem
ବିଚିତ୍ର ବ୍ୟବସ୍ଥା ! ଗୋଟିଏ କ୍ଲାସ୍‌ରୁମ୍‌ରେ ୫ ଶ୍ରେଣୀର ପିଲା

ବିଚିତ୍ର ବ୍ୟବସ୍ଥା...ଚାଉଳ ବସ୍ତା ଉପରେ ବସିଲେ ପିଲାଏ ପଢିବେ ପାଠ । ବାରମ୍ବାର ଗୁହାରି କରିବା ପରେ ବି ତିଆରି ହେଉନି ସ୍କୁଲ ଘର କି ଅସୁବିଧା ହେଉନି ଦୂର

education system
କେମିତି ପଢିବୁ ? ସ୍କୁଲ୍ ଭିତରେ ବର୍ଷା ପାଣି

ବିଶ୍ୱସ୍ତରୀୟ ବ୍ୟବସ୍ଥା । ବାହାରେ ପାଣି ସ୍କୁଲ୍ ଭିତରେ ପାଣି । ଗୋଟିଏ ଶ୍ରେଣୀରେ ବାଧ୍ୟ ହୋଇ ପଢୁଛନ୍ତି ଏକାଧିକ ଶ୍ରେଣୀର ପିଲା।

School Problem
ପାଣି ଗଳୁଛି, ପ୍ଲାଷ୍ଟର ଖସୁଛି...ଛାତ ଗଳିପଡିଲେ ଦାୟୀ କିଏ ହେବ?

ଭୟଙ୍କର ସ୍ଥିତି ! ଛାତରୁ ପାଣି ଖସୁଛି, ରଡ୍‌ ଦିଶୁଛି...ଏମିତି ସ୍ଥିତିରେ ବି ପିଲାଏ ପଢୁଛନ୍ତି ପାଠ । ସ୍କୁଲ ସିନା ପିଲା ଆସୁଛନ୍ତି ହେଲେ ଚିନ୍ତାରେ ରହୁଛନ୍ତି ଅଭିଭାବକ।

dilapidated building
ଏମାନେ ସରକାରଙ୍କ ସାବତ ପୁଅ ! ଭଙ୍ଗା ଘରେ ଚାଲିଛି ପାଠପଢା

ଯେଉଁଠି ବାଲି, ଚିପ୍ସ...ସେଇଠି ପାଠପଢା । ଝରକା ନାହିଁ କବାଟ ନାହିଁ...ଭଙ୍ଗା ଦଦରା ଘରେ ଚାଲିଛି ପାଠପଢା । ମହୁଲ, କେନ୍ଦୁ ପାଚିବାରୁ ଭାଲୁ ଭୟ ବି ରହିଛି । କିନ୍ତୁ ପ୍ରଶାସନ ଚେଇଁ ଶୋଇଛି

5t School
ଇଏ 5-T ସ୍କୁଲ ! ବାହାର ପୂରା ଚକାଚକ୍‌, ଭିତର ଫମ୍ପା

ଏମିତି ସମସ୍ୟା  ଭିତରେ ପାଠ ପଢାଚାଲିଛି ମୟୂରଭଂଜ ଉଦଳା ବଡଖମଣ ଉଚ୍ଚ ବିଦ୍ୟାଳୟରେ । ସ୍କୁଲ ବାହାର ଚିତ୍ର ଦେଖିଲେ ଲାଗିବ ସବୁ ବଢିଆ ଚାଲିଛି । ହେଲେ ସ୍କୁଲ ଭିତରକୁ ଗଲେ ପ୍ରକୃତରେ ସମସ୍ୟା କେଉଁଠି ତାହା ଜଣାପଡ଼ିବ । ଖାଲି କ୍ଲାସ୍‌ ରୁମ୍‌ ନୁହେଁ ବରଂ ସ୍କୁଲରେ ଖେଳପଡ଼ିଆ ନଥିବାରୁ ଠିକ୍‌ରେ ଖେଳିପାରୁନାହାନ୍ତି ପିଲେ । ସବୁଠୁ ବଡ଼ କଥା ହେଉଛି ସ୍କୁଲରେ କମ୍ପ୍ୟୁଟର ତ ରହିଛି ହେଲେ ନେଟୱର୍କ ଅସୁବିଧା ଥିବାରୁ ତାହା ବି ଚାଲିପାରୁନି । ଯେଉଁଥି ଲାଗି ଲକ୍ଷଲକ୍ଷ ଟଙ୍କା ପାଣିରେ ପଡୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Malkangiri
ଗଛମୂଳେ ଏକାଠି ଚାଲିଛି ସ୍କୁଲ ଓ ମେଡିକାଲ..

ବାଃ ବାଃରେ ସରକାର। ଏଇଠି ଗୋଟିଏ ଗଛ ମୂଳେ ଚାଲିଛି ମେଡିକାଲ ସାଙ୍ଗକୁ ସ୍କୁଲ...ସବୁ ଜାଣି ଚୁପ୍‌ ବସିଛି ପ୍ରଶାସନ...

School Problem
ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଡରୁଛନ୍ତି ବାପା-ମାଆ ! ପାଠ ପଢ଼ା ବୋଝ ପାଲଟିଛି

ରାୟଗଡ଼ା ଜିଲ୍ଲା ଗୁଣୁପୁର ସବଡିଭିଜନର ଚନ୍ଦ୍ରପୁର ବ୍ଲକର କିଛି ଗାଁରେ ପିଲାଙ୍କ ପାଇଁ ପାଠ ପଢ଼ିବା ଏକ ବୋଝ ପାଲଟିଛି ।

School Problem
ସ୍କୁଲ ସମସ୍ୟା ନେଇ ଚାଲି ଚାଲି ବିଡିଓଙ୍କ ଅଫିସ୍‌ରେ ପହଞ୍ଚିଲେ ଛାତ୍ରଛାତ୍ରୀ

ରାୟଗଡ଼ା ଜିଲ୍ଲାରେ ଅଭାବନୀୟ ଘଟଣା । ବିଡିଓଙ୍କ ନିକଟରେ ସ୍କୁଲର ସମସ୍ୟା ନେଇ ଅଭିଯୋଗ କରିବାକୁ ୩ କିଲୋମିଟର ଚାଲି ଚାଲି ବ୍ଲକ୍‌ କାର୍ଯ୍ୟାଳୟ ଆସିଲେ ସ୍କୁଲ ଛାତ୍ରଛାତ୍ରୀ ।

Villagers Repairs School With Own Cost After Govt. Apathy
ଶୁଣିଲାନି ପ୍ରଶାସନ, ଶେଷରେ ନିଜ ଝାଳ ବୁହା ଟଙ୍କାରେ ପିଲାଙ୍କ ପାଇଁ ସ୍କୁଲ୍‌ ମରାମତି କଲେ ଗାଁ ଲୋକେ

ବାରମ୍ବାର ଗୁହାରି କରିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ଶୁଣିଲା ନାହିଁ। ଶେଷରେ ଗାଁ ଲୋକେ ନିଜ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଚାନ୍ଦା ଆଦାୟ କରି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗାଁ ବିଦ୍ୟାଳୟକୁ ମରାମତି କରିଛନ୍ତି।

school problem
ଖଣି ଅଞ୍ଚଳରେ ଭୁଶୁଡୁଛି ଶିକ୍ଷା ବ୍ୟବସ୍ଥା : ପ୍ରତିବର୍ଷ ପାଠପଢା ଛାଡ଼ୁଛନ୍ତି ୪୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

ବିଦ୍ୟାଳୟ ଉପରେ ୧୦ କିଲୋମିଟର ପରିଧିରେ ଗୋଟିଏ ବି ଉଚ୍ଚ ବିଦ୍ୟାଳୟ ନାହିଁ, ଯାହା ଫଳରେ ବହୁ ଛାତ୍ର ଛାତ୍ରୀ ଏ ବିଦ୍ୟାଳୟକୁ ଭରଷା କରନ୍ତି । ହେଲେ ବିଦ୍ୟାଳୟରେ ସ୍ଥାନ କମ୍ ରହିଥିବାରୁ ବହୁ ଛାତ୍ରଛାତ୍ରୀ ନାମ ଲେଖାଇ ପାରନ୍ତି ନାହିଁ । ପ୍ରତ୍ୟେକ ବର୍ଷ ଏ ସମସ୍ୟା ବିଷୟରେ ଜିଲ୍ଲା ଶିକ୍ଷା ବିଭାଗ ଅବଗତ ଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି