Advertisment

ମାତିଛି ମହାବଳ; ୪ ମଇଁଷିକୁ ମାରି ଖାଇଦେଲା

ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ଗାଁର ମଇଁଷି ପଲ ରାତିରେ ଜଙ୍ଗଲରେ ବୁଲଥିବା ବେଳେ, ବାଘ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

author-image
Tanmay Kumar Mahalik
Panic grips as Royal Bengal Tiger kills cattle in Keonjhar

Panic grips as Royal Bengal Tiger kills cattle in Keonjhar

କେନ୍ଦୁଝର ବନଖଣ୍ଡ ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ୪ଟି ମଇଁଷିକୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ, ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ଗାଁର ମଇଁଷି ପଲ ରାତିରେ ଜଙ୍ଗଲରେ ବୁଲଥିବା ବେଳେ, ବାଘ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Advertisment

ଖବର ପାଇ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । କିଛିଦିନ ପୂର୍ବରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଥିବା ଟ୍ରାକ କ୍ୟାମେରାରୁ ଜଣାପଡିଥିଲା । ପରେ ପରେ ବନବିଭାଗ ଅଟେଇ ସଂରକ୍ଷିତ ଜଙ୍ଗଲର ୪ ଗୋଟି ରାସ୍ତାରେ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଇଥିଲେ ।

Tiger Attack Buffalo
Advertisment
Advertisment