Advertisment

ମୁଣ୍ତଫଟା ଖରାରେ ସିଝୁଛି ଓଡ଼ିଶା; ଝାରସୁଗୁଡ଼ା ତାପମାତ୍ରା ୩୯.୮ ଡିଗ୍ରୀ

ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ SRC । ଖରାବେଳେ କାମ ନ କରିବାକୁ ଶ୍ରମିକଙ୍କୁ ପରାମର୍ଶ ଦିଆଯାଇଛି । ଅତି ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ।

author-image
Manoranjan Behera
ଅଦ୍ୟତନ ହୋଇଛି
Heat Wave Alert For Odisha

Heat Wave

ଅସହ୍ୟ ତାତିରେ ଜଳୁଛି ସାରା ଓଡ଼ିଶା । ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡ଼ା ର ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ, କେନ୍ଦୁଝର ୩୯.୨, ସମ୍ବଲପୁର ୩୮.୪, ଚାନ୍ଦବାଲି ୩୮ ଓ ଭୁବନେଶ୍ୱର ୩୭.୮ ରେକର୍ଡ ହୋଇଛି । 

Advertisment

ସେହିପରି ବାଲେଶ୍ବର ୩୭, ହୀରାକୁଦ ୩୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ଖରାବେଳେ କାମ ନ କରିବାକୁ ଶ୍ରମିକଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି । ଅତି ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଜଳୁଛି ଓଡ଼ିଶା; ୨୫ ସହର ୪୦ ଡିଗ୍ରୀ ଉପରେ

ଓୟୁଏଟି ପକ୍ଷରୁ ଜାରି ହେଲା ହିଟ୍ ୱେଭ୍ ଆଡଭାଇଜରି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଖରାରେ କୃଷି କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ସେହିପରି କୃଷି କାର୍ଯ୍ୟ ସମୟରେ ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ଗୋରୁ ଗାଇ ତଥା କୃଷି କାର୍ଯ୍ୟରେ ବ୍ୟବହୃତ ଜୀବଜନ୍ତୁଙ୍କୁ ଖରା ସମୟରେ ଗଛ ଛାଇତଳେ ରଖିବାକୁ କୁହାଯାଇଛି। ଏହାସହ ଚାଷୀଙ୍କ ପାଇଁ ସୁବିଧା ଲାଗି ଏକ ହେଲପ୍ ଲାଇନ୍ ନମ୍ବର ମଧ୍ୟ ଓୟୁଏଟି ପକ୍ଷରୁ ଜାରି କରାଯାଇଛି। ହେଲ୍ପ ଲାଇନ୍ ନମ୍ବରଟି ହେଲା ୦୬୭୪-୨୩୯୭୯୩୩ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସକାଳ ୧୦ରୁ ସନ୍ଧ୍ୟା ସାଢେ ୫ଟା ଯାଏ ହେଲ୍ପ ଲାଇନ୍ ନମ୍ବରରେ ଚାଷୀ ଭାଇମାନେ ବୈଜ୍ଞାନିକଙ୍କ ଠାରୁ ପରାମର୍ଶ ନେଇପାରିବେ ବୋଲି ସୂଚନା ଦେଇଛନ୍ତି ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ ରାଉଳ।

Advertisment

ଅଧିକ ପଢ଼ନ୍ତୁ: ଅସହ୍ୟ ତାତିରେ ଆଉଟୁପାଉଟୁ ଜୀବଜନ୍ତୁ : ଖରାରୁ ମୁକ୍ତି ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା

Weather Update Heat Wave
Advertisment
Advertisment