• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତାତିରେ କଲବଲ ହେଉଛି ସାରା ରାଜ୍ୟ । ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ, ସବୁଠି ଖରା ଆଉ ଖରା... । ରାଜଧାନୀ ଭୁବନେଶ୍ୱର, କଟକ ସମେତ ଓଡ଼ିଶାରେ ପ୍ରବଳ ତାତି । ସକାଳ ୯ଟା ପରେ ଘରୁ ବାହାରିବା ମୁସକିଲ ହୋଇପଡ଼ିଛି । ବିଶେଷ କିଛି କାମ ନଥିଲେ ଲୋକେ ଘରୁ ବାହାରୁ ନାହାନ୍ତି ।

ଖୋର୍ଦ୍ଧା, ଗଞ୍ଜାମ, ପୁରୀ, କଟକ, ବାଲେଶ୍ୱର, ମୟୂରଭଞ୍ଜ ସମେତ ସାରା ରାଜ୍ୟରେ ଖରାର ତାଉ ଦେଖିବାକୁ ମିଳିଛି । ତେବେ ଆସନ୍ତାକାଲିଠୁ ତାପମାତ୍ରା ଖସିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଦିନ ଯାଏଁ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ଅର୍ଥାତ୍ ୧୬ ତାରିଖରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।....

ଅଧିକ ପଢ଼ନ୍ତୁ: ଜଳୁଛି ଓଡ଼ିଶା; ୨୫ ସହର ୪୦ ଡିଗ୍ରୀ ଉପରେ

ଏବେ ଆସନ୍ତୁ ନଜର ପକାଇବା ଆଜି ସକାଳ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା:

  • ଝାରସୁଗୁଡା: ୩୯.୨ଡ଼ିଗ୍ରୀ
  • ଭୁବନେଶ୍ୱର:୩୯.୦ ଡ଼ିଗ୍ରୀ
  • କେନ୍ଦୁଝର: ୩୯.୦ ଡ଼ିଗ୍ରୀ
  • ସମ୍ବଲପୁର: ୩୮.୨ଡ଼ିଗ୍ରୀ
  • ଚାନ୍ଦବାଲି: ୩୭.୬ ଡ଼ିଗ୍ରୀ
  • ବାଲେଶ୍ୱର: ୩୬.୮ ଡ଼ିଗ୍ରୀ
  • ହୀରାକୁଦ: ୩୬.୪ ଡ଼ିଗ୍ରୀ
  • ଗୋପାଳପୁର: ୩୫.୦ ଡ଼ିଗ୍ରୀ
  • ପୁରୀ:୩୩.୪ ଡ଼ିଗ୍ରୀ
  • ପାରାଦୀପ:୩୨.୪ ଡ଼ିଗ୍ରୀ