ପରୀକ୍ଷା ପାଖେଇଲେ ପିଲାଙ୍କ ଚିନ୍ତା ବଢ଼ିଯାଏ..ଏମିତିକି କେତେକ ପିଲାଙ୍କ ଦୈନିକ ଖାଦ୍ୟ ମଧ୍ୟ କମି କମି ଯାଏ, ଯାହା ସ୍ୱାସ୍ଥ୍ୟହାନୀର କାରଣ ହେବା ସହ ପରୀକ୍ଷା ଫଳରେ ଏହାର ସାଂଘାତିକ ପ୍ରଭାବ ପଡ଼ିଥାଏ..। ମନସ୍ତତ୍ୱବିତଙ୍କ ମତରେ ଅନେକ ସମୟରେ ମେଧାବୀ ପିଲାମାନେ ମଧ୍ୟ ଏଭଳି ପରିସ୍ଥିତିର ସାମ୍ନା କରି ମାନସିକ ଅବବସାଦର ଶିକାର ହୁଅନ୍ତି..। ଏ କ୍ଷେତ୍ରରେ ଅଭିଭାବକମାନଙ୍କର ଯଥେଷ୍ଟ ଭୂମିକା ରହିଛି...।
ଗୁଜରାଟର ଭରୁଚ ସହରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଗତରାତିରେ ବ୍ଲାଷ୍ଟ ହୋଇ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।
ପରୀକ୍ଷା ସମୟ ପାଖେଇ ଆସିଲେ ଅନେକ ଚିନ୍ତାରେ ପଡିଯାଆନ୍ତି। କ’ଣ କରିବେ କ’ଣ ନ କରିବେ କିଛି ବୁଝିପାରନ୍ତି ନାହିଁ। ଅନେକ ମଧ୍ୟ ପରୀକ୍ଷା ପ୍ରସ୍ତୁତିର ମାଧ୍ୟମ ଜାଣି ନଥାନ୍ତି। ତେବେ ପରୀକ୍ଷାକୁ ନେଇ ଏଠି କିଛି ସହଜ ଓ ସରଳ ଉପାୟ ଦିଆଗଲା, ନଜର ପକାନ୍ତୁ ନିଶ୍ଚିତ କାମରେ ଆସିବ।
ପଡ଼ୋଶୀ ଦେଶର ରାଜନୈତିକ ଦୃଶ୍ୟପଟ୍ଟ ଲଗାତର ବିଗିଡ଼ିବାରେ ଲାଗିଛି । ଗୋଟିଏପଟେ ଆଜି ପାକିସ୍ତାନରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ରାସ୍ତାରେ ଇମ୍ରାନ ସମର୍ଥକଙ୍କ ଭିଡ ଜମିଛି ।
ପାକ୍କୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀନବାବ ସରିଫଙ୍କ ଭାଇ ଶାହବାଜ ସରିଫ ହୋଇପାରନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ଆଜି ଆପରାହ୍ନରେ ନ୍ୟାସନାଲ ଆସେମ୍ଲିରେ ଭୋଟ୍ । ଭୋଟିଂ ପରେ ଚିତ୍ର ସ୍ପଷ୍ଟ ହେବ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ।
ପରୀକ୍ଷା ପୂର୍ବରୁ ସବୁଠାରୁ ମୁଖ୍ୟ କଥା ହେଲା ନିଜ ମାନସିକ ସ୍ଥିତିକୁ ଠିକ୍ ରଖିବା, ଯାହା ଆମର ଶରୀରକୁ ମଧ୍ୟ ଠିକ୍ ରଖିବ ଓ ଆମକୁ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ। କେତୋଟି ଛୋଟ ଛୋଟ କଥାକୁ ଧ୍ୟାନରେ ରଖିଲେ ପରୀକ୍ଷା ପୂର୍ବରୁ ନିଶ୍ଚୟ ନିଜକୁ ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରଖିହେବ ଓ ପରୀକ୍ଷାରେ ନିଜ ପରିଶ୍ରମ ଓ ମନମୁତାବକ ଫଳ ମିଳିବ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ ହେବ । ଏହି ବୈଠକରେ ଦୁଇ ଦେଶର ବିଭିନ୍ନ ପ୍ରସଙ୍ଗରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗ ଉପରେ ସମୀକ୍ଷା କରିବେ।
ଆମିଷ ଖିଆକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗତକାଲି ଅପରାହ୍ଣରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଏହି ସଂଘର୍ଷ ହୋଇଛି।
ଆଜି ୨୦୨୨ ମସିହା ଅପ୍ରେଲ, ୧୧ ତାରିଖ, ସୋମବାର, ମୀନ, ୨୮ ଦିନ, ଚୈତ୍ର ମାସ, ଶୁକ୍ଳପକ୍ଷ, ଦଶମୀ ତିଥି, ପୂଷ୍ୟା ନକ୍ଷତ୍ର, କର୍କଟ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।
ୟୁକ୍ରେନ ଯୁଦ୍ଧରେ ଆରପାରିକି ଚାଲିଗଲା ମା’। ଭାବପ୍ରବଣ ହୋଇ କୁନି ଝିଅ ମା’ ପାଖକୁ ଲେଖିଲା ଚିଠି। କହିଲା, ମା, ମୁଁ ତୁମକୁ ଏବେ ସ୍ୱର୍ଗରେ ଭେଟିବି। ଜଣେ ଭଲ ମଣିଷ ହେବା ପାଇଁ ମୁଁ ଚେଷ୍ଟା କରିବି ଯାହାଦ୍ୱାରା ମୁଁ ସ୍ୱର୍ଗରେ ସ୍ଥାନ ପାଇବି।
ଅନେକ ରୋଗର ଆଶଙ୍କା ହ୍ରାସ କରିବା ସହିତ ଶରୀରର ଶକ୍ତି ବୃଦ୍ଧି, ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଦେବାରେ ଯୋଗ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ। ସର୍ବାଙ୍ଗାସନ ଏମିତି ଏକ ଆସନ ଯାହା ଶରୀରରେ ସକରାତ୍ମକ ଶକ୍ତିକୁ ବଢେଇବା ସହିତ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ।
ଦେଓଘରରେ ଦୁର୍ଘଟଣା। ଦେଓଘରର ତ୍ରିକୁଟ ପର୍ବତର ରୋପୱେ ଟ୍ରଲି ଛିଡିଯିବାରୁ ଅନେକ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଦଉଡିରେ ଫସି ରହିଛନ୍ତି। ପ୍ରାୟ ଶହେ ଉପରେ ଲୋକ ଫସି ରହିଥିବା ସୂଚନା ମିଳୁଛି।
ସରକାରଙ୍କ ପତନ ଏବଂ କ୍ଷମତା ହରାଇବା ପରେ ମଧ୍ୟ ଇମ୍ରାନ ଖାନଙ୍କ ରାଜନୈତିକ ସଂଘର୍ଷ ଜାରି ରହିଛି। ସେ ପୁଣିଥରେ ତାଙ୍କ ସରକାର ପତନ ପାଇଁ ବିଦେଶୀ ଶକ୍ତିକୁ ଦାୟୀ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଟ୍ୱିଟ୍ କରି ଏହି ଷଡଯନ୍ତ୍ର ବିରୋଧରେ ସଂଗ୍ରାମ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି।
ଋଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତିରେ ଏହି ବୈଠକ ଖୁବ୍ ଗୁରୁତ୍ୱପୂର୍ଣ୍ଣ
ଏବେ ପାକିସ୍ତାନର କ୍ଷମତା ଖେଳରେ ଶାହବାଜ ଶରିଫଙ୍କ ପାଳି । ପାକିସ୍ତାନର ବିରୋଧୀ ଦଳ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରିଫଙ୍କ ସାନଭାଇ, ତଥା ପଞ୍ଜାବ ପ୍ରଦେଶର ତିନି ତିନି ଥର ମୁଖ୍ୟମନ୍ତ୍ରୀ ଶାହବାଜ ଶରିଫ୍
ପ୍ରତ୍ୟେକ ଝିଅ ବିବାହିତ ପୁରୁଷଙ୍କ ପ୍ରେମରେ ପଡ଼ନ୍ତି। ବୋଧହୁଏ ଏହା ହୋଇପାରେ ଯେ ବିବାହିତ ପୁରୁଷମାନେ ଦାୟୀତ୍ୱବାନ ଓ ସମ୍ବେଦନଶୀଳ ହୋଇଥାନ୍ତି। କିନ୍ତୁ ପରେ ବିବାହିତ ପୁରୁଷମାନେ ଏମିତି କାହାଣୀ ତିଆରି କରନ୍ତି ଯେ ଝିଅମାନେ ଫସି ଯାଆନ୍ତି।
ପରଦାରେ ପ୍ରସାରଣ ହୋଇଚି ଅନେକ ରାମାୟଣ। ସତ-ମିଛର ଏହି ଯୁଦ୍ଧରେ ଉଭୟଙ୍କର ରାମ-ରାବଣଙ୍କ ନିଜସ୍ୱ ବିଚାର ଥିଲା, ଯେଉଁଥି ପାଇଁ ଯୁଦ୍ଧ ହୋଇଥିଲା। ତେବେ ଆସନ୍ତୁ ରାମଙ୍କ ସେହି କାହାଣୀ ବିଷୟରେ ଜାଣିବା ଯାହା ଛୋଟ ପରଦାରେ ଦେଖା ଦେଇଥିଲା ଏବଂ ଦର୍ଶକଙ୍କ କୌତୁହଳକୁ ଜାଗ୍ରତ କରିବାରେ ସଫଳ ହୋଇଥିଲା।
ଚଳିତ ବର୍ଷ ୨୦୨୨ ପାଇଁ World Health Day ପାଇଁ WHOର theme ହେଉଛି "Our Planet, Our Health"। ଯେତେବେଳେ ଆମର ସମ୍ପୂର୍ଣ୍ଣ ପୃଥିବୀ କରୋନା ମହାମାରୀ, ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ୱାର୍ମିଙ୍ଗ, ଜୈବ-ବିଭିଧତା ନଷ୍ଟ, ଭୀଷଣ ଜଳ ସଙ୍କଟ ଓ ଯୁଦ୍ଧ- ପରମାଣୁ ସମସ୍ୟା ମଧ୍ୟରେ ଅଛି ଏବଂ ସମ୍ପୂର୍ଣ୍ଣ ମାନବଜାତିର ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ସ୍ପଷ୍ଟ ଦେଖାଯାଉଛି ସେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଇଁ ଏପରି ଗୋଟିଏ theme ବାଛିବା ଯେତିକି ଆବଶ୍ୟକ ସେତିକି ପ୍ରଶ°ସନୀୟ ମଧ୍ୟ।
ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ୪୧.୬ ଡିଗ୍ରୀ ସେଲସିୟସର ତାପମାତ୍ରା ସହ ଦିଲ୍ଲୀରେ ସତେ ଯେମିତି ଆକାଶରୁ ନିଆଁ ଖଣ୍ଡ ଖସୁଛି।
କ୍ଷମତାରେ ରହିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ପାକ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାକିସ୍ତାନର ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱାଙ୍କୁ ବିତାଡ଼ିତ କରିବାକୁ ଇମ୍ରାନ ଉଦ୍ୟମ କରିଥିଲେ ବୋଲି ଚର୍ଚ୍ଚା ହେଉଛି।
ଦେଶରେ କିଛି ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ ସପ୍ତାହକ ମଧ୍ୟରେ ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ ସଂକ୍ରମଣ ବୃଦ୍ଧି ପାଇଛି।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥର ଗୁରାପଲ୍ଲୀ ଟୋଲ ଗେଟ ନିକଟରେ ଏକ କ୍ୟାମିକେଲ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି ।
ଯେଉଁଠି ଦେଖିଲେ ଖାଲି ଟାଟୁ ହିଁ ଟାଟୁ । ଆଖିରେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି ଏହି ଯୁବକ...